ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି, ରବିବାର ସୁଦ୍ଧା ନଦୀରୁ ପାଣି କମିଯିବ : ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
ଭୁବନେଶ୍ବର ୧୮।୭: ରାଜ୍ୟରେ କୌଣସି ନଦୀରେ ବନ୍ୟା ସ୍ଥିତି ନାହିଁ । ରବିବାର ସକାଳ ସୁଦ୍ଧା ପାଣି କମିଯିବ। ଏ ନେଇ ସୂଚନା ଦେଲେ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ । ଶୁକ୍ରବାର ଓ ତା ପୂର୍ବ ଦିନ ବର୍ଷା ପାଇଁ ଜଳବନ୍ଦୀ ପରିସ୍ଥିତି ହୋଇଥିଲା । ସାପୁଆରୁ ପାଣି କମିଲାଣି । ରବିବାର ସକାଳ ସୁଦ୍ଧା ପାଣି ପୂରା କମିଯିବ । ମାଟି ବନ୍ଧ ଖସିଛି । ଯାହାର ସୋମବାର ସୁଦ୍ଧା ମରାମତି କାମ ହେବ । କୌଣସି ନଦୀରେ ବନ୍ୟା ଆସିବନି ବୋଲି ସେ କହିଛନ୍ତି।
ହୀରାକୁଦରେ ୬୧୦ ଫୁଟରେ ପାଣି ରହିଛି । ଏହା ଧୀରେ ଧୀରେ ବଢୁଛି । ରବିବାର ୬୧୪ ଫୁଟକୁ ଯିବା ପରେ ଜଳ ନିଷ୍କାସନ ପାଇଁ ନିଷ୍ପତ୍ତି ନିଆଯିବ । ସାଳନ୍ଦୀରେ ଗୋଟିଏ ଗେଟ୍ ଖୋଲା ଅଛି । ଶନିବାର ସନ୍ଧ୍ୟା ସୁଦ୍ଧା ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ । ଯାହା ବିପଦ ନୁହେଁ ବୋଲି ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।