Capital Crime: କୋଳଥିଆ ଡବଲ ମର୍ଡର ମାମଲାରେ ବଡ଼ ଖୁଲାସା; ପ୍ରେମ ପାଇଁ ଗଡ଼ିଲା ବାପା-ପୁଅଙ୍କ ମୁଣ୍ଡ, ହତ୍ୟା ପଛରେ ୨ ସ୍କୁଲ ଛାତ୍ର
ଭୁବନେଶ୍ଵର, ୩୦/୦୬ : ଭୁବନେଶ୍ବର ଖଣ୍ଡଗିରି କୋଳଥିଆ ଡବଲ ମର୍ଡର ଘଟଣାରେ ବଡ଼ ଖୁଲାସା। ହତ୍ୟା ଘଟଣା ପଛରେ ଦୁଇ ସ୍କୁଲ ଛାତ୍ରଙ୍କ ହାତ। ଜଣେ ଦଶମ ଓ ଜଣେ ଦ୍ବାଦଶ ଶ୍ରେଣୀ ଛାତ୍ର ହତ୍ୟାକାରୀ ବୋଲି କହିଲେ ସିପି ଏସ୍. ଦେବଦତ୍ତ ସିଂ। ଅଟକ ୨ ଛାତ୍ରଙ୍କୁ ଜୁଭେନାଇଇ ଜଷ୍ଟିସ ବୋର୍ଡରେ ହାଜର କରାଯିବ। ମୃତକ କୃଷ୍ଣ ପ୍ରସାଦ ପାଢ଼ୀ ବିଏସ୍ସି ଦ୍ବିତୀୟ ବର୍ଷର ଛାତ୍ର ଥିଲେ। ୨ ଛାତ୍ରଙ୍କର ଜଣେ ଝିଅ ସହପାଠୀଙ୍କୁ କୃଷ୍ଣ ହଇରାଣ କରୁଥିବାରୁ ଏହାକୁ ନେଇ ପ୍ରାୟ ବର୍ଷେ ହେଲା ବିବାଦ ଥିଲା। ତେଣୁ ସେମାନେ ହତ୍ୟା ଷଡ଼ଯନ୍ତ୍ର ରଚିଥିଲେ। କୃଷ୍ଣଙ୍କ ଘରକୁ ଲଙ୍କା ଗୁଣ୍ଡ, ରଡ୍ ନେଇ ମୁଖା ପିନ୍ଧି ଯାଇଥିଲେ। ୨ ଛାତ୍ରଙ୍କର ପୂର୍ବରୁ ଅପରାଧିକ ରେକର୍ଡ ନ ଥିଲେ ବି ଏହା ଯୋଜନାବଦ୍ଧ ହତ୍ୟା ଥିଲା। ନିର୍ଦ୍ଦିଷ୍ଟ ଝିଅକୁ କୃଷ୍ଣ ହଇରାଣ କରିବାରୁ ହତ୍ୟାକାଣ୍ଡ ଘଟାଇଥିବା ସିପି କହିଛନ୍ତି। ଆକ୍ରମଣରେ ଗୁରୁତର କୃଷ୍ଣଙ୍କ ବାପାଙ୍କର ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ଆକ୍ରମଣରେ ଗୁରୁତର କୃଷ୍ଣଙ୍କ ଭଉଣୀ ଏବେ ଚିକିତ୍ସାଧୀନ ଅଛନ୍ତି।
ସୂଚନା ଅନୁଯାୟୀ, ଗତକାଲି ରାତି ୨ଟାରେ ଭୁବନେଶ୍ବର ଖଣ୍ଡଗିରି କୋଳଥିଆରେ ଏକ ବର୍ବର ହତ୍ୟାକାଣ୍ଡ ଘଟିଥିଲା। କିଛି ଦୁର୍ବୃତ୍ତ ମୁଖା ପିନ୍ଧି ପାଚେରି ଡେଇଁ ବିଏସ୍ସି ଦ୍ବିତୀୟ ବର୍ଷର ଛାତ୍ର କୃଷ୍ଣ ପ୍ରସାଦ ପାଢ଼ୀଙ୍କ ଘରକୁ ପଶିଥିଲେ। ସେମାନେ ସାଥିରେ ଲଙ୍କା ଗୁଣ୍ଡ, ରଡ୍ ନେଇଥିଲେ। କୃଷ୍ଣଙ୍କୁ ଘରୁ ଘୋଷାଡ଼ି ଆଣି ତାଙ୍କ ମୁଣ୍ଡକୁ ବାରମ୍ବାର ଲୁହାରଡ୍ରେ ପିଟିଥିଲେ । ରକ୍ତ ଜୁଡୁବୁଡୁ ହୋଇ କୃଷ୍ଣ ବିକଳ ଚିତ୍କାର କରିଥିଲେ ହେଁ ଦୁର୍ବୃତ୍ତଙ୍କ ଆକ୍ରମଣ ଥମିନଥିଲା। ଉଦ୍ଧାର ପାଇଁ ଯାଇଥିବା ବାପା ହିମାଂଶୁ ଓ ଭଉଣୀ ତାପସୀଙ୍କୁ ମଧ୍ୟ ଦୁର୍ବୃତ୍ତମାନେ ଛାଡ଼ିଲେନି । ବାପାଙ୍କୁ ପିଟିପିଟି ଦରମରା କରିଦେଇଥିଲେ । ଦୁର୍ବୃତ୍ତଙ୍କ ବୀଭତ୍ସକାଣ୍ଡରୁ ଲାଗୁଥିଲା ଯେମିତି ପୂରା ପରିବାରକୁ ସମୂଳେ ନାଶ କରିବା ଉଦ୍ଦେଶ୍ୟରେ ସେମାନେ ଆସିଥିଲେ। ଆକ୍ରମଣରେ ଗୁରୁତର କୃଷ୍ଣଙ୍କ ବାପାଙ୍କର ଆଜି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ଆକ୍ରମଣରେ ଗୁରୁତର କୃଷ୍ଣଙ୍କ ଭଉଣୀ ଏବେ ଚିକିତ୍ସାଧୀନ ଅଛନ୍ତି।
ଅଧିକ ପଢନ୍ତୁ- କୋଳଥିଆ ହତ୍ୟା ମାମଲାରେ ବଡ଼ ଟୁଇଷ୍ଟ: ପ୍ରେମ ପାଇଁ ବାପ-ପୁଅକୁ ପିଟି ପିଟି ମାରି ଦେଇଥିବା ଅଭିଯୋଗ, ମେଡିକାଲରେ ସଂଘର୍ଷ କରୁଛି ଝିଅ