ହେମା ମାଳିନୀଙ୍କୁ ରାଜନୀତିକୁ ଆସିବାକୁ କାହିଁକି ମନା କରୁଥିଲେ ଧମେନ୍ଦ୍ର ?
ନୂଆଦିଲ୍ଲୀ: ବଲିଉଡ଼ର 'ଡ୍ରିମ୍ ଗାର୍ଲ' ହେମା ମାଳିନୀ କେବଳ ନିଜର ଅଭିନୟ ପାଇଁ ନୁହେଁ, ବରଂ ରାଜନୈତିକ ଜୀବନ ପାଇଁ ମଧ୍ୟ ବେଶ୍ ପରିଚିତ। କିନ୍ତୁ ତାଙ୍କର ଏହି ରାଜନୀତିରେ ପ୍ରବେଶ ପଥ ଏତେଟା ସହଜ ନଥିଲା। କାରଣ ଧର୍ମେନ୍ଦ୍ର ଚାହୁଁନଥିଲେ ହେମା ରାଜନୀତିରେ ଆସନ୍ତୁ । ଏନେଇ ନିଜେ ହେମା ମାଳିନୀ ଏକ ସାକ୍ଷାତକାରରେ ପ୍ରକାଶ କରିଛନ୍ତି । ସେ କହିଛନ୍ତି କି, ଯେତେବେଳେ ସେ ରାଜନୀତିରେ ଯୋଗଦେବାକୁ ମନସ୍ଥ କରିଥିଲେ, ସେତେବେଳେ ଧର୍ମେନ୍ଦ୍ର ଏହାର ସମ୍ପୂର୍ଣ୍ଣ ବିରୋଧ କରିଥିଲେ । ଧର୍ମେନ୍ଦ୍ର ଜମା ଚାହୁଁନଥିଲେ କି ମୁଁ ଏହି ରାଜନୀତି କ୍ଷେତ୍ରକୁ ଆସେ ।
ହେମା କହିଛନ୍ତି କି, ଧର୍ମେନ୍ଦ୍ରଙ୍କ ବିରୋଧ ସତ୍ତ୍ବେ ମୁଁ ରାଜନୀତିରେ ପ୍ରବେଶ କରିବାକୁ ଜିଦ୍ ଧରିଥିଲି। ଶେଷରେ ଧର୍ମେନ୍ଦ୍ର ଗୋଟିଏ ସର୍ତ୍ତରେ ରାଜି ହୋଇଥିଲେ । ସେ ମୋତେ କହିଥିଲେ କି, ତୁମେ ସବୁବେଳେ ଜନସାଧାରଣଙ୍କ ସେବା ପାଇଁ ସଚ୍ଚୋଟ ଏବଂ ପ୍ରତିବଦ୍ଧ ରହିବାକୁ ପଡ଼ିବ। ହେମା ମାଳିନୀଙ୍କ ମା’ (ଜୟା ଚକ୍ରବର୍ତ୍ତୀ) ଏକ ବଡ଼ ଭୂମିକା ଗ୍ରହଣ କରିଥିଲେ। ମା’ଙ୍କ ସମର୍ଥନ ଏବଂ ପ୍ରେରଣା ଯୋଗୁଁ ହିଁ ହେମା ଧର୍ମେନ୍ଦ୍ରଙ୍କୁ ରାଜନୀତିରେ ଯୋଗଦେବା ପାଇଁ ରାଜି କରାଇବାରେ ସଫଳ ହୋଇଥିଲେ।
ଆଜି ସଫଳ ରାଜନେତ୍ରୀ ଭାବେ ପରିଚିତ ପରିବାରର ବିରୋଧ ଏବଂ ସର୍ତ୍ତକୁ ପାର କରି ହେମା ମାଳିନୀ ରାଜନୀତିରେ ପାଦ ଦେଇଥିଲେ ଏବଂ ଆଜି ଜଣେ ସଫଳ ସାଂସଦ ତଥା ଲୋକପ୍ରିୟ ରାଜନେତ୍ରୀ ଭାବେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।
ଏହାସହ ପଢ଼ନ୍ତୁ : ପୁଣି କେବେ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବେ ବୈଭବ ?
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।