25 JULY 2026

Welcome!

Unlock your personalized experience.
Sign Up

୧୦ ମାସ ଶିଶୁର ଜୀବନ ରକ୍ଷା କଲା ସମ୍ ଅଲ୍ଟିମେଟ ମେଡିକେୟାର

Jul 24, 2026 - 22:49
୧୦ ମାସ ଶିଶୁର ଜୀବନ ରକ୍ଷା କଲା ସମ୍ ଅଲ୍ଟିମେଟ ମେଡିକେୟାର

​​​​​​​ଭୁବନେଶ୍ବର: ଆପଣ  ଘରେ ଛୋଟ ପିଲା  ଅଛନ୍ତି କି ? ବାପା ମାଙ୍କ  ଅନୁପସ୍ଥିତରେ ଛୋଟ ଶିଶୁ  ପାଟିରେ   କିଛି ସାମଗ୍ରୀ ପୁରାଇ ଗିଳି ଦେଉଛି କି ? ତାହେଲେ  ଆପଣ ରୁହନ୍ତୁ ସତର୍କ ଓ ସଜାଗ ।  ଭୁବନେଶ୍ବର ନିକଟ ବାଲିପାଟଣାର ଦମ୍ପତି ନଇମୁଦିନ ଖାନ  ଓ   ନିଗମା ବେଗମଙ୍କ   ୧୦   ମାସର  ଛୋଟ  ଝିଅ । ବାପା ମାଙ୍କ ଅଜାଣତରେ  ଘରେ  ପାଚିଲା ଆତ ମଂଜିଖାଇ ଦେଇଥିଲା । ଫଳରେ  ଆତର   ମଂଜିଟି ପିଲାର ଶ୍ବାସ ନଳୀରେ ଲାଖି ଯାଇଥିଲା । ଡାହାଣ ମୁଖ୍ୟ ବ୍ରୋଙ୍କସ୍ (   ଶ୍ବାସ ନଳୀ ) ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା ଯାହା ଫଳରେ  ଡାହାଣ ଫୁସଫୁସ୍  ଭାବେ ଅଚଳ ହୋଇଯାଉଥିଲା ।   ସଠିକ ଭାବେ ଶିଶୁଟି  ନିଶ୍ବାସ ପ୍ରଶ୍ବାସ ନେଇ ପାରୁ ନଥିଲା ଫଳରେ ଶିଶୁ ଟିର ଦେହ ନୀଳ ପଡିଯାଇଥିଲା। ଏହା  ଜୀବନ ପ୍ରତି ବିପଦ ସୃଷ୍ଟି କରୁଥିବାରୁ ଜରୁରୀକାଳୀନ  ଭାବେ ତୁରନ୍ତ ଚିକିତ୍ସା କରାଯାଇଥିଲା। ସେପଟେ ସମ ଅଲଟିକେଟ ମେଡିକେୟାର ଡାକ୍ତରୀ ସେବା ଉତ୍ତମ ଚିକିତ୍ସାକୁ  ଆମ  ୧୦ ମାସ ପିଲାର ଜୀବନ ବଂଚାଇ ଦେଇ ଥିବାରୁ  ସମ ଅଲଟିମେଟ ମେଡିକେୟାର କତ୍ତୃପକ୍ଷଙ୍କୁ ପ୍ରଶଂସା କରିଛନ୍ତି ଶିଶୁର ବାପା ଓ ମା ।

ସମ୍  ଅଲଟିମେଟ  ମେଡିକେୟାର ର  ଇଏନଟି  ଓ ସ୍କଲ ବେସଡ ସର୍ଜରି ବିଭାଗୀୟ ମୁଖ୍ୟ  ଡାକ୍ତର ରାଧା ମାଧବ ସାହୁଙ୍କ ନେତୃତ୍ବରେ ଅତି ସତର୍କ ଓ  ଚ୍ୟାଲେଞ୍ଚ ସହ ଚିକିତ୍ସା କରାଯାଇଥିଲା । ୧୦ ମାସର ଶିଶୁର ଶ୍ବାସନଳୀ ଅତ୍ୟନ୍ତ ସରୁ ହୋଇଥିବାରୁ ସେଥିରେ ଅସ୍ତ୍ରୋପଚାର କରିବା ଏକ ବଡ଼ ଆହ୍ବାନ ଥିଲା। ଶିଶୁର ବ୍ରୋଙ୍କସ୍ ତୁଳନାରେ ଆତର ମଞ୍ଜିଟ ଅସ୍ବାଭାବିକ ଭାବେ ବଡ଼ ଥିଲା ଏବଂ ଏହାର ପୃଷ୍ଠଭାଗ ମସୃଣ ଓ ଖସଡ଼ା ହୋଇଥିବାରୁ ଏହାକୁ ଧରି ବାହାର କରିବା ଅତ୍ୟନ୍ତ କଷ୍ଟକର ଥିଲା। ବ୍ରୋଙ୍କୋସସ୍ପୋପି  ଅପଟିକାଲ  ଫୋରସେପସ  Bronchoscopy optical forceps ପଦ୍ଦତିରେ ଆତାର ମଞ୍ଜି ବାହାର କରି ୧୦ ମାସର ଶିଶୁର ଜୀବନ ବଞ୍ଚାଯାଇଥିଲା। ଶ୍ବାସ ନଳୀରେ  ଏଭଳି ଖାଦ୍ୟ  ପଦାର୍ଥ ଲାଗିଲେ ଶ୍ବାସ ନଳୀ ଅବରୋଧ ହୋଇ ଯାଇଥାଏ। ବାହୁଡାରେ ଶିଶୁ ଟି ସୁସ୍ଥ ହୋଇ   ଘର ବାହୁଡା  ହୋଇ ଘରକୁ ଫେରିଛଇ ବୋଲି କହିଛନ୍ତି ସମ ଅଲଟିମେଟ, ଇଏନଟି ଓ ସ୍କଲ ବେଡସ ସର୍ଜରୀ ବିଭାଗୀୟ ମୁଖ୍ୟ ଡାକ୍ତର ରାଧାମାଧବ ସାହୁ।

ଚିକିତ୍ସା କ୍ଷେତ୍ରରେ ଦକ୍ଷତା ଓ ଦଳଗତ ସହଯୋଗର ଏକ ଉଲ୍ଲେଖନୀୟ ଉଦାହରଣ ସୃଷ୍ଟି କରିଛି ସମ୍ ଅଲ୍ଟିମେଟ୍ ମେଡିକେୟାର।ଅତ୍ୟନ୍ତ ଜଟିଳ ଜରୁରୀକାଳୀନ ପ୍ରକ୍ରିୟା ମାଧ୍ୟମରେ ୧୦ ମାସର ଶିଶୁର ଡାହାଣ ବ୍ରୋଙ୍କସ୍ (ଶ୍ୱାସନଳୀର ଶାଖା) ଭିତରେ ଫସି ରହିଥିବା ଏକ ଆତାର ମଞ୍ଜିକୁ ବାହାର କରି ନୁଆ ଜୀବନ ପାଇ ପାରିଛଇ ୧୦ ମାସ ର ଶିଶୁ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।