30 JULY 2026

Welcome!

Unlock your personalized experience.
Sign Up

Download Virtual DL: ଡ୍ରାଇଭିଂ ଲାଇସେନ୍ସ ଡାଉନଲୋଡ୍ କରିବା ହେଲା ଆହୁରି ସହଜ, ମୋବାଇଲ୍ରେ ଡାଉନଲୋଡ୍ କରନ୍ତୁ ଭର୍ଚୁଆଲ୍ DL

Jul 30, 2026 - 11:43
Download Virtual DL: ଡ୍ରାଇଭିଂ ଲାଇସେନ୍ସ ଡାଉନଲୋଡ୍ କରିବା ହେଲା ଆହୁରି ସହଜ, ମୋବାଇଲ୍ରେ ଡାଉନଲୋଡ୍ କରନ୍ତୁ ଭର୍ଚୁଆଲ୍ DL

ନୂଆଦିଲ୍ଲୀ, ୩୦।୭: ଆପଣଙ୍କ ସହିତ କେବେ ଏପରି ହୋଇଛି କି, ଟ୍ରାଫିକ୍ ପୁଲିସ୍ ଆପଣଙ୍କୁ ଅଟକାଇ ଡ୍ରାଇଭିଂ ଲାଇସେନ୍ସ ମାଗିଛନ୍ତି ଏବଂ ଆପଣଙ୍କର ହଠାତ୍ ମନେ ପଡ଼ିଛି ଯେ ଆପଣ ଲାଇସେନ୍ସ ସାଙ୍ଗରେ ଆଣିବାକୁ ଭୁଲି ଯାଇଛନ୍ତି ? ବାସ୍ତବରେ, ଅନଲାଇନ ପେମେଣ୍ଟର ଯୁଗରେ ଲୋକମାନେ ସାଙ୍ଗରେ ୱାଲେଟ୍ ବା ପର୍ସ ରଖିବାର ଅଭ୍ୟାସ କମ୍ କରିଦେଇଛନ୍ତି, ଯେଉଁଥିପାଇଁ କେତେକ ସମୟରେ ୱାଲେଟ୍‌ରେ ଥିବା ଡ୍ରାଇଭିଂ ଲାଇସେନ୍ସ ପରି ଜରୁରୀ କାଗଜପତ୍ର ପାଖରେ ରହିପାରେ ନାହିଁ । ଏଭଳି ପରିସ୍ଥିତିରେ ଭର୍ଚୁଆଲ୍ ଡ୍ରାଇଭିଂ ଲାଇସେନ୍ସ ଆପଣଙ୍କ ବହୁତ କାମରେ ଆସିଥାଏ ।

ଆପଣ ବହୁତ ସହଜରେ ଦୁଇଟି ସରକାରୀ ଆପ୍‌ର ସହାୟତାରେ ଫୋନରେ ଲାଇସେନ୍ସକୁ ଭର୍ଚୁଆଲ୍ ଭାବରେ ସଂରକ୍ଷଣ କରି ରଖିପାରିବେ, ଯାହାକି ଆଇନଗତ ଭାବେ ସମ୍ପୂର୍ଣ୍ଣ ରୂପେ ଗ୍ରହଣୀୟ ମଧ୍ୟ । ଏହି ସରକାରୀ ଆପ୍‌ଗୁଡ଼ିକରେ ଷ୍ଟୋର୍ ଥିବା ଲାଇସେନ୍ସକୁ ଆପଣ ଟ୍ରାଫିକ୍ ପୁଲିସ୍ ଏବଂ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଦେଖାଇ ପାରିବେ । ଏହି ଆପ୍‌ଗୁଡ଼ିକ ମଧ୍ୟରେ NextGen mParivahan ଏବଂ DigiLocker ଆପ୍ ସାମିଲ ରହିଛି । ଆସନ୍ତୁ ଜାଣିବା ସେହି ଷ୍ଟେପ୍‌ଗୁଡ଼ିକ ବିଷୟରେ, ଯାହାକୁ ଅନୁସରଣ କରି ଆପଣ ନିଜ ଫୋନରେ ସର୍ବଦା ଭର୍ଚୁଆଲ୍ ଡ୍ରାଇଭିଂ ଲାଇସେନ୍ସ ସଂରକ୍ଷଣ କରି ରଖିପାରିବେ ।

ଏହା ବି ପଢ଼ନ୍ତୁ... UPI Rule: ଫୋନ୍‌ ପେ, ଗୁଗଲ୍ ପେ'ରେ ଆଉ ଦେଖାଯିବନି ପୂରା ନମ୍ବର, NPCIର କଡ଼ା ନିର୍ଦ୍ଦେଶ

ଭର୍ଚୁଆଲ୍ ଡ୍ରାଇଭିଂ ଲାଇସେନ୍ସ କ’ଣ ଏବଂ ସାଧାରଣ ଡି.ଏଲ୍ (DL) ଠାରୁ ଏହା କିପରି ଭିନ୍ନ ?

ଭର୍ଚୁଆଲ୍ ଡ୍ରାଇଭିଂ ଲାଇସେନ୍ସକୁ ଆପଣ ଆପଣଙ୍କର ଅଫିସିଆଲ୍ ଡ୍ରାଇଭିଂ ଲାଇସେନ୍ସର ସଫ୍ଟ କପି ଭାବରେ ବୁଝିପାରିବେ । ଏହା ମଧ୍ୟ ଆପଣଙ୍କର ମୂଳ ଡି.ଏଲ୍ ଭଳି ସମାନ ଭାବରେ ବୈଧ । ଆପଣଙ୍କର ସାଧାରଣ ଡି.ଏଲ୍ ଏକ ପ୍ଲାଷ୍ଟିକ୍ କାର୍ଡ କିମ୍ବା ଲାମିନେଟେଡ୍ କାଗଜ ଆକାରରେ ଥାଏ ଯାହାକୁ ୱାଲେଟ୍‌ରେ ସାଙ୍ଗରେ ଧରି ବୁଲିବାକୁ ପଡ଼ିଥାଏ, କିନ୍ତୁ ଭର୍ଚୁଆଲ୍ ଡି.ଏଲ୍ ଆପଣଙ୍କ ସ୍ମାର୍ଟଫୋନ୍‌ର ଏକ ସୁରକ୍ଷିତ ଆପ୍‌ରେ ଥାଏ । ଫୋନରେ ସଫ୍ଟ କପି ଆକାରରେ ରହିବା ଯୋଗୁଁ ଏହା ହଜିଯିବାର କୌଣସି ଭୟ ନଥାଏ । ଭର୍ଚୁଆଲ୍ ଡି.ଏଲ୍‌ର ଆଉ ଏକ ଲାଭ ହେଉଛି ଯେ ଏଥିରେ ଏକ QR କୋଡ୍ ମିଳିଥାଏ । ଏହି କାରଣରୁ ଟ୍ରାଫିକ୍ ପୁଲିସକୁ ଆପଣଙ୍କ ଲାଇସେନ୍ସକୁ ମ୍ୟାନୁଆଲି ଯାଞ୍ଚ କରିବାକୁ ପଡ଼ିନଥାଏ । ଡି.ଏଲ୍ ଉପରେ ଥିବା ଡାଇନାମିକ୍ QR କୋଡ୍‌କୁ ପୁଲିସ୍ ସେମାନଙ୍କ ଡିଭାଇସ୍ ଦ୍ୱାରା ସ୍କାନ୍ କରି ତୁରନ୍ତ ଆପଣଙ୍କ ଲାଇସେନ୍ସର ସତ୍ୟତା ଏବଂ ଚାଲାଣର ସ୍ଥିତି ଯାଞ୍ଚ କରିପାରିବେ । ଆଇଟି ଆକ୍ଟ ଏବଂ ସଡ଼କ ପରିବହନ ମନ୍ତ୍ରଣାଳୟର ନିୟମ ଅନୁଯାୟୀ, ଉଭୟର ଆଇନଗତ ମାନ୍ୟତା ସମାନ ଅଟେ । ଚେକିଂ ସମୟରେ ଫୋନରେ ଭର୍ଚୁଆଲ୍ ଡି.ଏଲ୍ ଦେଖାଇବା ପରେ ପୁଲିସ୍ ଆପଣଙ୍କର ଅସଲି କାର୍ଡ ନଥିବା କାରଣରୁ ଚାଲାଣ କାଟିପାରିବ ନାହିଁ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।