11 JULY 2026

Welcome!

Unlock your personalized experience.
Sign Up

Bear Attack: ନୀଳଗିରି ସହରରେ ବୁଲୁଛି ଭାଲୁ, ସାଇକେଲ ଆରୋହୀଙ୍କୁ ଉପରକୁ ମାରିଲା ଝାମ୍ପ

Jul 11, 2026 - 10:58
Bear Attack: ନୀଳଗିରି ସହରରେ ବୁଲୁଛି ଭାଲୁ, ସାଇକେଲ ଆରୋହୀଙ୍କୁ ଉପରକୁ ମାରିଲା ଝାମ୍ପ

ନୀଳଗିରି, ୧୧/୦୭: ନୀଳଗିରି  ସହରରେ ବୁଲୁଛି ଭାଲୁ । ଏନେଇ ସହରବାସୀ ହୋଇ ପଡିଛନ୍ତି  ଆତଙ୍କିତ । ଶୁକ୍ରବାର ରାତିରେ  ସ୍ୱର୍ଣ୍ଣଚୁଡ଼ ଜଙ୍ଗଲରୁ ଏକ ଭାଲୁ ଆସି  ନୀଳଗିରି ସହରରେ ବୁଲୁଥିବାର  ଦେଖିବାକୁ ମିଳିଛି । ରାସ୍ତାରେ ସାଇକେଲରେ  ଯାଉଥିବା ଦୁଇ ଯୁବକଙ୍କ ଉପରକୁ ଝାମ୍ପ ମାରିଛି ।  ଭାଲୁ ଆକ୍ରମଣରେ ଡ୍ରେନରେ ପଡି ଦୁଇ ଯୁବକ  ଆହତ ହୋଇ ଅଳ୍ପକେ ବର୍ତ୍ତିଛନ୍ତି । ଆକ୍ରମଣର ଦୃଶ୍ୟ  ସିସିଟିଭିରେ କଏଦ  ହୋଇଛି ।

ଅଧିକ ପଢ଼ନ୍ତୁ :- Odisha Kudu Duck: ମୟୂରଭଞ୍ଜର କୁଡ଼ୁ ବତକକୁ ମିଳିଲା ଜାତୀୟ ମାନ୍ୟତା; ବାର୍ଡ-ଫ୍ଲୁ ବି ହୁଏନି, ବାର୍ଷିକ ୧୪୯ଟି ଅଣ୍ଡା ଦିଏ

ସୂଚନା ଅନୁଯାୟୀ, ବଜାରରୁ ସାଇକେଲ ଯୋଗେ ଘାଟଘରସାହି ଅଞ୍ଚଳର ଦୁଇ ଯୁବକ ରାହୁଲ ସିଂ ଓ ସନ୍ତୋଷ ସିଂ  ଘରକୁ ଫେରୁଥିବାବେଳେ ଏକ ଭାଲୁ  ଗର୍ଜନ କରି ରାସ୍ତା ପାର ହେଉଥିଲା ।  ସେହି ସମୟରେ ଜଗନ୍ନାଥ ମନ୍ଦିର  ପଛ ପଟ ଗଳି ନିକଟରେ ଭାଲୁ ତାଙ୍କ ଉପରକୁ ଲମ୍ଫ ମାରିଥିଲା । ଫଳରେ ଦୁଇ ଜଣ  ଡ୍ରେନରେ ପଡ଼ିଯାଇଥିଲେ । ରାହୁଲଙ୍କ ଗୋଡ଼ରେ  ଆଘାତ ଲାଗିଥିବାବେଳେ ସନ୍ତୋଷଙ୍କର କାନରେ  ଆଘାତ ଲାଗିଛି । ପାଖ ଲୋକ ଡାକ ପକାଇବାରୁ  ଭାଲୁଟି ଗର୍ଜନ ଛାଡ଼ି ପଳାଇଯାଇଥିଲା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।