Gold Silver rate : କିଛି ଦିନର ହ୍ରାସ ପରେ ପୁଣି ବଢ଼ିଲା ସୁନା ଦର, ରୂପା ବି ମହଙ୍ଗା, ଜାଣନ୍ତୁ ଆଜିର ନୂଆ ରେଟ୍...

Jul 04, 2026 - 12:51
Gold Silver rate : କିଛି ଦିନର ହ୍ରାସ ପରେ ପୁଣି ବଢ଼ିଲା ସୁନା ଦର, ରୂପା ବି ମହଙ୍ଗା, ଜାଣନ୍ତୁ ଆଜିର ନୂଆ ରେଟ୍...
ନୂଆଦିଲ୍ଲୀ, ୪/୭ : କିଛି ଦିନ ଧରି ହ୍ରାସ ପରେ ଦେଶୀୟ ବଜାରରେ ପୁଣି ଥରେ ସୁନା ଓ ରୂପା ଦରରେ ବୃଦ୍ଧି ଦେଖାଯାଇଛି। ଗତକାଲି ୨୪ କ୍ୟାରେଟ୍ ଏବଂ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ବଢ଼ିଥିବା ବେଳେ ରୂପା ଦରରେ ମଧ୍ୟ ବୃଦ୍ଧି ରେକର୍ଡ ହୋଇଛି। ବିଶ୍ୱ ବଜାରରୁ ସକାରାତ୍ମକ ସଙ୍କେତ, ଆମେରିକା ଫେଡେରାଲ୍ ରିଜର୍ଭ ପକ୍ଷରୁ ସୁଧ ହାର ବୃଦ୍ଧିର ଆଶଙ୍କା କମିବା ଏବଂ ଅନ୍ତର୍ଜାତୀୟ ବଜାରରେ ସୁନାର ମଜବୁତ ସ୍ଥିତି ଏହାର ପ୍ରମୁଖ କାରଣ ବୋଲି ବଜାର ବିଶେଷଜ୍ଞମାନେ କହୁଛନ୍ତି। MCXରେ ଚମକିଲା ସୁନା ଓ ରୂପା ଶୁକ୍ରବାର ସକାଳେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX)ରେ ସୁନା ପ୍ରାୟ ୧.୪୩% ବୃଦ୍ଧି ପାଇ ପ୍ରତି ୧୦ ଗ୍ରାମ ପିଛା ₹୧,୪୮,୨୫୦ରେ କାରବାର କରୁଥିଲା। ସେହିପରି ରୂପା ଦର ପ୍ରାୟ ୧.୮% ବୃଦ୍ଧି ପାଇ ପ୍ରତି କିଲୋଗ୍ରାମ ₹୨,୩୭,୫୭୦ରେ ପହଞ୍ଚିଛି।  ଦେଶର ପ୍ରମୁଖ ସହରରେ ଆଜିର ସୁନା ଓ ରୂପା ଦର … ନୂଆଦିଲ୍ଲୀ ୨୪ କ୍ୟାରେଟ୍: ପ୍ରତି ୧୦ ଗ୍ରାମ ₹୧,୪୭,୭୩୦ ୨୨ କ୍ୟାରେଟ୍: ପ୍ରତି ୧୦ ଗ୍ରାମ ₹୧,୩୫,୪୧୯ ରୂପା: ପ୍ରତି କିଲୋଗ୍ରାମ ₹୨,୩୬,୭୩୦ ମୁମ୍ବାଇ ୨୪ କ୍ୟାରେଟ୍: ₹୧,୪୭,୯୯୦ ୨୨ କ୍ୟାରେଟ୍: ₹୧,୩୫,୬୫୮ ରୂପା: ₹୨,୩୭,୧୩୦ ପ୍ରତି କିଲୋଗ୍ରାମ ବେଙ୍ଗାଲୁରୁ ୨୪ କ୍ୟାରେଟ୍: ₹୧,୪୮,୦୫୦ ୨୨ କ୍ୟାରେଟ୍: ₹୧,୩୫,୭୧୩ ରୂପା: ₹୨,୩୭,୨୦୦ ପ୍ରତି କିଲୋଗ୍ରାମ କୋଲକାତା ୨୪ କ୍ୟାରେଟ୍: ₹୧,୪୭,୭୪୦ ୨୨ କ୍ୟାରେଟ୍: ₹୧,୩୫,୪୨୮ ରୂପା: ₹୨,୩୬,୭୦୦ ପ୍ରତି କିଲୋଗ୍ରାମ ହାଇଦ୍ରାବାଦ ୨୪ କ୍ୟାରେଟ୍: ₹୧,୪୮,୧୭୦ ୨୨ କ୍ୟାରେଟ୍: ₹୧,୩୫,୮୩୭ ରୂପା: ₹୨,୩୭,୩୯୦ ପ୍ରତି କିଲୋଗ୍ରାମ ଚେନ୍ନାଇ ୨୪ କ୍ୟାରେଟ୍: ₹୧,୪୮,୩୬୦ ୨୨ କ୍ୟାରେଟ୍: ₹୧,୩୫,୯୯୭ ରୂପା: ₹୨,୩୭,୩୯୦ ପ୍ରତି କିଲୋଗ୍ରାମ କାହିଁକି ବଢ଼ୁଛି ସୁନା ଦର? ବିଶେଷଜ୍ଞଙ୍କ ମତରେ, ଆମେରିକା ଫେଡେରାଲ୍ ରିଜର୍ଭ ପକ୍ଷରୁ ସୁଧ ହାର ବୃଦ୍ଧିର ସମ୍ଭାବନା କମିବାରୁ ନିବେଶକମାନେ ପୁଣି ସୁନା ଆଡ଼କୁ ମୁହାଁଇଛନ୍ତି। ଏହା ସହ ଅନ୍ତର୍ଜାତୀୟ ବଜାରରେ ସୁନାର ଦାମ ବୃଦ୍ଧି, ଅଶୋଧିତ ତୈଳ ମୂଲ୍ୟରେ ବୃଦ୍ଧି ଏବଂ ବିଶ୍ୱ ଅର୍ଥନୈତିକ ଅନିଶ୍ଚିତତା ମଧ୍ୟ ସୁନାକୁ ସୁରକ୍ଷିତ ନିବେଶ ବିକଳ୍ପ ଭାବେ ପ୍ରମାଣିତ ହେଇଛି । ଆଗକୁ ଆହୁରି ବଢ଼ିବ କି ସୁନା ଦର ? ଆଗାମୀ ଦିନରେ ଆମେରିକୀୟ ଫେଡ୍‌ର ନିଷ୍ପତ୍ତି, ଡଲାରର ଗତିବିଧି, ଅଶୋଧିତ ତୈଳ ଦର ଏବଂ ବିଶ୍ୱ ଭୂରାଜନୈତିକ ପରିସ୍ଥିତି ସୁନା ଓ ରୂପା ଦର ଉପରେ ସିଧାସଳଖ ପ୍ରଭାବ ପକାଇବ। ଯଦି ଅନ୍ତର୍ଜାତୀୟ ବଜାରରେ ଅନିଶ୍ଚିତତା ଜାରି ରହେ, ତେବେ ଘରୋଇ ବଜାରରେ ମଧ୍ୟ ସୁନା ଓ ରୂପା ଦର ଆହୁରି ବଢ଼ିପାରେ। ତେଣୁ ନିବେଶକ ଓ କ୍ରେତାମାନଙ୍କୁ ବଜାରର ଗତିବିଧି ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଉଛି। ଆହୁରି ପଢନ୍ତୁ- ସୁପ୍ତ ଅବସ୍ଥାରେ ୫ ଟ୍ରିଲିୟନ ଡଲାର ସୁନା, ବିଦେଶକୁ ଯାଉଛି କୋଟି କୋଟି ଡଲାର: ଚିନ୍ତା ଦୂର କରିବ କି ନୂଆ ‘ଗୋଲ୍ଡ ସ୍କିମ୍’ ?