Welcome!

Unlock your personalized experience.
Sign Up

Balianta Murder Case: ଆସିଲା ଲାଏଡିଟେକ୍ସନ ଟେଷ୍ଟ ରିପୋର୍ଟ, ଓମ୍‌ ସତ କହିଥିବା ରିପୋର୍ଟରୁ ସ୍ପଷ୍ଟ...

Jul 20, 2026 - 14:14
Balianta Murder Case: ଆସିଲା ଲାଏଡିଟେକ୍ସନ ଟେଷ୍ଟ ରିପୋର୍ଟ, ଓମ୍‌ ସତ କହିଥିବା ରିପୋର୍ଟରୁ ସ୍ପଷ୍ଟ...

ଭୁବନେଶ୍ୱର ୨୦/୦୭: ବହୁଚର୍ଚ୍ଚିତ ବାଲିଅନ୍ତାରେ ଜିଆର୍‌ପି କନ୍‌ଷ୍ଟେବଳ ସୌମ୍ୟରଞ୍ଜନ ହତ୍ୟା ମାମଲାରେ ବଡ଼ ଅପଡେଟ୍। ସୌମ୍ୟରଞ୍ଜନ ସ୍ୱାଇଁଙ୍କ ସାଙ୍ଗ ଓମ୍ ପ୍ରକାଶଙ୍କର ପଲିଗ୍ରାଫ୍ ଟେଷ୍ଟ (ମିଛ ଧରା ପରୀକ୍ଷା)କୁ ନେଇ କ୍ରାଇମ୍‌ବ୍ରାଞ୍ଚର ବଡ଼ ଖୁଲାସା। ଆସିଲା ଓମ୍ ପ୍ରକାଶ ରାଉତଙ୍କ ଲାଇ ଡିଟେକ୍ସସନ୍ ଟେଷ୍ଟ ରିପୋର୍ଟ। ମିଛ ଧରା ପରୀକ୍ଷାରେ ଓମ୍ ସବୁ ସତ କହିଥିବା ରିପୋର୍ଟରୁ ସ୍ପଷ୍ଟ ହୋଇଛି। ଏନେଇ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏଥି ସହିତ ସୌମ୍ୟ ହତ୍ୟା ମାମଲାରେ ଏବେ ବି ୫ରୁ ୬ ଜଣ ଅଭିଯୁକ୍ତ ଫେରାର ଅଛନ୍ତି। ଫେରାର ଅଭିଯୁକ୍ତଙ୍କ ବିରୋଧରେ ଓ୍ବାରେଣ୍ଟ ପାଇଁ ଆବେଦନ କରାଯିବ। ଅନ୍ୟପରେ ନିର୍ଦ୍ଧାରିତ ସମୟରେ ଚାର୍ଜସିଟ୍ ଦାଖଲ ହେବ ବୋଲି କୁହାଯାଇଛି।

ପୁଲିସ୍ ଓ କ୍ରାଇମ୍‌ବ୍ରାଞ୍ଚକୁ ଓମ୍ ଅନେକ ତଥ୍ୟ ଦେଇଛନ୍ତି । ସେ କ୍ରାଇମ୍‌ବ୍ରାଞ୍ଚକୁ କହିଥିଲେ, ସୌମ୍ୟ ଓ ସେ ଗୋଟିଏ ବାଇକ୍‌ରେ ଓଲଟପୁରସ୍ଥିତ ମଉଜପୁରରୁ ଭୁବନେଶ୍ୱର ସତ୍ୟବିହାର ଜିମ୍‌କୁ ଆସୁଥିଲେ । ବାଲିଅନ୍ତା ଥାନା ରାମଚନ୍ଦ୍ରପୁର କାଜ ପାର ହେବା ପରେ ମନିପର୍ସ ଘରେ ଛାଡ଼ିଆସିଛି ବୋଲି ସୌମ୍ୟ କହିଥିଲେ । ଓମ୍ ଗାଡ଼ି ବୁଲାଇ ଘର ମୁହାଁ ହୋଇଥିଲା । ଏହି ସମୟରେ ହଠାତ୍ ସୌମ୍ୟଙ୍କୁ ବାତ ମାରିଥିଲା । ସେ ବାତ ମାରିବା ଭଳି ହେବା ସହ ଅସ୍ୱାଭାବିକ ଆଚରଣ ଦେଖାଇଲେ । ଓମ୍‌ଙ୍କ ବେକକୁ ସୌମ୍ୟ ଜୋର୍‌ରେ ଧରି ପକାଇଥିଲେ । ଓମ୍ ବାଇକ୍ ଉପରୁ ନିୟନ୍ତ୍ରଣ ହରାଇ ବସିଥିଲେ । ଏହି ସମୟରେ ସ୍କୁଟିରେ ଆସୁଥିବା ଦୁଇ ଯୁବତୀଙ୍କ ସହ ତାଙ୍କ ବାଇକ୍ ଧକ୍କା ହୋଇଥିଲା । ସମସ୍ତେ ତଳେ ପଡ଼ି ଯାଇଥିଲେ । ଦୁର୍ଘଟଣାକୁ ନେଇ ସାମନ୍ୟ ପାଟିତୁଣ୍ଡ ହୋଇଥିଲା । ଏହି ସମୟରେ ସୌମ୍ୟ ଆହୁରି ବିଚଳିତ ହୋଇ ଏକଦମ୍ ଅସ୍ୱାଭାବିକ ଆଚରଣ ଦେଖାଇବାକୁ ଲାଗିଲେ । ଜଣେ ଯୁବତୀଙ୍କ ସହ ଓମ୍‌ଙ୍କ ବି ହଠାତ୍ ମାଡ଼ ମାରିଥିଲେ ସୌମ୍ୟ । ତା’ପରେ ପାଗଳଙ୍କ ଭଳି ପାଖ ବିଲ ଆଡ଼କୁ ଧାଇଁବା ସହ ଚିତ୍କାର କରୁଥିଲେ । ସେହି ସମୟରେ ବାଟରେ ଯାଉଥିବା ଲୋକେ ରୁଣ୍ଡ ହୋଇଥିଲେ । ଯୁବତୀଙ୍କ କଥା ଶୁଣି ସେମାନେ ସୌମ୍ୟଙ୍କୁ ଧରିବାକୁ ଗୋଡ଼ାଇଲେ ।

ଅଧିକ ପଢ଼ନ୍ତୁ :-  ସୌମ୍ୟରଞ୍ଜନ ଭିଡ଼ ହତ୍ୟା ମାମଲା: ଭାଇରାଲ୍ ଅଡିଓରେ ପୁଅକୁ ମାରିଦେବାକୁ କହୁଛି ଓମ୍, ସଙ୍ଗୀନ୍ ଅଭିଯୋଗ ଆଣିିଲେ ସୌମ୍ୟ ମା’

ଚାହୁଁ ଚାହୁଁ ଡକାଡ଼କି ହୋଇ ଲୋକମାନେ ମାଡି ଆସିଲେ । ସୌମ୍ୟଙ୍କୁ ଗୋଡ଼ାଇ ଗୋଡ଼ାଇ ଧରି ନିସ୍ତୁକ ପିଟି ପିଟି ମାରିଦେଲେ। ହେଲେ ସୌମ୍ୟଙ୍କ ପରିବାର ଲୋକ ଓମ୍‌ଙ୍କ ବିରୋଧରେ ଅନେକ ଅଭିଯୋଗ ଆଣିଥିଲେ । ତେବେ ଓମ୍‌ଙ୍କ କଥାରେ କେତେ ସତ ରହିଛି ତାହା ଜାଣିବା ପାଇଁ  କ୍ରାଇମ୍‌ବ୍ରାଞ୍ଚ ପଲିଗ୍ରାଫ୍ ଟେଷ୍ଟ ପାଇଁ କୋର୍ଟରେ ଆବେଦନ କରିଥିଲା । କୋର୍ଟଙ୍କ ଅନୁମତି ପରେ ଜୁଲାଇ ୩ ତାରିଖ ଓମ୍ ଙ୍କର ରସୁଲଗଡ଼ସ୍ଥିତ ଏସ୍ଏଫ୍ଏସ୍ଏଲ୍‌ରେ ପଲିଗ୍ରାଫ୍ ଟେଷ୍ଟ କରାଯାଇଥିଲା । ପୁଲିସ୍ ପକ୍ଷରୁ ୩୦ରୁ ଅଧିକ ପ୍ରଶ୍ନ ତିଆରି କରାଯାଇଥିଲା । ଦୁଇ ଜଣ ଡାକ୍ତର ଓ ଜଣେ ବରିଷ୍ଠ ପୁଲିସ୍ ଅଧିକାରୀ ସେଠାରେ ଉପସ୍ଥିତ ଥିଲେ । ପୂର୍ବରୁ ପୁଲିସ୍ ଦେଇଥିବା ତଥ୍ୟ ଓ ପଲିଗ୍ରାଫ୍ ଟେଷ୍ଟ ତଥ୍ୟ କେତେ ସତ ତାକୁ ତର୍ଜମା କରାଯାଇଥିଲା। ହେଲେ ପଲିଗ୍ରାଫ୍ ଟେଷ୍ଟ୍‌ରେ ଓମ୍ ସବୁ ସତ କହିଥିବା ରିପୋର୍ଟରୁ ସ୍ପଷ୍ଟ ହୋଇଛି।

ଅଧିକ ପଢ଼ନ୍ତୁ :-  Baliyanta Murder Case: ସୌମ୍ୟ ହତ୍ୟା ଘଟଣାରେ ଆକ୍ସନ୍ ମୋଡ୍ରେ କ୍ରାଇମ୍‌ବ୍ରାଞ୍ଚ, ବିଭିନ୍ନ ଦିଗରୁ ହେବ ତଦନ୍ତ

 ସେପଟେ ସୌମ୍ୟଙ୍କ ପରିବାର ଲୋକ କହିଛନ୍ତି, ଦୁଇ ଜଣ ଯୁବତୀଙ୍କ ମଧ୍ୟ ପଲିଗ୍ରାଫ୍ ଟେଷ୍ଟ୍ କରାଯାଉ । ସେମାନେ ଆମ ପୁଅ ନାଁରେ ଆଣିଥିବା ମିଥ୍ୟା ଅଭିଯୋଗ ପ୍ରମାଣ ହୋଇଯିବ।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।