ସୋନମ ୱାଙ୍ଗଚୁକଙ୍କୁ ଖୁଆଯାଉ ନଚେତ ମୃତ୍ୟୁ ହୋଇଯିବ, ଆବେଦନ ଉପରେ କେନ୍ଦ୍ରକୁ ଜବାବ୍ ମାଗିଲେ ଦିଲ୍ଲୀ ହାଇକୋର୍ଟ
ନୂଆଦିଲ୍ଲୀ,୧୫।୭: ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ୍ ୧୮ ଦିନ ହେବ ଆମରଣ ଅନଶନ ଜାରି ରଖିଛନ୍ତି। ତାଙ୍କର ଦାବି ପୂରଣ ନହେବା ପର୍ଯ୍ୟନ୍ତ ସେ ଅନଶନରୁ ଓହରିବେ ନାହିଁ ବୋଲି କହିଛନ୍ତି। ତେବେ ଏହା ଭିତରେ ସୋନମ ୱାଙ୍ଗଚୁକଙ୍କ ସ୍ବାସ୍ଥ୍ୟାବସ୍ଥା ଖୁବ୍ ଖରାପ ହୋଇ ପଡିଛି। ଡାକ୍ତରଙ୍କ କହିବା ଅନୁସାରେ, ଯଦି ତାଙ୍କୁ ଶୀଘ୍ର ଖାଦ୍ୟ ଦିଆନଯିବ ତେବେ ସ୍ଥିତି ଭୟଙ୍କର ହୋଇପାରେ। ଏବେ ସୋନମ ୱାଙ୍ଗଚୁକଙ୍କ ଜୀବନର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଦିଲ୍ଲୀ ହାଇକୋର୍ଟରେ ଆବେଦନ ଦାଖଲ କରାଯାଇଛି। ଏହା ଶୁଣାଣି ପାଇଁ କୋର୍ଟ ପ୍ରସ୍ତୁତ ହୋଇ ଯାଇଛନ୍ତି। ଦିଲ୍ଳୀ ହାଇକୋର୍ଟ କେନ୍ଦ୍ରର ଦିଲ୍ଲୀ ସରକାରଙ୍କୁ ଜବାବ ମାଗିଛନ୍ତି। ମାମଲାର ଗୁରୁତ୍ବକୁ ଦେଖି କୋର୍ଟ ଗୁରୁବାର ଅର୍ଥାତ ଆସନ୍ତାକାଲି ଏହା ଉପରେ ଶୁଣାଣି କରିବେ। ଆଜି କୋର୍ଟରେ ସରକାରଙ୍କ ପକ୍ଷରୁ କୌଣସି ଓକିଲ ହାଜର ହୋଇନଥିଲେ।
କୋର୍ଟରେ ଅପିଲ, ସରକାରଙ୍କୁ ଦିଅନ୍ତୁ ନିର୍ଦ୍ଦେଶ
ଉଲ୍ଲେଖନୀୟ ଯେ, ହାଇକୋର୍ଟଙ୍କ ନିକଟରେ ସବମିଟ୍ କରାଯାଇଥିବା ଏହି ଆବେଦନରେ ଦାବି କରାଯାଇଛି ଯେ, କୋର୍ଟ କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କୁ ନିର୍ଦେଶ ଦିଅନ୍ତୁ ସେ ସୋନମ ୱାଙ୍ଗଚୁକ୍ଙ୍କୁ ତୁରନ୍ତ ଚିକିତ୍ସା ଉପଲବ୍ଧ କରାନ୍ତୁ। ଦରକାର ପଡିଲେ ତାଙ୍କୁ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯିବ। ଜୀବନ ରକ୍ଷା ପାଇଁ ଯଦି ଜରୁରୀ ତେବେ ତାଙ୍କୁ ବଳପୂର୍ବକ ଭୋଜନ ବି ଖାଇବାକୁ ଦିଆଯାଉ।
ସୋନମ ୱାଙ୍ଗଚୁକଙ୍କ ସମର୍ଥନରେ ବହୁ ସେଲିବ୍ରିଟି
ମିଳିଥିବା ସୂଚନାର ଅନୁସାରେ, ସୋନମ ୱାଙ୍ଗଚୁକଙ୍କ ସମର୍ଥନରେ ପୁରା ଦେଶରେ ନେତା ଓ ଫିଲ୍ମି ସେଲିବ୍ରିଟି ଆସିଛନ୍ତି। ନିକଟରେ ନସିରୁଦ୍ଧିନ୍ ଶାହ, ରତ୍ନା ପାଠକ ଶାହଙ୍କ ହତିତ ହଜାର ହଜାର ଲୋକ ୱାଙ୍ଗଚୁକଙ୍କୁ ପତ୍ର ଲେଖିଛନ୍ତି , ଯେଉଁଥିରେ ସେମାନେ ସଂଘର୍ଷକୁ ସମର୍ଥନ କରିଛନ୍ତି। ଏହା ସହ ଆଗ୍ରହ କରିଛନ୍ତି ଯେ, ସୋନମ ନିଜ ଅନଶନ ଶେଷ କରିଦିଅନ୍ତୁ। ସେଭଳି ଜିନତ ଅମାନ କେନ୍ଦ୍ର ସରକାରଙ୍କୁ ସୋନମ ୱାଙ୍ଗଚୁକଙ୍କ ସହିତ ଆଲୋଚନ କରିବାର ଅପିଲ୍ କରିଛନ୍ତି।
ଆହୁରି ପଢନ୍ତୁ :PoK Protest : ପାକିସ୍ତାନର ହୀନ ଚକ୍ରାନ୍ତ, ପିଓକେ ଆନ୍ଦୋଳନ ଭିତରେ ଆତଙ୍କବାଦୀଙ୍କ ଏଣ୍ଟ୍ରି କରିବାର କରୁଛି ଷଡଯନ୍ତ୍ର
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।