11 JULY 2026

Welcome!

Unlock your personalized experience.
Sign Up

ମାଟ୍ରିକ୍‌ ମାର୍କସିଟ୍‌ ପାଇଁ ଖୋଲୁନି ବୋର୍ଡ ସାଇଟ୍‌, କଲେଜରେ ନାମଲେଖା ନେଇ ସମସ୍ୟାରେ ଛାତ୍ରଛାତ୍ରୀ

Jul 11, 2026 - 15:10
ମାଟ୍ରିକ୍‌ ମାର୍କସିଟ୍‌ ପାଇଁ ଖୋଲୁନି ବୋର୍ଡ ସାଇଟ୍‌, କଲେଜରେ ନାମଲେଖା ନେଇ ସମସ୍ୟାରେ ଛାତ୍ରଛାତ୍ରୀ

କଟକ, ୧୧/୦୭: ଏବେ +୨ରେ ନାମଲେଖା ପ୍ରକ୍ରିୟା ଚାଲିଥିବା ବେଳେ ଏଥିପାଇଁ ଆବଶ୍ୟକ ହେଉଥିବା ମାଟ୍ରିକ୍ ମାର୍କସିଟ୍ ପାଇଁ ଛାତ୍ରଛାତ୍ରୀଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି । ଛାତ୍ରଛାତ୍ରୀଙ୍କୁ ମାଧ୍ୟମିକ ଶିକ୍ଷା ପରିଷଦ(ବିଏସ୍ଇ) ପକ୍ଷରୁ ମାର୍କସିଟ୍ ମିଳିନଥିବା ବେଳେ ବୋର୍ଡ ଦ୍ୱାରା ଏକ ୱେବ୍‌ସାଇଟ୍‌ରେ ମାର୍କସିଟ୍ ଉପଲବ୍ଧ କରାଯାଇଛି । କିନ୍ତୁ ଆଜି ଏହି ୱେବ୍‌ସାଇଟ୍ ଖୋଲୁ ନଥିବା ଦେଖିବାକୁ ମିଳିଛି । ଫଳରେ ଛାତ୍ରଛାତ୍ରୀମାନେ ମାର୍କସିଟ୍ ଡାଉନ୍‌ଲୋଡ୍ କରିନପାରି ଅସୁବିଧାର ସମ୍ମୁଖୀନ ହୋଇଥିବା ଅଭିଯୋଗ ହୋଇଛି । ଛାତ୍ରଛାତ୍ରୀମାନେ ବାରମ୍ବାର ସାଇଟ୍ ଖୋଲିବାକୁ ଉଦ୍ୟମ କରି ବିଫଳ ହୋଇଛନ୍ତି ।

ଅଧିକ ପଢ଼ନ୍ତୁ  :- Textbook errors : ପାଠ୍ୟ ପୁସ୍ତକ ତ୍ରୁଟି ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଆକ୍ସନ, କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ

୯ ତାରିଖରୁ + ୨ରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଥିବା ଆଜି ମାର୍କସିଟ୍ ଡାଉନ୍‌ଲୋଡ୍ ପାଇଁ ସାଇଟ୍ ଖୋଲୁ ନ ଥିବାରୁ ବହୁ ଛାତ୍ରଛାତ୍ରୀ ନାମଲେଖାଇ ପାରିନାହାନ୍ତି । ତେବେ ୱେବ୍‌ସାଇଟ୍‌ରେ ହୋଇଥିବା ସମସ୍ୟା ସମ୍ପର୍କରେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ତାଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।