18 JULY 2026

Welcome!

Unlock your personalized experience.
Sign Up

Chandra Rashi Parivartan : ଚନ୍ଦ୍ରଙ୍କ ରାଶି ପରିବର୍ତ୍ତନ, ଏହି ରାଶିର ବ୍ୟକ୍ତିଙ୍କ ଉପରେ ରହିଛି ବିପଦ

Jul 18, 2026 - 16:23
Chandra Rashi Parivartan : ଚନ୍ଦ୍ରଙ୍କ ରାଶି ପରିବର୍ତ୍ତନ, ଏହି ରାଶିର ବ୍ୟକ୍ତିଙ୍କ ଉପରେ ରହିଛି ବିପଦ

ଭୁବନେଶ୍ୱର ୧୮/୦୭: ୧୮ ଜୁଲାଇ ରାତିରେ ଚନ୍ଦ୍ର ସିଂହ ରାଶିରୁ ବାହାରି କନ୍ୟା ରାଶିରେ ପ୍ରବେଶ କରିବେ। ଏହି ପରିବର୍ତ୍ତନ ରାତି ୧୧:୫୯ ରେ ହେବ। କନ୍ୟା ରାଶିର ସ୍ୱାମୀଗ୍ରହ ହେଉଛନ୍ତି ବୁଧ । ବୈଦିକ ଜ୍ୟୋତିଷ ଅନୁସାରେ, ବୁଧ ଚନ୍ଦ୍ରକୁ ଶତ୍ରୁ ବୋଲି ମାନିଥାନ୍ତି। ଫଳସ୍ୱରୂପ, କନ୍ୟା ରାଶିରେ ଚନ୍ଦ୍ରଙ୍କ ପ୍ରବେଶ କିଛି ରାଶି ପାଇଁ ପ୍ରତିଦ୍ୱନ୍ଦ୍ୱୀ ହୋଇପାରେ। ବିଶେଷକରି, ଏହି ରାଶିର ବ୍ୟକ୍ତିମାନେ ସେମାନଙ୍କ ଆର୍ଥିକ ସ୍ଥିତିରେ ଉତ୍ଥାନ-ପତନ ଅନୁଭବ କରିପାରନ୍ତି। ସେମାନଙ୍କୁ ସ୍ୱାସ୍ଥ୍ୟ ଏବଂ ପାରିବାରିକ ଜୀବନ ବିଷୟରେ ମଧ୍ୟ ସତର୍କତା ଅବଲମ୍ବନ କରିବାକୁ ପଡିବ। ଆସନ୍ତୁ ଜାଣିବା ସେହି ରାଶିଗୁଡିକ ବିଷୟରେ...

ମେଷ ରାଶି : ଚନ୍ଦ୍ର ଆପଣଙ୍କ ରାଶି ଷଷ୍ଠ ଘରେ ଗୋଚର କରିବେ। ଏହି ଘର ‘ତ୍ରିକ ଘର’ ମଧ୍ୟରୁ ଗୋଟିଏ ଯାହାକୁ ସତ୍ରୁର କାରକ କୁହାଯାଏ। ତେଣୁ ମେଷ ରାଶିର ବ୍ୟକ୍ତିଙ୍କ ପାଇଁ ଚନ୍ଦ୍ରଙ୍କ ଏହି ରାଶି ପରିବର୍ତ୍ତନ ଶୁଭ ନୁହେଁ। ଏହି ପରିବର୍ତ୍ତନ ଯୋଗୁଁ ଉଧାର ଆଣିଥିବା ଟଙ୍କା ଆପଣଙ୍କୁ ଫେରେଇବାକୁ ପଡ଼ିପାରେ। ଏଥିସହିତ ପାରିବାରିକ ଜୀବନରେ ମଧ୍ୟ କିଛି ଲୋକଙ୍କ ସହ ମତାନ୍ତର ସ୍ଥିତି ହୋଇପାରେ। କଥାବାର୍ତ୍ତା ମସୟରେ ଆପଣଙ୍କ ଶବ୍ଦ ବୁଝି ବିଚାରି କୁହନ୍ତୁ।

ତୁଳା ରାଶି : ଆପଣଙ୍କ ଦ୍ୱାଦଶ ଘରେ ଚନ୍ଦ୍ର ଗୋଚର କରିବେ। ଏହି ଘର କ୍ଷତିକାରକ ଭାବରେ ବିବେଚନା କରାଯାଏ। ତେଣୁ ତୁଳା ରାଶିର ବ୍ୟକ୍ତିମାନେ ଆର୍ଥିକ ପକ୍ଷକୁ ନେଇ ସତର୍କ ରହିବା ଉଚିତ୍। ନେଣଦେଣ ସମୟରେ ଆପଣଙ୍କ ପାଖରେ ଜଣେ ବିଶ୍ୱସ୍ତ ବ୍ୟକ୍ତିଙ୍କୁ ରଖିବା ଉଚିତ୍। ଉଧାର ଦେବାରୁ ଏହି ସମୟରେ ବଞ୍ଚନ୍ତୁ, ନଚେତ୍ ଆପଣ କ୍ଷତି ସହିପାରନ୍ତି। ତୁଳା ରାଶିର ବ୍ୟକ୍ତିମାନେ ସ୍ୱାସ୍ଥ୍ୟକୁ ନେଇ ମଧ୍ୟ ସତର୍କ ରହିବେ।

ଆହୁରି ପଢ଼ନ୍ତୁ...Love numerology : ଏମାନଙ୍କ ଭାଗ୍ୟରେ ନାହିଁ ପ୍ରେମ, ଲଭ୍ ମାମଲାରେ ଏମାନେ ଅନଲକି...

କୁମ୍ଭ ରାଶି : ଆପଣଙ୍କ ଅଷ୍ଟମ ଘରେ ଚନ୍ଦ୍ର ଗୋଚର କରିବେ। ଯାହାଦ୍ୱାରା ହଠାତ୍ ଧନହାନୀ ହୋଇପାରେ। ଯାତ୍ରା ସମୟରେ ଆପଣଙ୍କର ମୂଲ୍ୟବାନ ଜିନିଷପତ୍ର ପ୍ରତି ସତର୍କ ରହିବାକୁ ପଡିବ, କାରଣ ଚୋରି ହେବାର ଆଶଙ୍କା ରହିଛି। ଏହି ସମୟରେ ଆପଣଙ୍କର ବ୍ୟକ୍ତିଗତ ଗୁପ୍ତ କଥା କାହା ସହିତ ଆଲୋଚନା କରନ୍ତୁନାହିଁ। ଯେଉଁମାନେ କାମ କିମ୍ବା ପାଠପଢ଼ା ପାଇଁ ଘରୁ ଦୂରରେ ରହୁଛନ୍ତି ସେମାନେ କାହା ଉପରେ ଅନ୍ଧ ବିଶ୍ୱାସ କରିବା ଉଚିତ୍ ନୁହେଁ, କାରଣ ପ୍ରତାରିତ ହେବାର ସମ୍ଭାବନା ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।