03 AUGUST 2026

Welcome!

Unlock your personalized experience.
Sign Up

ସିଭିଲଟାଉନସିପ୍‌ର ଏକ ଭଡ଼ା ଘରୁ ସେକ୍ସ ର‌୍ୟାକେଟ୍‌ ଠାବ: ୨ ଯୁବତୀ ଉଦ୍ଧାର, ୩ ଅଟକ

Aug 03, 2026 - 13:00
ସିଭିଲଟାଉନସିପ୍‌ର ଏକ ଭଡ଼ା ଘରୁ ସେକ୍ସ ର‌୍ୟାକେଟ୍‌ ଠାବ: ୨ ଯୁବତୀ ଉଦ୍ଧାର, ୩ ଅଟକ

ରାଉରକେଲା,୦୩/୦୮: ରାଉରକେଲାର ରଘୁନାଥପାଲି ଥାନା ଅନ୍ତର୍ଗତ ସିଭିଲଟାଉନସିପ୍ ସ୍ଥିତ ଏକ ଘରେ ଚାଲିଥିଲା ସେକ୍ସ ରାକେଟ । ରବିବାର ସନ୍ଧ୍ୟାରେ ସେହି ଘରେ ପୁଲିସ୍ ଚଢ଼ଉ କରି ୨ ଯୁବତୀଙ୍କୁ ଉଦ୍ଧାର କରିଥିବା ବେଳେ ୩ ଜଣ ଯୁବକଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି ।

ଅଧିକ ପଢ଼ନ୍ତୁ :- Accident Beaking: ଲୁନାକୁ ଧକ୍କା ଦେଇ ରାସ୍ତାକଡ଼କୁ ଖସିଲା 'ବିକ୍ରାନ୍ତ' ବସ୍; ଦୁଇ ଗୁରୁତର, ୩୦ ଆହତ​​​​​​​

ସୂଚନା ମୁତାବକ, ଜଣେ ମହିଳା ସିଭିଲଟାଉନସିପ୍‌ର ଏକ ଘର ଭଡ଼ା ଚଳାଇଥିଲେ ସେକ୍ସ ରାକେଟ୍। ରଘୁନାଥପାଲି ଥାନାରେ ଏନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲେ। ଗତକାଲି ସନ୍ଧ୍ୟାରେ ପୁଲିସ ଏକ ଟିମ୍ ହଠାତ୍‌ ସେହି ଭଡ଼ା ଘରେ ଚଢ଼ାଉ କରିଥିଲା। ସେହି ସମୟ ଅସଞ୍ଜତ ଅବସ୍ଥାରେ ୨ ଯୁବତୀଙ୍କ ସମେତ ୩ ଯୁବକ ଧରିଥିଲା ପୁଲିସ। ସମସ୍ତ ଥାନାକୁ ଉଠାଇଆଣି ପଚରାଉଚରା କରୁଛି। ତେବେ ଧରାପଡ଼ିଥିବା ଯୁବକମାନେ ରାଉରକେଲା ଅଞ୍ଚଳର ବୋଲି ଜଣାପଡ଼ିଛି । ପୁଲିସ୍ ଏ ନେଇ ଘଟଣାର ତଦନ୍ତ ଚଳାଇଛି।

 

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।