06 JULY 2026

Welcome!

Unlock your personalized experience.
Sign Up

Delhi Police bust ISI-linked terror : ଦିଲ୍ଲୀ ପୁଲିସର ବଡ଼ ଅପରେସନ , ଭଟ୍ଟି ଟେରର ମଡ୍ୟୁଲର ଆଉ ୬ ସନ୍ଦିଗ୍ଧ ଗିରଫ

Jul 06, 2026 - 16:55
Delhi Police bust ISI-linked terror : ଦିଲ୍ଲୀ ପୁଲିସର ବଡ଼ ଅପରେସନ , ଭଟ୍ଟି ଟେରର ମଡ୍ୟୁଲର ଆଉ ୬ ସନ୍ଦିଗ୍ଧ ଗିରଫ

ନୂଆଦିଲ୍ଲୀ – ଦିଲ୍ଲୀ ପୁଲିସର ଏକ ବଡ଼ ଅପରେସନରେ ଶହଜାଦ ଭଟ୍ଟି ନେଟୱର୍କର ଦୁଇଟି ଭିନ୍ନ ଭିନ୍ନ ମଡ୍ୟୁଲର ପର୍ଦ୍ଦାଫାସ୍ ହୋଇଛି। ସ୍ପେଶାଲ ସେଲ୍ ଦିଲ୍ଲୀ ଓ ପଞ୍ଜାବରୁ ୬ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ସନ୍ଦିଗ୍ଧ ମାନେ ଦୁଇଟି ଅଲଗା ଅଲଗା ନେଟୱର୍କ ଅନୁସାରେ କାମ କରୁଥିଲେ। ଏକ ନେଟୱର୍କ ଆତଙ୍କୀ କାର୍ଯ୍ୟକଳାପ ସହ ଜଡ଼ିତ ଥିବା ବେଳେ ଅନ୍ୟଟି ଅବୈଧ ଅସ୍ତ୍ରଶସ୍ତ୍ରର ଚୋରା ଚାଲାଣରେ ସଂପୃକ୍ତ ଥିଲା। ପୁଲିସ ଅଭିଯୁକ୍ତଙ୍କ ପାଖରୁ ଅନେକ ବନ୍ଧୁକ ଓ ପେଟ୍ରୋଲ ବୋମା ଜବତ କରିଛି।

ଏହି ନେଟୱର୍କ ସଂଗଠିତ ଉପାୟରେ କାମ କରୁଥିଲା, ଯାହାକି ଦିଲ୍ଲୀ ପୁଲିସ ମଧ୍ୟ ପ୍ରାରମ୍ଭିକ ଯାଞ୍ଚରୁ ଜାଣି ପାରିଛି। ଦିଲ୍ଲୀ ପୁଲିସ ମୁତାବିକ ଏହି ନେଟୱର୍କର କନେକ୍ସନ ଅନେକ ରାଜ୍ୟ ପର୍ଯ୍ୟନ୍ତ ଲମ୍ୱିଥାଇ ପାରେ। ନିକଟରେ ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ୍ ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଆଇଏସଆଇ ସମର୍ଥିତ ଆତଙ୍କୀ ଓ ଅସ୍ତ୍ରଶସ୍ତ୍ରର ନେଟୱର୍କର ପର୍ଦ୍ଦାଫାସ କରି ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।

ଦିଲ୍ଲୀ ପୁଲିସ ଅନୁସାରେ ,ଆଇଏସଆଇ ସମର୍ଥିତ ଆତଙ୍କୀ ଓ ଅସ୍ତ୍ରଶସ୍ତ୍ରର ନେଟୱର୍କର ୩ ଜଣ ସନ୍ଦିଗ୍ଧଙ୍କୁ ପଞ୍ଜାବରୁ ଏବଂ ଅନ୍ୟ ଜଣକୁ ଦିଲ୍ଲୀକୁ ଗିରଫ କରାଯାଇ ଥିଲା। ଏହା ମଧ୍ୟ ଜାଣିବାକୁ ମିଳୁଛି ଯେ, ଏହି ସବୁ ସନ୍ଦିଗ୍ଧଙ୍କୁ ସେମାନଙ୍କର ମୁଖିଆ ଦିଲ୍ଲୀରେ ଧାର୍ମିକ ସ୍ଥଳ ଗୁଡ଼ିକ ଓ ପୁଲିସର ପ୍ରତିଷ୍ଠାନ ଗୁଡ଼ିକରେ ରେକି କରିବାକୁ ଦାୟିତ୍ୱ ଦେଇଥିଲେ। ଆତଙ୍କୀ ସେମାନଙ୍କର ଏହି ଘୃଣ୍ୟ ଯୋଜନାରେ ସଫଳ ହେବା ପୂର୍ବରୁ ପୁଲିସ ସେହି ନେଟୱର୍କର ପର୍ଦ୍ଦାଫାସ କରି ଦେଇଛି।

ଏହାସହ ମଧ୍ୟ ପଢନ୍ତୁ - Indus Waters Treaty: 'କାଙ୍ଗାଳ' ପରେ ଏବେ 'ମରୁଭୂମି' ପାଲଟିବ ପାକିସ୍ତାନ ! ସିନ୍ଧୁ ଜଳ ଚୁକ୍ତି ଉପରେ ପାକ୍ ସେନାର ବଡ଼ ଚେତାବନୀ

ଦିଲ୍ଲୀ ପୁଲିସ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇ ଥିଲା ଯେ,ସନ୍ଦିଗ୍ଧ ପାକିସ୍ତାନୀ ଗୁଇନ୍ଦା ଏଜେନ୍ସି ଆଇଏସଆଇର ଏଜେଣ୍ଟ ଶହଜାଦ ଭଟ୍ଟି ଓ ତାର ଗ୍ୟାଙ୍ଗର ଇଙ୍ଗିତରେ ଆତଙ୍କୀ କାର୍ଯ୍ୟକଳାପକୁ ସଫଳ କରିବାକୁ ଯୋଜନା କରୁ ଥିଲା। ଏସବୁ ସନ୍ଦିଗ୍ଧ ଧରା ପଡ଼ିବାରୁ ରକ୍ଷା ପାଇବା ପାଇଁ ପାକିସ୍ତାନୀ ହ୍ୟାଣ୍ଡଲଙ୍କ ଦ୍ୱାରା ଉପଲବ୍ଧ ବିଦେଶୀ ନମ୍ୱର ଗୁଡ଼ିକର ବ୍ୟବହାର କରୁ ଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।