02 JULY 2026

Welcome!

Unlock your personalized experience.
Sign Up

Daycare abuse : ଡେ କେୟାର ସେଣ୍ଟରର କଳା ସତ, କୁନି ଶିଶୁଙ୍କ ଉପରେ ଅକଥନୀୟ ନିର୍ଯାତନା, କାନ୍ଦିଲେ ୱାଶିଂ ମେସିନ୍ ଦଣ୍ଡ

Jul 02, 2026 - 08:58
Daycare abuse : ଡେ କେୟାର ସେଣ୍ଟରର କଳା ସତ, କୁନି ଶିଶୁଙ୍କ ଉପରେ ଅକଥନୀୟ ନିର୍ଯାତନା, କାନ୍ଦିଲେ ୱାଶିଂ ମେସିନ୍ ଦଣ୍ଡ

ନୂଆଦିଲ୍ଲୀ, ୨/୭ : ଆପଣ ଜଣେ ୱାର୍କିଂ ୱିମେନ୍ କି ? ଅଫିସ୍ ଯିବା ବେଳେ ନିଜ ପିଲାକୁ ଡେ କେୟାର ସେଣ୍ଟରରେ ଛାଡ଼ି ନିର୍ଦ୍ଵନ୍ଦ୍ଵରେ ଅଫିସ୍ ଯାଉଛନ୍ତି କି ? ତାହେଲେ ସାବଧାନ୍ ! ଆପଣଙ୍କ ପାଇଁ ଗୁରୁତ୍ଵପୂର୍ଣ୍ଣ ଖବର। ପିଲା ସହ ହେଉଥାଇପାରେ ସାଙ୍ଘାତିକ ଅତ୍ୟାଚାର। ଆପଣଙ୍କ ଅନୁପସ୍ଥିତିରେ ପିଲାଙ୍କୁ ଅକଥନୀୟ ନିର୍ଯାତନା ଦେଇପାରନ୍ତି ଧାଈ ମା। ବେଙ୍ଗାଲୁରୁ ସ୍ଥିତି ଏକ ପ୍ରମୁଖ କମ୍ପାନୀ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡର ଡେ କେୟାର ସେଣ୍ଟରରୁ ଏଭଳି ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ଯାହାକୁ ଦେଖିଲେ ଆପଣଙ୍କ ଦେହ ଶିହରି ଉଠିବ।

ସୂଚନାନୁଯାୟୀ, ହାଲ୍ ର କର୍ମଚାରୀଙ୍କ ପାଇଁ କମ୍ପାନୀ ପରିସରରେ ଏକ ଡେ କେୟାର ସେଣ୍ଟର ରହିଛି। ଏଠାରେ କାମ କରୁଥିବା ମହିଳାମାନେ ସେମାନଙ୍କ ପିଲାଙ୍କୁ ଏହି ଡେ କେୟାର ସେଣ୍ଟରରେ ଛାଡ଼ି କାମ କରିବାକୁ ଯାଆନ୍ତି। ହେଲେ ଏହି ଡେ କେୟାର ସେଣ୍ଟରର ଏଭଳି ଏକ କଳା ସତ ସମ୍ନାକୁ ଆସିଛି। ଯାହାକି ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ଏଠାରେ କାମ କରୁଥିବା କର୍ମଚାରୀମାନେ ଛୋଟ ଛୋଟ କୋମଳମତି ଶିଶୁଙ୍କୁ ଅକଥନୀୟ ନିର୍ଯାତନା ଦେଉଛନ୍ତି। ପିଲା କାନ୍ଦିଲେ, ଜିଦି କଲେ କିମ୍ଵା ମାରପିଟ୍ ହେଲେ ସେମାନଙ୍କୁ ଦଣ୍ଡ ଦିଆଯାଉଛି। ଯେପରିକି ପିଲାଙ୍କୁ ୱାଶିଂ ମେସିନ୍ ରେ ଭର୍ତ୍ତି କରାଯାଉଛି। ଟଏଲେଟ୍ ର ଜେଟ୍ ସ୍ପ୍ରେରେ ପିଲାମାନଙ୍କ ମୁହଁକୁ ପାଣି ସ୍ପ୍ରେ କରାଯାଉଛି। କମୋଡ ଉପରେ ଜୋର ଜବରଦସ୍ତି ବସାଇ ଦିଆଯାଉଛି। ବାଥରୁମ୍ ରେ ବନ୍ଦ କରିଦିଆଯାଉଛି। ଏହି ଘଟଣା ସବୁ ସିସିଟିଭିରେ କଏଦ ହୋଇଛି। ଜଣେ ଶିଶୁଙ୍କ ମା ଏନେଇ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ସିସିଟିଭି ଫୁଟେଜରୁ ଡେ କେୟାର ସେଣ୍ଟରର କଳା କାରନାମା ପଦାରେ ପଡିଛି।

ତେବେ ଡେ କେୟାରର ସେଣ୍ଟରର ଏଭଳି କ୍ରୂରତାର ଖୁଲାସା ହେବା ପରେ ବେଙ୍ଗାଲୁରୁରେ ଆକ୍ରୋଶ ବଢିଛି। ପୁଲିସ ୫ ଜଣ ମହିଳା କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ କରିଛି। ସମସ୍ତ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଜେରା କରାଯିବ ବୋଲି ପୁଲିସ କହିଛି। ସିସିଟିଭି ଭିଡିଓର ଫରେନସିକ୍ ଯାଞ୍ଚ ପାଇଁ ପଠାଯାଇଛି।

ଆହୁରି ପଢନ୍ତୁ- ଚା-ବିସ୍କୁଟ ପାଇଁ ଯାଇଥିଲା ଚାକିରି, ୩ ବର୍ଷ ପରେ ପୁନଃ ନିଯୁକ୍ତି ଆଦେଶ ଦେଲେ ହାଇକୋର୍ଟ

Weird Toilet-Themed Restaurant in Taiwan Goes Viral | ଟଏଲେଟ୍ ସିଟରେ ବସି ଖାଦ୍ୟ ଖାଆନ୍ତି ଲୋକ