29 JUNE 2026

Welcome!

Unlock your personalized experience.
Sign Up

ଶିଶୁ ଉପରେ ଚଢିଗଲା ମିନିଟ୍ରକ,  ଚାଲିଗଲା ଜୀବନ

Jun 28, 2026 - 20:06
ଶିଶୁ ଉପରେ ଚଢିଗଲା ମିନିଟ୍ରକ,  ଚାଲିଗଲା ଜୀବନ

​ଉମରକୋଟ, ୨୮।୬ :  ନବରଙ୍ଗପୁର ଜିଲ୍ଲା ଉମରକୋଟରେ ଘଟିଛି  ଏକ ହୃଦୟବିଦାରକ ଖବର। ୪ ବର୍ଷର ଏକ ଶିଶୁ ଉପରେ ଚଢ଼ିଗଲା ମିନିଟ୍ରକ। ଯାହା ଫଳରେ ଘଟଣା ସ୍ଥଳରେ ହିଁ ଶିଶୁର ମୃତ୍ୟୁ ଘଟିଛି। ଉମରକୋଟ ପୁରୁଣା ବସ ଷ୍ଟାଣ୍ଡ ନିକଟରେ ଘଟିଛି ଏହି ଦୁର୍ଘଟଣା।

ଝରିଗାଁ ବ୍ଲକ ଡ଼ଙ୍ଗରିଗୁଡ଼ା ପଂଚାୟତ କୋଈଗାଁ ଅଞ୍ଚଳର ଜଣେ ମହିଳା ନିଜର ୩ ପିଲାଙ୍କ ସହ ଉମରକୋଟ ପୁରୁଣା ବସ ଷ୍ଟାଣ୍ଡ ନିକଟ ରାସ୍ତାରେ ଯାଉଥିଲେ। ଏହି ସମୟରେ ପଛ ପଟୁ ଆସୁଥିବା ଏକ ମିନି ଟ୍ରକ୍ ହଠାତ ୪ ବର୍ଷର ଶିଶୁଟି ଉପରେ ଚଢ଼ି ଯାଇଥିଲା। ଦୁର୍ଘଟଣା ଘଟିବା ସଙ୍ଗେ ସଙ୍ଗେ ସ୍ଥାନୀୟ ଜଣେ ଅଟୋ ଚାଳକ ଶିଶୁଟିକୁ ଗୁରୁତର ଅବସ୍ଥାରେ ଉମରକୋଟ ମେଡ଼ିକାଲରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।  ଖବର ପାଇ ଉମରକୋଟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ପୋଲିସ ଗାଡିଟିକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି। ତେବେ ଦୁର୍ଘଟଣାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।

ଆହୁରି ପଢନ୍ତୁ : କୋଳି ତୋଳିବାକୁ ଯାଇଥିଲେ, ବଜ୍ରପାତରେ ଚାଲିଗଲା ମା’-ଝିଅଙ୍କ ଜୀବନ

​​​​​​​