Elon Musk AI warning : ୫ ବର୍ଷ ମଧ୍ୟରେ ମଣିଷଙ୍କ ଠାରୁ ଟପି ଯିବ AIର ବୁଦ୍ଧି , ୧୦ ବର୍ଷରେ ହାତରୁ ଖସି ଯିବ ସବୁ କଣ୍ଟ୍ରୋଲ୍ !
ନୂଆଦିଲ୍ଲୀ : ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା AIର ଡେଭଲପମେଣ୍ଟ ଦ୍ରୁତ ଗତିରେ ହେବାରେ ଲାଗିଛି , ଏହା ଏବେ ଏକ ବଡ଼ ପ୍ରଶ୍ନ ସୃଷ୍ଟି କରିଛି, ଯାହାକି ଆଗାମୀ ସମୟରେ ମଣିଷ ଏଆଇକୁ କଣ୍ଟ୍ରୋଲ କରି ପାରିବ ତ ? ଟେସଲା ଓ ସ୍ପେସ-ଏକ୍ସର ସିଇଓ ଏଲନ୍ ମସ୍କ AIକୁ ନେଇ ପୁଣି ଏକ ସାଂଘାତିକ ଚେତାବନୀ ଦେଇଛନ୍ତି। ମସ୍କଙ୍କ କହିବାନୁସାରେ, ଆସନ୍ତା ୫ ବର୍ଷ ମଧ୍ୟରେ AIର ଇଣ୍ଟେଲିଜେନ୍ସ ସମଗ୍ର ମାନବ ସମାଜର ମିଳିତ ବୁଦ୍ଧିକୁ ମଧ୍ୟ ପଛରେ ପକାଇ ଦେଇ ପାରେ। ମସ୍କ ଏହା ମଧ୍ୟ ଚେତାବନୀ ଦେଇଛନ୍ତି ଯେ,ଯଦି ଏଆଇ ମଣିଷଙ୍କ ଠାରୁ ଆହୁରି ଅଧିକ ବୁଦ୍ଧିମାନ ହୋଇ ଗଲା , ତ ଆଗାମୀ ୧୦ ବର୍ଷରେ ଏହାକୁ ନିୟନ୍ତ୍ରଣ କରିବା ମଣିଷ ପାଇଁ ଅସମ୍ଭବ ହୋଇ ପାରେ।
ହେଲେ , ମସ୍କ AIର ଭବିଷ୍ୟତକୁ ନେଇ କେବଳ ଏକ ବିପଦ ଭାବେ ଦେଖି ନାହାନ୍ତି ,ସେ କହିଛନ୍ତି, ଯଦି ଏହାର ବିକାଶ ସଠିକ୍ ଦିଗରେ ହୁଏ, ତେବେ ଏହା ମାନବ ଇତିହାସରେ ସମୃଦ୍ଧି ଓ ବିକାଶର ଏକ ନୂଆ ଯୁଗ ଆଣି ପାରେ। ଏଆଇ କାରଣରୁ ଉତ୍ପାଦନ କ୍ଷମତା ବୃଦ୍ଧି ପାଇବା ସହ ଅନେକ ଜଟିଳ ସମସ୍ୟାର ସମାଧାନ ସହଜ ହେବ ଏବଂ ମଣିଷର ଜୀବନଶୈଳୀ ପୂର୍ବାପେକ୍ଷା ଆହୁରି ସମୃଦ୍ଧ ହୋଇ ପାରିବ। ହେଲେ ଏହାସହ ସେ ବିଶ୍ୱାସ କରନ୍ତି ଯେ, AIର କ୍ଷମତା ବୃଦ୍ଧି ସହ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରସ୍ତୁତ କରିବା ମଧ୍ୟ ଜରୁରୀ।
ମସ୍କ ପରାମର୍ଶ ଦେଇ କହିଛନ୍ତି , AIର ସମ୍ଭାବିତ ବିପଦରୁ ବର୍ତ୍ତିବା ପାଇଁ ବିଶ୍ୱର ବଡ଼ ବଡ଼ ଏଆଇ କମ୍ପାନୀଗୁଡ଼ିକ ନିଜ ନିଜ ମଧ୍ୟରେ ପ୍ରତିଯୋଗିତା ଭୁଲି ସୁରକ୍ଷା ମାମଲାରେ ସହଯୋଗ କରିବା ଉଚିତ୍। ତାଙ୍କ ମୁତାବିକ , ଏଆଇ ବିକଶିତ କରୁଥିବା କମ୍ପାନୀମାନଙ୍କୁ ନିୟମିତ ଭାବେ ପରସ୍ପର ମଧ୍ୟରେ ବୈଠକ କରି ଏଆଇ ସୁରକ୍ଷା ଓ ଏହା ସଂପର୍କିତ ବିପଦ ଉପରେ ଆଲୋଚନା କରିବା ଉଚିତ୍।
ତାଙ୍କର ପରାମର୍ଶ ଯେ, ଏମିତି ବୈଠକ ପ୍ରତି ସପ୍ତାହ କିମ୍ୱା ଅତି କମରେ ଦୁଇ ସପ୍ତାହରେ ହେବା ଉଚିତ୍। ଏହିପରି କମ୍ପାନୀମାନେ ପରସ୍ପରର ଅନୁଭବ ଓ ସୁରକ୍ଷା ଉପାୟ ଗୁଡ଼ିକରୁ ଶିକ୍ଷା ଲାଭ କରି ପାରିବେ ଏବଂ ଏଆଇ ମଡେଲର ବିକାଶ ବେଳେ ସମ୍ଭାବ୍ୟ ବିପଦ ଗୁଡ଼ିକୁ ଚିହ୍ନଟ କରି ପାରିବେ।
ମସ୍କ ଏଆଇ ମଡେଲର ସୁରକ୍ଷାକୁ ନେଇ peer review ବିଚାରକୁ ମଧ୍ୟ ସାମ୍ନାରେ ରଖିଛନ୍ତି। ତାଙ୍କ ମତରେ ଲାଟେଷ୍ଟ frontier AI models କୁ ସର୍ବସାଧାରଣରେ ଲଞ୍ଚ କରିବା ପୂର୍ବରୁ ପ୍ରତିସ୍ପର୍ଦ୍ଧା ଏଆଇ କମ୍ପାନୀଗୁଡ଼ିକର ଏକ୍ସପର୍ଟଙ୍କ ଠାରୁ ଏହାର ସମୀକ୍ଷା କରାଯାଇ ପାରିବ।
ଏହି ପ୍ରୋସେସର ଉଦ୍ଦେଶ୍ୟ କୌଣସି କମ୍ପାନୀର ଟେକନିକକୁ ରୋକିବା ନୁହେଁ , ବରଂ ଜାଣିବା ପାଇଁ ଯେ, ନୂଆ ଏଆଇ ମଡେଲରେ ଏମିତି କୌଣସି ବିପଦ କି ସମସ୍ୟା ନାହିଁ ତ,ଯାହାକୁ ବିକଶିତ କରୁଥିବା କମ୍ପାନୀ ନିଜେ ଜାଣିପାରି ନଥିବେ।
ମସ୍କଙ୍କୁ ମୁତାବିକ , ଏଆଇ କମ୍ପାନୀ ଗୁଡ଼ିକ ମଧ୍ୟରେ ସହଯୋଗ ଓ ସେଲଫ୍-ରେଗୁଲେସନକୁ ପ୍ରାଥମିକତା ଦିଆଯିବା ଉଚିତ। ତାଙ୍କ ଅନୁସାରେ, ଯଦି କମ୍ପାନୀମାନେ ଗୁରୁତର ସୁରକ୍ଷା ଚିନ୍ତା ଗୁଡ଼ିକୁ ଦୂର କରିବାରେ ଅସଫଳ ରହିବେ , ତ ସେତେବେଳେ ସରକାରଙ୍କୁ ହସ୍ତକ୍ଷେପ କରିବା ଉଚିତ୍। ଏହି ବିଚାର ଏମିତି ସମୟରେ ଆସିଛି, ଯେବେ ସାରା ବିଶ୍ୱର ସରକାର ଏଆଇର ଡେଭଲପମେଣ୍ଟ ଓ ଏହାର ବ୍ୟବହାରକୁ ନେଇ ନିୟମ ପ୍ରସ୍ତୁତ କରିବାକୁ ଚେଷ୍ଟା କରୁଛନ୍ତି।
ଆହୁରି ମଧ୍ୟ ପଢନ୍ତୁ - ଅଧା ମଣିଷ-ଅଧା ପଶୁ ! ଚୀନ ତିଆରି କଲା ବିଶ୍ୱ ପ୍ରଥମ ଏମିତି ଏକ ଆଶ୍ଚର୍ଯ୍ୟକର ରୋବୋଟ୍
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।