Aakash Chopra Statement: ଇଂଲଣ୍ଡ ବିପକ୍ଷ ପରାଜୟ ପାଇଁ ଏହି ଦୁଇ ଖେଳାଳିଙ୍କୁ ଦାୟୀ କଲେ ଆକାଶ ଚୋପ୍ରା
ନୂଆଦିଲ୍ଲୀ: ଲଗାତାର ଦୁଇଟି ଟି-୨୦ ବିଶ୍ବକପ ହାସଲ କଲା । ଦଳ ଟି-୨୦ରେ ରାଜ୍ କରୁଥିଲା । ତଥାପି ଏବେ ଜିତିବା ପାଇଁ କରୁଛି ସଂଘର୍ଷ । ଆୟାର୍ଲାଣ୍ଡଠାରୁ ୨ଟି ମ୍ୟାଚ ହାରିବା ପରେ ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟି-୨୦ ମଧ୍ୟ ହାରିଛି ଭାରତ । ଶ୍ରେୟସଙ୍କ ଅଧିନାୟକତ୍ବରେ ଦଳ ପରାଜୟର ସ୍ବାଦ ଚାଖିଥିବାବେଳେ କରାଯାଉଛି ସମାଲୋଚନା । ଏହି ଅବସରରେ ଦୁଇ ଖେଳାଳିଙ୍କୁ ଦୋଷ ଦେବା ସହ ଭୁଲ୍ ରହିଲା କେଉଁଠି ଏ ସମ୍ପର୍କରେ ପ୍ରକାଶ କରିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ତଥା ଭାଷ୍ୟକାର ଆକାଶ ଚୋପ୍ରା ।
ଆକାଶ ଚୋପ୍ରା ନିଜୟ ୟୁଟ୍ୟୁବ ଚ୍ୟାନେଲରେ ଭାରତର ପରାଜୟ ସମର୍କରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ଅର୍ଶଦୀପ ଏବଂ ରବି ବିଷ୍ଣୋଇଙ୍କୁ ଦଳର ପରାଜୟର କାରଣ ବୋଲି କହିଛନ୍ତି । ଏହି ଦୁଇ ଖେଳାଳି ଗୋଟିଏ ଲେଖାଏଁ ଓଭରରେ ବଡ଼ ରନ୍ ବ୍ୟୟ କରିବା ମହଙ୍ଗା ସାବ୍ୟସ୍ତ ହୋଇଥିଲା । ରବି ବିଷ୍ଣୋଇ ୨୯ ଏବଂ ଅର୍ଶଦୀପଙ୍କ ୨୭ ରନର ଓଭର ଭାରତ ପରାଜୟର ବଡ଼ କାରଣ । ସେ କହିଛନ୍ତି କି, ତୁମେ ୨୦୦ ଉପରେ ସ୍କୋର କରିନାହଁ । ତଥାପି ଏଭଳି ସ୍କୋର ଦେବା ମହଙ୍ଗା ସାବ୍ୟସ୍ତ ହୋଇଛି । କାରଣ ୨ ଓଭରରେ କେବଳ ୫୬ ରନ୍ ବ୍ୟୟ ହୋଇଛି ।
ପୂର୍ବତନ କ୍ରିକେଟର ଆହୁରି ବିସ୍ତାର କରି କହିଛନ୍ତି ଯେ ୧୬ତମ ଏବଂ ୧୭ତମ ଓଭର ଗୁରୁତ୍ୱପୂର୍ଣ୍ଣ ଥିଲା। ଏକ ବଡ଼ କାହାଣୀ ଭିତରେ ସବୁବେଳେ ଏକ ଛୋଟ କାହାଣୀ ଲୁଚି ରହିଥାଏ। ଇଂଲଣ୍ଡ ଏହି ଦୁଇଟି ଓଭରରେ ମାତ୍ର ନଅ ରନ୍ ଦେଇଥିଲା ଏବଂ ଗୋଟିଏ ୱିକେଟ୍ ନେଇଥିଲା। ଅନ୍ୟପକ୍ଷରେ, ଭାରତ ୧୬ତମ ଏବଂ ୧୭ତମ ଓଭରରେ ୩୯ ରନ୍ ଦେଇଥିଲା। ବରୁଣ ଚକ୍ରବର୍ତ୍ତୀ ୧୦ ରନ୍ ଦେଇଥିଲେ, କିନ୍ତୁ ତା’ପରେ ରବି ଦୁଇଟି ନୋ-ବଲ୍ ସହିତ ୨୯ ରନ୍ ଦେଇଥିଲେ।
ଏହାସହ ପଢ଼ନ୍ତୁ : Ind vs Eng: ଟିମ୍ ଇଣ୍ଡିଆ ପରାଜୟର ୪ ବଡ଼ କାରଣ, ଗୋଟିଏ ଓଭର ଛଡାଇ ନେଲା ମ୍ୟାଚ୍