Anti-Narcotics Task Force: ‘ନିଶାମୁକ୍ତ ଓଡ଼ିଶା' ପାଇଁ ରୋଡ୍ ମ୍ୟାପ୍, ଖୋଲିବ ଆଣ୍ଟି ନାର୍କୋଟିକ୍ସ ଟାସ୍କ ଫୋର୍ସ
ଭୁବନେଶ୍ୱର,୦୨/୦୭: ନିଶାମୁକ୍ତ ଓଡ଼ିଶା ଗଠନ ପାଇଁ ଓଡ଼ିଶା ପୁଲିସ୍ ଏକ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିଛି । ଏଥିପାଇଁ ଆଣ୍ଟି ନାର୍କୋଟିକ୍ସ ଟାସ୍କ ଫୋର୍ସ(ଏଏନ୍ଟିଏଫ୍) ଗଠନ କରାଯିବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରଯାଇଛି ବୋଲି ସୂଚନା ଦେଇଛନ୍ତି ଡିଜିପି ୱାଇ ବି ଖୁରାନିଆ । ଜଣେ ଏଡିଜିପି ପାହ୍ୟାର ଅଧିକାରୀ ଏହି ଏଏନ୍ଟିଏଫ୍ ଦାୟିତ୍ୱରେ ରହିବେ ।
ବୁଧବାର ପୁଲିସ ଭବନରେ ଜାତୀୟସ୍ତରୀୟ ପ୍ରାକ-ବିଚାରାଧୀନ ଜବତ ମାଦକଦ୍ରବ୍ୟ ବିନଷ୍ଟୀକରଣ ସ୍ୱତନ୍ତ୍ର ଅଭିଯାନ ସମ୍ପର୍କିତ କାର୍ଯ୍ୟକ୍ରମ ଅବସରରେ ଡିଜି ଏହା କହିଛନ୍ତି । ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍ସିବି)ର ନିର୍ଦ୍ଦେଶାନୁଯାୟୀ ଗତ ୨୬ରୁ ୧୦ ଜୁଲାଇ ପର୍ଯ୍ୟନ୍ତ ଜାତୀୟସ୍ତରୀୟ ପ୍ରାକ ପରୀକ୍ଷଣ ନିଶା ନିବାରଣ ସ୍ୱତନ୍ତ୍ର ଅଭିଯାନ ସାରା ଦେଶରେ ଚାଲୁଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡିଜି ଶ୍ରୀ ଖୁରାନିଆ କହିଥିଲେ, "ନିଶାମୁକ୍ତ, ସୁରକ୍ଷିତ ଓ ସଶକ୍ତ ଓଡ଼ିଶା ଗଠନ ହେଉଛି ଓଡ଼ିଶା ପୁଲିସ୍ର ସର୍ବୋଚ୍ଚ ପ୍ରାଥମିକତା । ନିଶା କାରବାର ଓ ଚୋରାଚାଲାଣ ବିରୋଧରେ ଆଗାମୀ ଦିନରେ ଅଭିଯାନକୁ ବ୍ୟାପକ କରାଯିବ। ଏଏନ୍ଟି ଏଫ୍ ଅଧୀନରେ ରାଜ୍ୟର ବିଭିନ୍ନ ସ୍ଥାନରେ ୧୦ଟି ୟୁନିଟ୍ ଏବଂ ୧୯ଟି ସ୍ୱତନ୍ତ୍ର ଇଣ୍ଟେଲିଜେନ୍ସ ୟୁନିଟ୍ କାର୍ଯ୍ୟ କରିବ । ପ୍ରତିବର୍ଷ ଅତିକମରେ ୧୦୦ ଜଣ ପ୍ରମୁଖ ଡ୍ରଗ୍ ମାଫିଆଙ୍କ ବିରୋଧରେ ଏନ୍ଡିପିଏସ୍ ଆଇନ୍ ଅନୁଯାୟୀ କଠୋର ପଦକ୍ଷେପ ଗ୍ରହଣ କରିଯିବ । ବିଶେଷକରି ବେଆଇନ ଗଞ୍ଜେଇ ଚାଷ ପଛରେ ଥିବା ମାଷ୍ଟରମାଇଣ୍ଡ ଓ ଅର୍ଥଦାତାଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ବିରୋଧରେ ଆଥି ର୍କ ତଦନ୍ତକୁ ଗୁରୁତ୍ୱ ଦିଆଯାଉଛି ବୋଲି ସେ କହିଥିଲେ । ନିଶା କାରବାର ସମ୍ପକି ର୍ତ ମାମଲାର ତ୍ୱରିତ ବିଚାର ପାଇଁ ଭୁବନେଶ୍ୱର, ଖୋର୍ଦ୍ଧା, ଅନୁଗୁଳ ଓ ସମ୍ୱଲପୁରରେ ୪ଟି ସ୍ୱତନ୍ତ୍ର ଏନ୍ଡିପିଏସ୍ କୋର୍ଟ ସ୍ଥାପନ କରିବାକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି ।
ଅଧିକ ପଢ଼ନ୍ତୁ :- Odisha Police SI Exam: ଅକ୍ଟୋବର ସୁଦ୍ଧା ପୁଲିସ ଏସଆଇ ପରୀକ୍ଷା, ଢାଞ୍ଚା ଓ ସିଲାବସରେ କୌଣସି ପରିବର୍ତ୍ତନ ହେବନାହିଁ
ଏହି ଅଭିଯାନ ଅବସରରେ ଜନସଚେତନତାକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି । ରାଜ୍ୟର ଖୋର୍ଦ୍ଧା, ଅନୁଗୁଳ, ବାଲେଶ୍ୱର, ଗଞ୍ଜାମ, ବଲାଙ୍ଗିର, କୋରାପୁଟ ଓ ସୁନ୍ଦରଗଡ଼ସ୍ଥିତ ୭ଟି ଅନୁମୋଦିତ ଇନ୍ସିନେରେଟର କେନ୍ଦ୍ରରେ ପ୍ରାୟ ୮୦ ଟନ୍ ଗଞ୍ଜେଇ, ୧୧.୪ କିଲୋଗ୍ରାମ ବ୍ରାଉନ୍ ସୁଗାର ଏବଂ ୩,୬୩୮ ବୋତଲ କଫ୍ ସିରପ୍ ନଷ୍ଟ କରିବାର ଲକ୍ଷ୍ୟ ରଖାଯାଇଛି । ଏହି କାର୍ଯ୍ୟକ୍ରମରେ କ୍ରାଇମ୍ବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର, ଆଇଜିପି ସାର୍ଥକ ଷଡ଼ଙ୍ଗୀ, ଏସ୍ଟିଏଫ୍ ଡିଆଇଜିି ଡ଼ କନୱର ବିଶାଳ ସିଂ ପ୍ରମୁଖ ଉପସ୍ଥିତ ଥିଲେ ।