Welcome!

Unlock your personalized experience.
Sign Up

ସାମ୍ନାକୁ ଆସିଲା ଭିଡିଓ, ବାଲକୋନୀରେ ରୋହିତ-ଗମ୍ଭୀରଙ୍କ ମଧ୍ୟରେ ହେଲା କି ଲଢ଼େଇ?

Jul 20, 2026 - 19:11
ସାମ୍ନାକୁ ଆସିଲା ଭିଡିଓ, ବାଲକୋନୀରେ ରୋହିତ-ଗମ୍ଭୀରଙ୍କ ମଧ୍ୟରେ ହେଲା କି ଲଢ଼େଇ?

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ତୃତୀୟ ଦିନିକିଆରେ ଲଢ଼େଇ କରି ହାରିଛି ଭାରତ । ତଥାପି ଫ୍ୟାନ୍ସଙ୍କ ମନ ଜିଣିଛନ୍ତି ହିଟମ୍ୟାନ୍ । ୧୩୮ ରନର ଦମଦାର ପାଳି ଖେଳି ଲର୍ଡ୍ସରେ ଇତିହାସ ରଚିଛନ୍ତି ରୋହିତ ଶର୍ମା । ଭାରତର ଏହି ଅଭିଜ୍ଞ ଖେଳାଳି ଦିନିକିଆରୁ ଅବସର ନେବେ ଏବଂ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ସହ ସମ୍ପର୍କ ଭଲ ନଥିବା ଖବରର ଶିରୋନାମା ପାଲଟିଥିଲା । ମାତ୍ର ତୃତୀୟ ଦିନିକିଆ ସମୟରେ ଲର୍ଡ୍ସରୁ ଆସିଥିଲା ଏକ ରୋଚକ ଦୃଶ୍ୟ । ମ୍ୟାଚ୍ ପୂର୍ବରୁ ବାଲକୋନୀ ଏବଂ ମ୍ୟାଚ ସମୟରେ ମଧ୍ୟ ଗମ୍ଭୀର ଏବଂ ରୋହିତ ଏକାଠି ନଜର ଆସିଥିଲେ । ଯାହାକି ସବୁ ଚର୍ଚ୍ଚାରେ ଅନ୍ତ ଘଟାଇଛି ।

ଏବେ ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ରୋହିତ ଶତକ ମାରିବା ପରେ ବାଲକୋନୀରେ ବସିଥିଲେ । ତାଙ୍କସହ ନଜର ଆସିଥିଲେ ଗମ୍ଭୀର । କେବଳ ଏହି ଦୁଇ ଜଣ ବସିଥିବାବେଳେ ସେମାନଙ୍କ ମଧ୍ୟରେ କିଛି ଆଲୋଚନା ହେଉଥିବା ଦେଖିବାକୁ ମିଳିଛି । ଯେଉଁଥିରୁ ଅନୁମାନ କରାଯାଉଛି କି, ବାହାରେ ଯାହା ଚର୍ଚ୍ଚା ହେଉଛି ସେମିତି କିଛି ନାହିଁ ।

ସେପଟେ କୁହାଯାଉଛି କି, ରୋହିତ ପ୍ରଥମ ଦୁଇଟି ମ୍ୟାଚରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବାବେଳେ କେବଳ ଅନ୍ତିମ ମୁକାବିଲାରେ ଦମଦାର ଶତକ କରିଥିଲେ । ମାତ୍ର ଦଳରେ ଏବେ ତାଙ୍କ ସ୍ଥାନ ସଙ୍କଟରେ ଥିବା ଚର୍ଚ୍ଚାର ବିଷୟ ପାଲଟିଛି । ୨୦୨୭ ବିଶ୍ବକପରେ ଚୟନକର୍ତ୍ତାମାନେ ତାଙ୍କୁ ନନେବା ପାଇଁ ଯୋଜନା କରୁଥିବା କୁହାଯାଉଛି । ଯୁବ ଓପନର ଜୟସ୍ବାଲଙ୍କ ଉପରେ ଭରସା କରାଯାଉଥିବା କୁହାଯାଉଛି । ତଥାପି ରୋହିତଙ୍କ ଅବଦାନ ଟିମ୍ ଇଣ୍ଡିଆ ପାଇଁ ଅନେକ ରହିଛି । ତେବେ ପରବର୍ତ୍ତୀ ସମୟରେ କ’ଣ ନିଷ୍ପତ୍ତି ହେଉଛି ଏହା ଉପରେ ସମସ୍ତଙ୍କ ନଜର ରହିଛି ।

ଏହାସହ ପଢ଼ନ୍ତୁ : Donald Trump: ଫିଫା ଫାଇନାଲରେ ହଟହଟା ଟ୍ରମ୍ପ; ସ୍ପେନ୍ ବିଜୟ ଉତ୍ସବରେ ବାଧା ଦେଲେ, ହାତଧରି ହଟାଇଲେ ଅଧିକାରୀ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।