18 JULY 2026

Welcome!

Unlock your personalized experience.
Sign Up

20 Years of SOA : ସୋଆକୁ ୨୦ ବର୍ଷ : ଶିକ୍ଷା ଓ ଅନୁସନ୍ଧାନର ୨୦ବର୍ଷ କେବଳ ଇତିହାସ ନୁହେଁ, ଏକ ପ୍ରତିଶ୍ରୁତି ପୂର୍ଣ୍ଣ ପ୍ରତିଜ୍ଞା

Jul 17, 2026 - 20:39
20 Years of SOA : ସୋଆକୁ ୨୦ ବର୍ଷ : ଶିକ୍ଷା ଓ ଅନୁସନ୍ଧାନର ୨୦ବର୍ଷ କେବଳ ଇତିହାସ ନୁହେଁ, ଏକ ପ୍ରତିଶ୍ରୁତି ପୂର୍ଣ୍ଣ ପ୍ରତିଜ୍ଞା

ଭୁବନେଶ୍ବର,୧୭/୭ : "ଗୋଟିଏ ସ୍ୱପ୍ନରୁ ବିରାଟ ଆନ୍ଦୋଳନ... ଆନ୍ଦୋଳନରୁ ଆଗାମୀ ଭାରତର ଭବିଷ୍ୟତ ଗଠନ। ୧୧୮ଜଣରୁ ୨୨ହଜାର ଛାତ୍ରଛାତ୍ରୀ.. ସେ ବିଶ୍ୱାସର ନାମ ଶିକ୍ଷା ଓ ଅନୁସନ୍ଧାନ ଡିମଡ ଟୁ ବି ୟୁନିଭରସିଟି । ଏଇଠି "ଶିକ୍ଷା କେବଳ ଡିଗ୍ରୀ ନୁହେଁ... ଏଇଟା ଜୀବନ ଗଢିବାର ପ୍ରତିଜ୍ଞା । ଓଡିଶାରୁ ବିଶ୍ୱକୁ... ୨୦ବର୍ଷର ଗର୍ବ, ଅଗଣିତ ସ୍ୱପ୍ନ । ଯେଉଁଠି ଶିକ୍ଷା ହୁଏ ସେବା... ସେଇଠୁ ଜନ୍ମ ହୁଏ SOA । "ଶିକ୍ଷା ଓ ଅନୁସନ୍ଧାନ - କାହାଣୀ ଶେଷ ହୋଇନି, ଇୟେ ତ ଆରମ୍ଭ । ଆଜି ସୋଆର ୨୦ବର୍ଷ ପ୍ରତିଷ୍ଠା ଦିବସ ପାଳନ ଅବସରରେ ସୋଆ କ୍ୟାମ୍ପସ ଟୁରେ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ମେସିନ୍ ଆଦେଶ ମାନେ, ମଣିଷ ବିଶ୍ୱାସକୁ ମାନେ । ଏଇ ବିଶ୍ୱାସ ହିଁ ଶିକ୍ଷା ଓ ଅନୁସନ୍ଧାନକୁ ଗୋଟିଏ ବ୍ୟକ୍ତିର ସ୍ୱପ୍ନରୁ ଆଜି ଦେଶର ଅଗ୍ରଣୀ ବିଶ୍ୱବିଦ୍ୟାଳୟରେ ପରିଣତ କରିପାରିଛି । ସୋଆ ପ୍ରତିଷ୍ଠାତା ସଭାପତି ପ୍ରଫେସର ଡକ୍ଟର ମନୋଜ ରଞ୍ଜନ ନାୟକ ସୁରକ୍ଷିତ ସରକାରୀ ଚାକିରୀ ଛାଡି ଗଢିଥିଲେ ITER। ଆଜି ସୋଆରେ ୧୩ଟି ଅନୁଷ୍ଠାନ, ୨୨ ହଜାର ଛାତ୍ର ଏବଂ ୩୦ଟି ଦେଶର ୪୦୦ରୁ ଅଧିକ ଆନ୍ତର୍ଜାତିକ ଛାତ୍ର ଶିକ୍ଷା ଗ୍ରହଣ କରୁଛନ୍ତି । NIRF ୨୦୨୫ରାଙ୍କିଙ୍କ ରେ ଦେଶର ୧୫ତମ ବିଶ୍ୱବିଦ୍ୟାଳୟ ଭାବେ ସ୍ଥାନ ପାଇଛି ସୋଆ । IMS ଏବଂ SUM ହସ୍ପିଟାଲ ଦେଶରେ ୧୫ତମ, ITER ଇଞ୍ଜିନିୟରିଂରେ ୨୨ତମ ଏବଂ IBCS ମ୍ୟାନେଜମେଣ୍ଟରେ ୬୬ତମ ସ୍ଥାନ ପାଇଛି । ୨୦୧୬ରୁ ପ୍ରତିବର୍ଷ NIRFର Top ୨୫ରେ ରହିବା ସହ ୨୦୨୨ରେ NAACରୁ A++ ଗ୍ରେଡ ମଧ୍ୟ ପାଇଛି । ୧୮ଟି ଗବେଷଣା କେନ୍ଦ୍ର ଏବଂ ୨୦୨୫ରେ ୪୧ଜଣ ସୋଆ ବୈଜ୍ଞାନିକ ବିଶ୍ୱର Top ୨% ବୈଜ୍ଞାନିକ ତାଲିକାରେ ସ୍ଥାନ ପାଇଛନ୍ତି । ତେବେ ସୋଆ ଏବେ ନୂଆ ଏଜୁକେଶନ ପଲିସି ୨୦୨୦କୁ ଗୁରୁତ୍ୱ ଦେଇ ଫରେନ୍ ଫ୍ୟାକଲ୍ଟି ଆଣି ଶିକ୍ଷାଦାନ କରିବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି ଭାଇସ ଚାନ୍ସେଲର।

ଶିକ୍ଷା ସହ ସେବା ହେଉଛି ସୋଆର ମୂଳ ମନ୍ତ୍ର । ୨୦୨୦କୋଭିଡ ସମୟରେ ସୋଆ ୫୦୦୦ବେଡ ବିଶିଷ୍ଟ ୫ଟି କୋଭିଡ ହସ୍ପିଟାଲ ଏବଂ ୨ଟି କୋଭିଡ କେୟାର ସେଣ୍ଟର ପରିଚାଳନା କରିଥିଲା । IMS ଏବଂ SUM ହସ୍ପିଟାଲ ଆଜି ପୂର୍ବ ଭାରତର ସବୁଠୁ ବିଶ୍ୱସନୀୟ ଚିକିତ୍ସା କେନ୍ଦ୍ର ପାଲଟିଛି । ବର୍ଷକୁ ଲକ୍ଷ ଲକ୍ଷ ରୋଗୀ ଏଠାରେ ଚିକିତ୍ସା ପାଉଛନ୍ତି । ଶିଳ୍ପ ସହ ସମ୍ପର୍କ ଯୋଗୁଁ ସୋଆର ପ୍ଲେସମେଣ୍ଟ ରେକର୍ଡ ମଧ୍ୟ ଉଲ୍ଲେଖନୀୟ । ଅନେକ ଛାତ୍ର ଡିଗ୍ରୀ ସରିବା ପୂର୍ବରୁ ହିଁ ୩ଟି ପର୍ଯ୍ୟାୟରେ ପ୍ଲେସମେଣ୍ଟ ପାଇସାରନ୍ତି । କ୍ୟାମ୍ପସରେ ସାହିତ୍ୟ, ସଙ୍ଗୀତ, ଖେଳ, ଉଦ୍ୟୋଗିତା ସମେତ ୫୦ରୁ ଅଧିକ ଛାତ୍ର କ୍ଲବ ସକ୍ରିୟ ଅଛି । JAGO, NSS ଏବଂ NCC ମାଧ୍ୟମରେ ଛାତ୍ରଛାତ୍ରୀ ମାନେ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ପରିବେଶ କ୍ଷେତ୍ରରେ ସମାଜସେବା କରୁଛନ୍ତି । ୨୦୧୨ରୁ Voice of SOA 90.4 FM ମାଧ୍ୟମରେ ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ମହିଳା ସଶକ୍ତିକରଣ ଉପରେ କମ୍ୟୁନିଟି ରେଡିଓ ମଧ୍ୟ ପ୍ରସାରିତ ହେଉଛି । ଗୋଟିଏ ବିଶ୍ୱସ୍ତରୀୟ ଅନୁଷ୍ଠାନ ଗଢିବା ପାଇଁ Dean, Faculty Development ନିଯୁକ୍ତି ଅତ୍ୟନ୍ତ ଆବଶ୍ୟକ । ଶିକ୍ଷକମାନଙ୍କର ଦକ୍ଷତା ବୃଦ୍ଧି ହେଲେ ହିଁ ଛାତ୍ରମାନେ ବିଶ୍ୱସ୍ତରୀୟ ଶିକ୍ଷା ପାଇପାରିବେ ବୋଲି କହିଛନ୍ତି ପୂର୍ବତନ ଭାଇସ ଚାନ୍ସେଲର ଆର. ପି. ମହାନ୍ତି । ରାଜ୍ୟରେ ସର୍ବାଧିକ ବିକ୍ରୟ ହେଉଥିବା ଖବର କାଗଜ ପ୍ରମେୟ ଓ ଲୋକଙ୍କ ନଜରରେ ପ୍ରଥମ ପସନ୍ଦ ପାଲଟିଥିବା ନ୍ୟୁଜ ଚ୍ୟାନେଲ ନ୍ୟୁଜ ସେଭେନ ଲୋକଙ୍କ ସେବା କରୁଛି।

ଗୋଟିଏ ସ୍ୱପ୍ନରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଆଜି ହଜାରହଜାର ଜୀବନର ଆଶା ସଞ୍ଚାର କରୁଛି । ଶିକ୍ଷା ଓ ଅନୁସନ୍ଧାନର ୨୦ବର୍ଷ କେବଳ ଇତିହାସ ନୁହେଁ, ଇୟେ ହେଉଛି ଭବିଷ୍ୟତର ପ୍ରତିଜ୍ଞା । କାହାଣୀ ଏଇଠି ଶେଷ ହୋଇନି, କାରଣ ଆଗାମୀ ୨୦ବର୍ଷ ପାଇଁ ସ୍ୱପ୍ନ ଆହୁରି ବଡ଼ । ଶିକ୍ଷା ଓ ଅନୁସନ୍ଧାନ - ଓଡିଶାର ଗର୍ବ, ଭାରତର ଭବିଷ୍ୟତ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।