ମୟୂରଭଞ୍ଜରେ ଚାଞ୍ଚଲ୍ୟ: କବାଟ ବନ୍ଦ କରି ପୁଅକୁ ହାଣିଲା ବାପା, ଅଭିଯୁକ୍ତକୁ ବାନ୍ଧିଲା ପୁଲିସ
କପ୍ତିପଦା-୧,୧୭/୦୭: ମୟୂରଭଞ୍ଜରେ ଚାଞ୍ଚଲ୍ୟ। କବାଟ ବନ୍ଦ କରି ୪ ବର୍ଷ ପୁଅକୁ କଟୁରୀରେ ହାଣିଲା ବାପା । ରକ୍ତ ଜୁଡୁବୁଡ଼ ଅବସ୍ଥାରେ ଉଦ୍ଧାର ହେଲା ନାବାଳକର ମୃତଦେହ। ତେବେ ଜହ୍ଲାଦ ବାପା ପୁଅକୁ ହାଣିବା ପରେ ଘଟଣାସ୍ଥଳରେ ଫେରାର ହେବାକୁ ଉଦ୍ୟମ କରିଥିଲା। ହେଲେ ହତ୍ୟାକାରୀକୁ ଧରି ପୁଲିସ ଜିମା ଦେଇଛନ୍ତି ଗ୍ରାମବାସୀ। ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଶରତ ଥାନା ପୁରୁଣାପାଣି ଗ୍ରାମରେ ଘଟିଛି । ତେବେ ଅଭିଯୁକ୍ତ କାହିଁକି ୪ ବର୍ଷ ପୁଅକୁ ମରିଦେଲା ? ଏମିିତି କଣ ଭୁଲ୍ କଲା କି ପୁଅକୁ ମାରିଦେଲେ ? ଅନେକ ପ୍ରଶ୍ନର ଉତ୍ତର ଖୋଜୁଛି ଶରତ ଥାନା ପୁଲିସ।
ଅଧିକ ପଢ଼ନ୍ତୁ :- ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ବେଖାତିର, କର୍ଡନ ଭିତରେ ବିନା ପାସ୍ଧାରୀଙ୍କୁ ପୂରାଇଲା ପୁଲିସ
ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଶରତ ଥାନା ପୁରୁଣାପାଣି ଗ୍ରାମର ସୋହନ ସିଂ ଶୁକ୍ରବାର ସକାଳେ ତାଙ୍କର ୪ ବର୍ଷର ପୁଅ ଦୁମ୍ବି ସିଂଙ୍କୁ କଟୁରିରେ ହାଣି ହତ୍ୟା କରିଛି । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରାଯାଇଥିଲା । ଶରତ ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ହତ୍ୟାକାରୀ ବାପା ସୋହନ ସିଂଙ୍କୁ ଗିିରଫ କରିଛି । ଘରେ କେହି ନ ଥିବା ବେଳେ ସୋହନ ତାଙ୍କର ୪ ବର୍ଷର ପୁଅ ଦୁମ୍ବି ସିଂଙ୍କୁ ଘର ଭିତରେ ପୂରାଇ କଟୁରିରେ ହାଣିଥିଲେ । କଟୁରିରେ ହାଣିବା ପରେ କବାଟ ବାହାର ପଟୁ ବନ୍ଦ କରିଦେଇଥିଲେ । ତେବେ ଦୁମ୍ବିଙ୍କ ମାଆ ସୁକାନ୍ତି ଘରେ ପହଞ୍ଚିବା ପରେ କବାଟ ବନ୍ଦ ଥିବା ତାଙ୍କ ପୁତୁରାଙ୍କୁ କହିଥିଲେ । ପୁତୁରା ଯାଇ କବାଟ ଖୋଲିବା ପରେ ଗୁରୁତର ଅବସ୍ଥାରେ ନାବାଳକ ଜଣକ ଘର ଭିତରେ ରକ୍ତ ଜୁଡୁବୁଡୁ ହୋଇ ପଡ଼ି ଥିବାର ଦେଖି ତାଙ୍କୁ ଚିକିତ୍ସା ନିମନ୍ତେ ସଙ୍ଗେ ସଙ୍ଗେ ପ୍ରଥମେ ଶରତ ମେଡିକାଲ ଏବଂ ପରେ ଉଦଳା ମେଡିକାଲରେ ଭର୍ତ୍ତି କରିଥିବା ବେଳେ କାର୍ଯ୍ୟରତ ଡାକ୍ତର ତାକୁ ମୃତ୍ୟୁ ଘୋଷଣା କରିଥିଲେ । ଦୁଇ ସପ୍ତାହ ହେଲା ସ୍ୱାମୀଙ୍କ ମାନସିକ ବିକୃତି ହୋଇଥିବା କହିଛନ୍ତି ସ୍ତ୍ରୀ ସୁକାନ୍ତି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।