Welcome!

Unlock your personalized experience.
Sign Up

Abhay Deol Glass House : ନା ଇଟା- ପଥର, ନା ଝରକା ! ଗୋଆ ଜଙ୍ଗଲରେ ଅଭୟ ଦେଓଲଙ୍କ ବିଳାସପୂର୍ଣ୍ଣ କାଚ ଘର ଭାଇରାଲ

Jul 27, 2026 - 20:07
Abhay Deol Glass House : ନା ଇଟା- ପଥର, ନା ଝରକା ! ଗୋଆ ଜଙ୍ଗଲରେ ଅଭୟ ଦେଓଲଙ୍କ ବିଳାସପୂର୍ଣ୍ଣ କାଚ ଘର ଭାଇରାଲ

ନୂଆଦିଲ୍ଲୀ – ଅଭୟ ଦେଓଲ ଜଣେ ଭଲ ଅଭିନେତା ଭାବେ ସମସ୍ତଙ୍କ ପାଖରେ ପରିଚିତ। ହେଲେ ତାଙ୍କର ବିଚାର କିନ୍ତୁ ସମସ୍ତଙ୍କୁ ଠାରୁ ନିଆରା। ଆପଣ ତାଙ୍କର ଖୁବ୍‌ ସୁନ୍ଦର ଘରକୁ ଦେଖି ଏହି କଥାର ଅନ୍ଦାଜ କରି ପାରିବେ। ସେ ଗୋଆର ଜଙ୍ଗଲ ମଧ୍ୟରେ ଆକର୍ଷଣୀୟ ଗ୍ଲାସ୍‌ ହାଉସ୍‌ ତିଆରି କରିଛନ୍ତି , ଯାହାକୁ କାଚ ଘର ମଧ୍ୟ କୁହାଯାଉଛି। ଏହି କାଚ ଘରଟି ଏମିତି ଭାବେ ନିର୍ମାଣ ହୋଇଛି ଯେ, ଦେଖିଲେ ଆପଣଙ୍କର ଆଖି ଝଲକି ଯିବ। ବିଶେଷ କଥା ଏହା ଯେ, ଏଥିରେ କୌଣସି ଝରକା କି କବାଟ ନାହିଁ। ପୂରା ଘରଟି କେବଳ କାଚରେ ହିଁ ନିର୍ମିତ ଏବଂ ଏଠାରେ ବିଭିନ୍ନ ପ୍ରକାରର ଲଗଜରୀ ସୁବିଧା ଉପଲବ୍ଧ ରହିଛି। ଆସନ୍ତୁ ଏବେ ଜାଣିବା ଅଭୟ ଦେଓଲଙ୍କ କାଚଘରର ସେହି ସୌନ୍ଦର୍ଯ୍ୟକୁ …

ବିନା ଝରକା -କବାଟରେ ତିଆରି ଘର : ଅଭୟ ଦେଓଲଙ୍କ ଘରେ ଝରକା କି କବାଟ ନାହିଁ, କେବଳ କାଚର ସ୍ଲାଇଡିଂ ଡୋର ରହିଛି। ଯେତେବେଳେ ବି ଖୋଲିବାର ଥାଏ , ଏହି ସ୍ଲାଇଡ୍ ଗୁଡ଼ିକୁ ଘୁଞ୍ଚାଇ ଖୋଲା ଯାଇ ପାରିବ। ଛୋଟରୁ ନେଇ ବଡ଼ ବଡ଼ ଅନେକ କାଚ ଖଣ୍ଡକୁ ଯୋଡ଼ି ଏହି ଘରକୁ ସମ୍ପୂର୍ଣ୍ଣ କରାଯାଇଛି।

କାଠର ଫର୍ନିଚର୍‍ ଏବଂ ଗ୍ରାନାଇଟର ଫ୍ଲୋର୍‍ : ଏହି ଗ୍ଲାସ୍‍ ହାଉସରେ ସବୁ ଜିନିଷ ଡାର୍କ ବ୍ରାଉନ ରଙ୍ଗର କାଠରେ ତିଆରି ହୋଇଛି। ଚୌକି, ଟେବୁଲ୍‍ ଏବଂ ଅନ୍ୟାନ୍ୟ ଜିନିଷ ଉଚ୍ଚମାନର ଚିକ୍କଣ କାଠରେ ଗଢ଼ା ଯାଇଛି। ଘରର ଚଟାଣକୁ କଳା ଗ୍ରାନାଇଟରେ ତିଆରି କରାଯାଇଛି , ଯାହା ଦେଖିବାକୁ କଳା ହୋଇଥିଲେ ବି ସେଥିରେ ଏକ ଅଲଗା ଚମକ ରହିଛି।

ଗଛପତ୍ରରେ ସଜ୍ଜିତ ଇଣ୍ଟେରିୟର : ଗଛପତ୍ରରେ ଇଣ୍ଟେରିୟର କରିବାର ଅର୍ଥ ହେଉଛି ଏହି ଗ୍ଲାସ୍‍ ହାଉସରେ ଅଲଗା ଭାବେ ଇଣ୍ଟେରିୟର ଡିଜାଇନ୍‍ କରିବାର ଆବଶ୍ୟକତା ପଡ଼ି ନାହିଁ। ଜଙ୍ଗଲ ମଝିରେ ତିଆରି ହୋଇଥିବା ଏହି ଘରର ଚାରିପାଖରେ କେବଳ ଗଛପତ୍ର ଭରି ରହିଛି, ଯାହା ଘରକୁ ଘେରି ରହିଛି। ଆପଣ ଯେଉଁଆଡ଼େ ଦେଖିବେ, କେବଳ ସବୁଜିମା ଓ ଗଛ ହିଁ ଦେଖାଯିବ। ଏଥିରେ ଏହା କହିବା କେବେ ଭୁଲ ହେବ ନାହିଁ ଯେ, ଗଛପତ୍ର ଗୁଡ଼ିକୁ ହିଁ ଅଭୟ ନିଜ ଘରର ଇଣ୍ଟେରିୟର କରି ଦେଇଛନ୍ତି।

​​​​​​​

ସବୁପ୍ରକାର ସୁବିଧା ରହିଛି : ଏହି କାଚ ଘର ଭିତରେ ଏକ ବଡ଼ ସ୍ୱିମିଂ ପୁଲ୍‍ ରହିଛି।  ଛାତ, ବାଲକୋନି, ଲିଭିଂ ଏରିଆ, ଡ୍ରଇଂ ରୁମ୍‍ ଏବଂ ଷ୍ଟଡି ରୁମ୍‍ ଆଦି ସବୁକିଛି ରହିଛି। ନାଚୁରାଲ୍‍ କଲର୍‍ ବ୍ୟତୀତ ଅଭିନେତା ନିଜ ସୋଫା ଓ କାଉଚ୍‍ରେ ଅନେକ ରଙ୍ଗୀନ କପଡ଼ା ବ୍ୟବହାର ହୋଇଛି, ଯେଉଁଥିରେ ମନକୁ ଶାନ୍ତି ଓ ଆଖିକୁ ଖୁସି ଦେଇଥାଏ। ଏଠାରେ ଅଭୟ ଦେଓଲ୍‍ ନିଜର ଆର୍ଟ ୱାର୍କ ପାଇଁ ମଧ୍ୟ ଏକ ସ୍ୱତନ୍ତ୍ର ସ୍ଥାନ ରଖିଛନ୍ତି।

କମ୍ ସାଜସଜ୍ଜା ଓ ସୁନ୍ଦର ଲୁକ୍‍ : ଅଭୟ ଦେଓଲଙ୍କୁ ଏପରି ଏକ ଘର ଦରକାର ଥିଲା, ଯେଉଁଥିରେ ବେଶି କିଛି ଆଡମ୍ୱରତା ନଥିବ, ହେଲେ ସୁନ୍ଦର ଦେଖା ଯାଉ ଥିବ। ତେଣୁ ସେ ଏହାକୁ ପ୍ରକୃତି ସହ ସଜାଇ ଦେଇଛନ୍ତି। ଘର ଚାରିପାଖରେ ଜଙ୍ଗଲ ତ ଅଛି, ତା’ସହିତ ଘର ଭିତରେ ବି ଅଭିନେତା ସୁନ୍ଦର ସୁନ୍ଦର ଗଛ ଲଗାଇଛନ୍ତି। ଲିଭିଂ-ଡ୍ରଇଂ ଏରିଆକୁ ଛୋଟ ଛୋଟ ଜିନିଷରେ ସଜାଇଛନ୍ତି, ଯାହା ଦେଖିବାକୁ ବେଶ୍‍ କ୍ଲାସି ଲାଗୁଛି।

ଅଭୟ ଦେଓଲଙ୍କ ଏହି ଘରଟି ଘର ଅପେକ୍ଷା ବେଶି ଗୋଟିଏ ରିସୋର୍ଟ ଭଳି ମନେହେଉଛି। ସେ ଛୁଟି ବିତାଇବାକୁ ଏଠାକୁ ଆସି ଶାନ୍ତିରେ ସମୟ ବିତାନ୍ତି।

ଆହୁରି ମଧ୍ୟ ପଢନ୍ତୁ  -  ସାଙ୍ଗ ଉଧାର ଟଙ୍କା ଫେରାଉ ନାହାନ୍ତି କି ? ଏହି ୪ଟି ଟିପ୍ସ ଆପଣାନ୍ତୁ, ଟଙ୍କା ଫେରସ୍ତ ମିଳିବ !

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।