04 AUGUST 2026

Welcome!

Unlock your personalized experience.
Sign Up

Air India Flight: ଥାଇଲାଣ୍ଡରୁ ଦିଲ୍ଳୀ ଆସୁଥିବା ଏୟାର ଇଣ୍ଡିଆ ବିମାନରେ ଭୟଙ୍କର ‘ଟର୍ବୁଲାନ୍ସ’, ୧୨ ଯାତ୍ରୀ ଆହତ

Aug 04, 2026 - 14:33
Air India Flight:  ଥାଇଲାଣ୍ଡରୁ ଦିଲ୍ଳୀ ଆସୁଥିବା ଏୟାର ଇଣ୍ଡିଆ ବିମାନରେ ଭୟଙ୍କର ‘ଟର୍ବୁଲାନ୍ସ’, ୧୨ ଯାତ୍ରୀ ଆହତ

ନୂଆଦିଲ୍ଲୀ,୪।୮: ବିମାନଯାତ୍ରାକୁ ସାଧାରଣତଃ ସୁରକ୍ଷିତ ବୋଲି ମନେକରାଯାଏ। କିନ୍ତୁ କେବେ କେବେ ଖରାପ ପାଗ ଓ ବାୟୁମଣ୍ଡଳର ପରିସ୍ଥିତି ଏଭଳି ସ୍ଥିତି ସୃଷ୍ଟି କରେ ଯେ, ଯାତ୍ରୀଙ୍କ ପାଇଁ ଭୟଙ୍କର ଅନୁଭବ ପାଲଟିଯାଏ। ମଙ୍ଗଳବାର ଥାଇଲ୍ୟାଣ୍ଡର ଫୁକେଟରୁ ନୂଆଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନ (AI2379) ଆକାଶ ମାର୍ଗରେ ପ୍ରବଳ ଟର୍ବୁଲାନ୍ସର। ସମ୍ମୁଖୀନ ହୋଇଥିଲା। ଟର୍ବୁଲାନ୍ସ ଯୋଗୁଁ ବିମାନଟି ହଠାତ୍ ପ୍ରାୟ ୩୦୦ ଫୁଟ୍ ତଳକୁ ଖସି ଆସିଥିଲା। ଏହି କାରଣରୁ ବିମାନରେ ଥିବା ପ୍ରାୟ ୧୨ ଜଣ ଯାତ୍ରୀ ଏବଂ କ୍ରୁ ସଦସ୍ୟ ସାମାନ୍ୟ ଆହତ ହୋଇଛନ୍ତି। ଏହାପରେ ବିମାନଟି ଦିଲ୍ଲୀ ବିମାନବନ୍ଦରରେ ସୁରକ୍ଷିତ ଭାବେ ଅବତରଣ କରିଛି ଏବଂ ଆହତମାନଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯାଇଛି।

ଏୟାର ଇଣ୍ଡିଆର ସୂଚନା ଅନୁସାରେ, ଫୁକେଟ୍‌ରୁ ଦିଲ୍ଲୀ ଆସୁଥିବା ଏହି ବିମାନକୁ ଉଡାଣ ବେଳେ କିଛି ସମୟ ପାଇଁ ଟର୍ବୁଲାନ୍ସର ସାମନା କରିବାକୁ ପଡିଥିଲା। ଯାହାଫଳରେ ବିମାନର ଉଚ୍ଚତାରେ ହଠାତ ଅଳ୍ପ ପରିବର୍ତ୍ତନ ଆସିଥିଲାର। ବିମାନ ଯଦିଓ ଦିଲ୍ଳୀରେ ସୁରକ୍ଷିତ ଭାବରେ ଜରୁରୀ ଅବତରଣ କରିଛି, ତେବେ କ୍ରୁ ସଦସ୍ୟଙ୍କୁ ସୁରକ୍ଷିତ ବାହାର କରାଯାଇଛି। ଟର୍ବୁଲାନ୍ସରର ଅର୍ଥ ହେଲା ବିମାନ ଆକାଶରେ ଉଡୁଥିବା ବେଳେ ହଠାତ ହଲିବା କିମ୍ବା ଝଟକା ଖାଇବା। ଏହାର କାରଣ ବାୟୁରେ ଚାପ ଏବଂ ଦୃତ ଗତିରେ ବୋହୁଥିବା ପବନ ।

ଯାତ୍ରୀଙ୍କ କହିବା ଅନୁସାରେ, ଦିଲ୍ଲୀରେ ଲ୍ୟାଣ୍ଡିଂରେ କିଛି ସମୟ ବିଳମ୍ବ ପରେ ଏହା ହଠାତ ତଳକୁ ଖସିବାକୁ ଲାଗିଥିଲା।ଏହି କାରଣରୁ ଅନେକ ଯାତ୍ରୀ ଆତଙ୍କିତ ହୋଇଯାଇଥିଲେ। ଝଟକା ଏତେ ଜୋରରେ ଥିଲା ଯେ, ଅନେକଙ୍କୁ ସାମାନ୍ୟ ଆଘାତ ଲାଗିଛି। ତେବେ କ୍ରୁ ମେମ୍ବର ସ୍ଥିତି ସମ୍ଭାଳି ଯାତ୍ରୀମାନଙ୍କୁ ଶାନ୍ତ ରହିବା ଏବଂ ସୁରକ୍ଷା ନିୟମ ପାଳନ କରିବାକୁ ଅନୁରୋଧ କରିଥିଲେ। ଫଳସ୍ୱରୂପ, କୌଣସି ବଡ଼ ଅଘଟଣ ଘଟିନଥିଲା।

ଏୟାର ଇଣ୍ଡିଆ କହିଛି ଯେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ, ଆହତଙ୍କୁ ପରୀକ୍ଷା ଏବଂ ଚିକିତ୍ସା ପାଇଁ ବିମାନବନ୍ଦର ମେଡିକାଲ୍ ସେଣ୍ଟରକୁ ପଠାଯାଇଛି। ଏୟାରଲାଇନ୍ସ ପ୍ରଭାବିତ ଯାତ୍ରୀଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେଉଛି। କମ୍ପାନୀ ଏହା ମଧ୍ୟ କହିଛି ଯେ ଯାତ୍ରୀ ଏବଂ କ୍ରୁ’ଙ୍କ ସୁରକ୍ଷା ଏହାର ସର୍ବୋଚ୍ଚ ପ୍ରାଥମିକତା ଏବଂ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟ ରଖି ଘଟଣାର ସମସ୍ତ ଦିଗ ତଦନ୍ତ କରାଯାଉଛି।

ଆହୁରି ପଢନ୍ତୁ : ୨ ବର୍ଷ ପରେ ମିଡିଆ ଆଗକୁ ଆସିବେ ଶେଖ ହସିନା, ସେପଟେ ବାଂଲାଦେଶ ଦେଲା ଭାରତକୁ ଚେତାବନୀ

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।