05 AUGUST 2026

Welcome!

Unlock your personalized experience.
Sign Up

ସମଲେଶ୍ୱରୀ ମନ୍ଦିର ନିରୀକ୍ଷଣ କଲେ ରାଜ୍ୟ ପ୍ରତ୍ନତତ୍ତ୍ଵ ବିଭାଗର ପ୍ରତିନିଧି ଦଳ

Aug 05, 2026 - 17:54
ସମଲେଶ୍ୱରୀ ମନ୍ଦିର ନିରୀକ୍ଷଣ କଲେ ରାଜ୍ୟ ପ୍ରତ୍ନତତ୍ତ୍ଵ ବିଭାଗର ପ୍ରତିନିଧି ଦଳ

ସମ୍ବଲପୁର, ୫/୮(ବ୍ୟୁରୋ) : ସମଲେଶ୍ୱରୀ ମନ୍ଦିର ଗସ୍ତରେ ରାଜ୍ୟ ପ୍ରତ୍ନତତ୍ବ ବିଭାଗ । ମନ୍ଦିର ମୁଖଶାଳା ସମ୍ମୁଖରେରେ ଥିବା ଗେଟ ଉପରେ ପାଣି ଗଳୁଥିବା ଘଟଣାର ଅନୁସନ୍ଧାନ ପାଇଁ ଆସିଛି ଟିମ । ଏହାର ରକ୍ଷଣାବେକ୍ଷଣ, ମରାମତି ନେଇ  ଯାଞ୍ଚ କରିଛି ପ୍ରତିନିଧି ଦଳ  ।

ଏନେଇ ଗତ ୨୯ ତାରିଖ ପର୍ଯ୍ୟଟନ ବିଭାଗକୁ ଚିଠି ଲେଖିଥିଲେ ସମ୍ବଲପୁର ଜିଲ୍ଲାପାଳ ।  ରାଜ୍ୟ ପ୍ରତ୍ନତତ୍ୱ ବିଭାଗର ଆସିଷ୍ଟାଣ୍ଟ ଇଞ୍ଜିନିଅର ପ୍ରସନ୍ନ କୁମାର ସାହୁ ଙ୍କ ନେତୃତ୍ବରେ ୪ ଜଣିଆ ଟିମ ଆସି ନିରୀକ୍ଷଣ କରିଛନ୍ତି । ମୁଖଶାଳା ପ୍ରବେଶ ଦ୍ୱାର, ପାର୍ଶ୍ୱ ଦେବା ଦେବୀ ଅଂଚଳ ନିରୀକ୍ଷଣ କରିଛନ୍ତି । ଏହା ସହ ମନ୍ଦିର ଭିତରୁ ଧୂଆଁ କିପରି ନିର୍ଗତ ହେବ ତାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ।

ଆହୁରି ପଢନ୍ତୁ : କନଷ୍ଟେବଳ ସୌମ୍ୟ ହତ୍ୟାକାଣ୍ଡ ଘଟଣା : ୧୧ ଅଭିଯୁକ୍ତଙ୍କ ବିରୁଦ୍ଧରେ ଚାର୍ଜସିଟ ଦାଖଲ କଲା କ୍ରାଇମବ୍ରାଞ୍ଚ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।