02 JULY 2026

Welcome!

Unlock your personalized experience.
Sign Up

Coca-Cola Explores IPO : ଭାରତୀୟ ସେୟାର ବଜାରରେ ହେବ Coca-Colaର ଏଣ୍ଟ୍ରି : ୯,୫୦୦କୋଟିର IPO ଆଣିବାକୁ ଚାଲିଛି ପ୍ରସ୍ତୁତି

Jul 02, 2026 - 16:55
Coca-Cola Explores IPO : ଭାରତୀୟ ସେୟାର ବଜାରରେ ହେବ Coca-Colaର ଏଣ୍ଟ୍ରି : ୯,୫୦୦କୋଟିର IPO ଆଣିବାକୁ ଚାଲିଛି ପ୍ରସ୍ତୁତି

ନୂଆଦିଲ୍ଲୀ : ପ୍ରସିଦ୍ଧ ସଫ୍ଟ ଡ୍ରିଙ୍କ କମ୍ପାନୀ କୋକା-କୋଲା ଏବେ ଭାରତରେ ନିଜର ବଟଲିଂ କମ୍ପାନୀ ହିନ୍ଦୁସ୍ତାନ କୋକା-କୋଲା ବେଭରେଜେଜ୍( HCCB )ର IPO ଆଣିବାକୁ ପ୍ରସ୍ତୁତି କରୁଛି। ମିଡିଆ ରିପୋର୍ଟ ମୁତାବିକ , ଏହି ଆଇପିଓ ମାଧ୍ୟମରେ କମ୍ପାନୀ ପ୍ରାୟ ୧ ବିଲିୟନ ଡଲାର ଅର୍ଥାତ୍ ପାଖାପାଖି ୯,୫୦୦ କୋଟି ଟଙ୍କାର ସଂଗ୍ରହ କରି ପାରେ। ସୂଚନା ଅନୁସାରେ, କୋକା –କୋଲା ଅନେକ ବଡ଼ ବଡ଼ ନିବେଶ ବ୍ୟାଙ୍କ ଗୁଡ଼ିକୁ ଏହି ଆଇପିଓରେ କାମ କରିବା ପାଇଁ ନିଜର ଯୋଜନା ଉପସ୍ଥାପନ କରିବା ପାଇଁ ନିମନ୍ତ୍ରଣ ଦେଇଛି। ଆସନ୍ତା ସପ୍ତାହରେ ଲଣ୍ଡନରେ ଏହି ବ୍ୟାଙ୍କ ଗୁଡ଼ିକର ପ୍ରେଜେଣ୍ଟେସନ ହେବ। ଏହି ପୂରା ପ୍ରକ୍ରିୟାରେ Rothschild & Co. କମ୍ପାନୀର ପରାମର୍ଶଦାତା ରୂପେ କାମ କରୁଛି ଏବଂ ସେଠାରେ ସମ୍ଭାବିତ ବ୍ୟାଙ୍କ ଗୁଡ଼ିକ ସହ ଆଲୋଚନା କରିବ।

ରିପୋର୍ଟ ମୁତାବିକ , କୋକା-କୋଲା ନିଜ ଭାରତୀୟ ବଟଲିଙ୍ଗ୍ କମ୍ପାନୀର ପ୍ରାୟ ୧୦ ବିଲିୟନ ଡଲାର (ପ୍ରାୟ ୮୫,୦୦୦ କୋଟି ଟଙ୍କା) ର ଭ୍ୟାଲୁ ଚାହୁଁଛି। ହେଲେ ଏବେ ଏହି ଯୋଜନା ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି। ଏଥିପାଇଁ ଆଇପିଓ କେବେ ଆସିବ ,ଏହାର ଆକାର କେତେ ହେବ , କମ୍ପାନୀର ଅନ୍ତିମ ଭାଲ୍ୟୁ କେତେ ସ୍ଥିର ହେବ ଏବଂ ଶେୟାର କେତେ ବିକ୍ରି କରାଯିବ ଆଦି ଅନେକ ନିଷ୍ପତ୍ତି ଏବେ ବି ରହିଛି। ଆଗାମୀ ସମୟରେ ଏହି ସବୁ କଥାରେ ପରିବର୍ତ୍ତନ ମଧ୍ୟ ହୋଇପାରେ। ବର୍ତ୍ତମାନ କୋକା –କୋଲା ଓ Rothschild & Co. ଏହି ଖବର ଗୁଡ଼ିକରେ କୌଣସି ଅଫିସିଆଲି ଟିପ୍ପଣୀ ଦେଇ ନାହିଁ।

  • ଅନେର ବିଦେଶୀ କମ୍ପାନୀର ହେଉଛି ଏଣ୍ଟ୍ରି -

ଭାରତର ଶେୟାର ବଜାର ଗତ କିଛି ବର୍ଷରେ ଲଗାତାର ଦୃଢ ହୋଇଛି ଏବଂ ଏଠାରେ ଘରୋଇ ନିବେଶକଙ୍କ ସଂଖ୍ୟା ଖୁବ୍ ଜୋରରେ ବୃଦ୍ଧି ପାଇଛି। ଏହି କାରଣରୁ ଅନେକ ବିଦେଶୀ ଓ ବହୁ ରାଷ୍ଟ୍ରୀୟ କମ୍ପାନୀମାନେ ନିଜର ଭାରତୀୟ ୟୁନିଟ ଗୁଡ଼ିକୁ ଶେୟାର ବଜାରରେ ଲିଷ୍ଟ କରୁଛନ୍ତି। ଏଥିରେ ସେମାନଙ୍କୁ ପୁଞ୍ଜି ସଂଗ୍ରହ କରିବାରେ ଭାରତୀୟ ନିବେଶକଙ୍କୁ ମଧ୍ୟ କମ୍ପାନୀରେ ପାର୍ଟନରସିପ୍ ଦେବାର ସୁଯୋଗ ମିଳିଥାଏ। ଗତ ବର୍ଷ ଏଲଜି ଇଲେକ୍ଟ୍ରୋନିକ୍ସ ମଧ୍ୟ ନିଜର ଭାରତୀୟ ୟୁନିଟକୁ ଶେୟାର ବଜାରରେ ଲିଷ୍ଟ କରି ଥିଲା , ସେଠାରେ ୨୦୨୪ରେ ହୁଣ୍ଡାଇ ମୋଟର ଭାରତର ଇତିହାସର ସବୁଠୁ ବଡ଼ ଆଇପିଓ ଆଣି ପ୍ରାୟ ୩.୩ ବିଲିୟନ ଡଲାର ସଂଗ୍ରହ କରି ଥିଲା। ଏବେ କୋକା-କୋଲା ମଧ୍ୟ ଏହି ରାସ୍ତାରେ ଆଗକୁ ବଢିବାର ଦେଖା ଯାଉଛି।

  • କେତେ ବଡ଼ HCCBର ବ୍ୟବସାୟ ?

HCCB ଭାରତର ସବୁଠୁ ବଡ଼ ସଫ୍ଟ ଡ୍ରିଙ୍କ୍ ବଟଲିଙ୍ଗ କମ୍ପାନୀ ଗୁଡ଼ିକ ମଧ୍ୟରୁ ଗୋଟିଏ। କମ୍ପାନୀ ସମଗ୍ର ଦେଶରେ ୧୭ ଲକ୍ଷ ( ୧.୭ ମିଲିୟନ) ରୁ ଅଧିକ ରିଟେଲ ଦୋକାନ ପର୍ଯ୍ୟନ୍ତ ନିଜର ଉତ୍ପାଦ ପହଞ୍ଚାଇ ଥାଏ। ଏହା ବ୍ୟତୀତ ସାରା ଦେଶରେ ୫ହଜାରରୁ ଅଧିକ କର୍ମଚାରୀ କାମ କରନ୍ତି। କମ୍ପାନୀର ମୁଖ୍ୟାଳୟ ବେଙ୍ଗାଲୁରୁରେ ରହିଛି। ଏଚସିସିବି ନିକଟରେ ୧୨ ଟି ରାଜ୍ୟରେ ୧୪ଟି ମାନ୍ୟୁଫ୍ୟାକ୍ଚରିଂ ପ୍ଲାଣ୍ଟ ଅଛି ଏବଂ ଏହା ଦକ୍ଷିଣ ସହ ପଶ୍ଚିମ ଭାରତର ୨୩୬ଟି ଜିଲ୍ଲାରେ କୋକା-କୋଲାର ପାନୀୟ ପଦାର୍ଥର ସପ୍ଲାଇ କରେ।

ଆହୁରି ମଧ୍ୟ ପଢନ୍ତୁ : India gasoline exports Russia: ଅଙ୍କ ବିଗାଡ଼ିଲା ୟୁକ୍ରେନ, ଶକ୍ତି ସଙ୍କଟରେ ମସ୍କୋ, ୬୦ ହଜାର ଟନ୍‌ ଗ୍ୟାସୋଲିନ୍‌ ପଠାଇଲା ଭାରତ