29 JUNE 2026

Welcome!

Unlock your personalized experience.
Sign Up

Akshay Kumar Haiwaan: ସେପ୍ଟେମ୍ବର ୧୧ରେ ଆସିବ ‘ହୈୱାନ’, ଇନ୍‌ଷ୍ଟାଗ୍ରାମରେ ସୂଚନା ଦେଲେ ନିର୍ମାତା

Jun 29, 2026 - 11:52
Akshay Kumar Haiwaan: ସେପ୍ଟେମ୍ବର ୧୧ରେ ଆସିବ ‘ହୈୱାନ’, ଇନ୍‌ଷ୍ଟାଗ୍ରାମରେ ସୂଚନା ଦେଲେ ନିର୍ମାତା

ନୂଆଦିଲ୍ଲୀ ୨୯/୦୬: ଅକ୍ଷୟ କୁମାରଙ୍କ ମୋଷ୍ଟ ୱାଣ୍ଟେଡ୍ ଫିଲ୍ମ ‘ହୈୱାନ’କୁ ନେଇ ଦୀର୍ଘ ଦିନ ହେଲା ଚର୍ଚ୍ଚା ଜାରି ରହିଛି । ଇତିମଧ୍ୟରେ ଫିଲ୍ମର ରିଲିଜ୍ ତାରିଖ ସାମ୍ନାକୁ ଆସିଛି । ତାହା ସେପ୍ଟେମ୍ବର ୧୧ ତାରିଖରେ ପ୍ରେକ୍ଷାଳୟକୁ ଆସିବ । ନିର୍ମାତାମାନେ ଏଥିନେଇ ଇନ୍‌ଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି । ଟ୍ରେଡ୍ ଆନାଲିଷ୍ଟ ତରଣ ଆଦର୍ଶ ମଧ୍ୟ ଏହି ଖବରକୁ ସେୟାର କରିଛନ୍ତି । ଏହି ସସ୍‌ପେନ୍ସ କ୍ରାଇମ ଥ୍ରିଲରକୁ ପ୍ରିୟଦର୍ଶନ ନିର୍ଦ୍ଦେଶନା ଦେଇଛନ୍ତି । ଭେଙ୍କଟ କେ ନାରାୟଣ ଏବଂ ଶୈଳଜା ଦେଶାଇ ଫେନ୍ ପ୍ରଯୋଜନାରେ ଅଛନ୍ତି । ଏହା ଜରିଆରେ ଅକ୍ଷୟ କୁମାର ଏବଂ ସୈଫ୍ ଅଲ୍ଲୀ ଖାନ୍‌ଙ୍କୁ ଦୀର୍ଘ ୧୮ ବର୍ଷ ପରେ ପୁଣି ଏକାଠି ଦେଖିବାକୁ ମିଳିବ ।

ଫିଲ୍ମରେ ଅକ୍ଷୟ ଏବଂ ସୈଫଙ୍କ ବ୍ୟତୀତ ଶ୍ରେୟା ପିଲଗାଓଁକର, ସୈୟାମୀ ଖେର୍ ଏବଂ ବୋମନ ଇରାନୀ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ରିଲିଜ୍ ପୂର୍ବରୁ ‘ହୈୱାନ’ ନିଜ ବଜେଟ୍‌ର ୭୦ ପ୍ରତିଶତ ଆୟ କରିସାରିଥିବା ରିପୋର୍ଟ ମିଳିଛି । ଫିଲ୍ମର ବଜେଟ୍ ପ୍ରାୟ ୧୧୫ କୋଟି ରହିଛି । ସୂଚନାଥାଉକି, ‘ହୈୱାନ’ ୨୦୧୬ରେ ରିଲିଜ ହୋଇଥିବା ଏକ ମାଲାୟଲମ୍ ଫିଲ୍ମର ରିମେକ୍ । ମୂଳ ଫିଲ୍ମରେ ମୋହନଲାଲ ଅଭିନୟ କରିଥିଲେ ।

 

ଆହୁରି ପଢ଼ନ୍ତୁ...Kangana Ranaut : କଙ୍ଗନାଙ୍କ ସପୋର୍ଟରେ ବାହାରିଲେ ବୀର ଦାସ, ଭାଇରାଲ୍ କିସିଙ୍ଗ୍ ସିନ୍‌କୁ କହିଲେ ମିଛ