Arshad Warsi Property: ୧୪ ବର୍ଷ ତଳେ କିଣିଥିଲେ, ଏବେ ବିକିଲେ: ଅର୍ଶଦଙ୍କୁ ମିଳିଲା କୋଟି କୋଟି ଟଙ୍କାର ଲାଭ
ନୂଆଦିଲ୍ଲୀ: ବଲିଉଡ ଅଭିନେତା ଅର୍ଶଦଙ୍କୁ ନେଇ ସାମ୍ନାକୁ ଆସିଛି ଏକ ବଡ଼ ଖବର । ୧୪ ବର୍ଷ ତଳେ କିଣିଥିବା ଦୋକାନ ବିକ୍ରି କରି ପାଇଛନ୍ତି କୋଟି କୋଟି ଟଙ୍କାର ଲାଭ । ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ୩ ଗୁଣା ଲାଭ ମିଳିଛି । ମୁମ୍ବାଇର ଅନ୍ଧେରୀ (ପଶ୍ଚିମ) ଏକ କମ୍ପେକ୍ସରେ କିଣିଥିବା ଏକ ଦୋକାନକୁ ୬.୨୫ କୋଟି ଟଙ୍କାରେ ବିକ୍ରି କରିଛନ୍ତି ।
ତେବେ ଏହି ଦୋକାନକୁ ସେ ୨୦୧୨ ମସିହାରେ ୨.୧୨ କୋଟି ଟଙ୍କାରେ କିଣିଥିଲେ । ଏହାର ଅର୍ଥ ହେଉଛି କି, ୧୪ ବର୍ଷ ମଧ୍ୟରେ ସେ ନିବେଶର ତିନିଗୁଣା ଲାଭ କରିଛନ୍ତି । ଏହି ଦୋକାନଟି ଭୂତଳରେ ଥିବାରୁ ଏହାର ଦାମ ଅଧିକ ହୋଇଛି ବୋଲି କୁହାଯାଉଛି । ଜୁଲାଇ ୧ ତାରିଖରେ ସେ ଏହି ଦୋକାନକୁ ବିକ୍ରି କରିଛନ୍ତି । ଏହି ଦୋକାନର ଆକାର ରହିଛି ୬୩.୮୭ ବର୍ଗ ମିଟର ।
କହି ରଖୁଛୁ କି, ଅର୍ଶଦ ଓ୍ବସି ବଳିଉଡର ଜଣେ ଜଣାଶୁଣା ଅଭିନେତା । ତିନି ଦଶନ୍ଧିରୁ ଅଧିକ ସମୟ ଧରି ସେ ବଲିଉଡରେ ଅଭିନୟ କରୁଛନ୍ତି । ତାଙ୍କ କମେଡି ଅନ୍ଦାଜକୁ ଦର୍ଶକେ ଅଧିକ ଭଲ ପାଇବା ଦେଇଛନ୍ତି । ମୁନ୍ନା ଭାଇ ଏମବିବିଏସ, ଗୋଲମାଲ ଏବଂ ଧମାଲ ଭଳି ହିଟ୍ ହିଟ୍ ଫିଲ୍ମରେ ନଜର ଆସିଛନ୍ତି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।