15 JULY 2026

Welcome!

Unlock your personalized experience.
Sign Up

Dharman : କାନ୍ତାରାରେ ରିଷଭଙ୍କୁ ଦେଇଥିଲେ ଟକ୍କର,ଏବେ ରଜନୀକାନ୍ତଙ୍କ ଫିଲ୍ମରେ ଆସିବେ ନଜର ..କିଏ ସେହି ଅଭନେତ୍ରୀ ..

Jul 15, 2026 - 16:12
Dharman : କାନ୍ତାରାରେ ରିଷଭଙ୍କୁ ଦେଇଥିଲେ ଟକ୍କର,ଏବେ ରଜନୀକାନ୍ତଙ୍କ ଫିଲ୍ମରେ ଆସିବେ ନଜର ..କିଏ ସେହି ଅଭନେତ୍ରୀ ..

ମୁମ୍ବାଇ,୧୫\୭ : ସାଉଥ୍ ସୁପର ଷ୍ଟାର୍ ରଜନୀକାନ୍ତ ଫିଲ୍ମ 'ଜେଲର -୨' କୁ ପ୍ରତିକ୍ଷାର ସହ ଚାହିଁ ବସିଛନ୍ତି ଫ୍ୟାନ୍ସ ।ସିନେମାଟି ୧୫ ଅକ୍ଟୋବର ୨୦୨୬ରେ ରିଲିଜ୍ ହେବ। ଯେଉଁଥିରେ 'ଜେଲର'ର କାହାଣୀକୁ ଆଗକୁ ଜାରି ରହିବ। କୁହାଯାଉଛି କି ଫିଲ୍ମରେ ହ୍ରିତିକ୍ ରୋଶନ ମଧ୍ୟ ଅଭିନୟ କରିଛନ୍ତି । ଯାହାର ସୁଟିଂ ସରିଛି।

ଏହା ପ୍ରଥମେ ଶାହାରୁଖ ଖାନ୍ କରିବାର ପ୍ଲାନିଂ ଥିଲା । କିଛି କାରଣରୁ ସେ ଫିଲ୍ମରେ ଯୋଗ ଦେଇ ପାରିନଥିଲେ । ଧର୍ମନ ଫିଲ୍ମଟି କମଲ ହାସନଙ୍କ ସହ ଆସୁଛି। କିଛି ସମୟ ଆଗରୁ ଫିଲ୍ମର ଘୋଷଣା ହୋଇଥିଲା । କାହାଣୀରେ ଅଭିନେତା ଜଣେ ଘାତକ ଡାକ୍ତର ଭୂମିକାରେ ନଜର ଆସିବେ । ଏବେ ଚର୍ଚ୍ଚା ହେଉଛି ଯେ ଫିଲ୍ମରେ ଅଭିନେତ୍ରୀ ରୁକ୍ମିଣୀ ବସନ୍ଥଙ୍କ ଏଣ୍ଟ୍ରି ହୋଇଛି । ସେ ଏହି ଫିଲ୍ମରେ କଣ କରିବେ ଜାଣନ୍ତୁ ।

ସୁପରଷ୍ଟାର ରଜନୀକାନ୍ତ 'ଡ୍ରାଗନ୍' ,'ଓ ମାଇଁ କଡାଭୁଲେ'ର ନିର୍ଦ୍ଦେଶକ ଅଶ୍ବଥ ମାରିମୁଥୁଙ୍କ ସହ କାମ କରିଛନ୍ତି । ଏଥର ସେ 'ଧର୍ମନ' ନାମକ କର୍ମସିଆଲ୍ ମନୋରଞ୍ଜନ ଭିତ୍ତିକ ଚଳଚିତ୍ରର ନିର୍ଦ୍ଦେଶନା ଦେବେ । ପ୍ରାରମ୍ଭରେ ଅନ୍ୟ ଜଣେ ନିର୍ଦ୍ଦେଶକଙ୍କ ସହ ଏହି ଫିଲ୍ମ ହେବାର ଯାଜନା ହେଉଥିଲା , କିନ୍ତୁ ପରମୁହୁର୍ତ୍ତରେ ପରିସ୍ଥିତି ବଦଳିଗଲା । କମଲ ହାସନଙ୍କ ରାଜ କମଲ୍ ଫିଲ୍ମସ୍ ଇଣ୍ଟରନ୍ୟାସନାଲ୍ ବ୍ୟାନରେର ଏହି ଫିଲ୍ମ ନିର୍ମାଣ କରାଯାଉଛି । ରୁକ୍ମିଣୀ ବସନ୍ଥ ଏଥିରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଭିନୟ କରିବେ ବୋଲି ଆଶା କରାଯାଉଛି । ଫିଲ୍ମରେ ସିମରନ,ରାଶି ଖାନ୍ନା ଭଳି ଅନେକ କଳାକାର ନଜର ଆସିବେ । ଯାହା ଏହାର ଷ୍ଟାର କାଷ୍ଟକୁ ମଜଭୁତ କରିବ । ନିକଟରେ ଫିଲ୍ମର ପୋଷ୍ଟର ରିଲିଜ୍ ହୋଇଛି । ଯାହା ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି । ସୂଚନା ଅନୁସାରେ ଅନିରୁଦ୍ଧ ଏହି ଫିଲ୍ମର ସଂଗୀତ ସଂଯୋଜନା କରିବେ।

ରୁକ୍ମିଣୀ ବସନ୍ଥ ବର୍ତ୍ତମାନ ଅଧିକ ଚର୍ଚ୍ଚାରେ ଅଛନ୍ତି। ସେ 'କାନ୍ତାରା'ରେ ଜଣେ ଖଳନାୟିକା ଭୂମିକାରେ ଅଭିନୟ କରିଥିଲେ। ସେ ରିଷଭ ଶେଟ୍ଟୀଙ୍କୁ ମଧ୍ୟ କଡ଼ା ଟକ୍କର ଦେଇଥିଲେ। ୟଶଙ୍କ 'ଟକ୍ସିକ'ର ମଧ୍ୟ ନଜର ଆସିବେ ରୁକ୍ମିଣୀ । ଯଦି ସେ ଏବେ ରଜନୀକାନ୍ତଙ୍କ ଚଳଚ୍ଚିତ୍ରରେ ଯୋଗ ଦିଅନ୍ତି, ତେବେ ତାଙ୍କ ପାଖରେ ଅନେକ ବଡ଼ ପ୍ରୋଜେକ୍ଟ ରହିବ। ଯାହା ତାଙ୍କ କ୍ୟାରିୟର ପାଇଁ ମାଇଲଖୁଣ୍ଟ ହେବ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।