ଭାଣିଜୀକୁ ପଠେଇଲେ ଶେଷ ମେସେଜ୍: ସହିହେଉନି ସ୍ତ୍ରୀର ଯନ୍ତ୍ରଣା, ଜୀବନ ହାରୁଛି...
ନୂଆଦିଲ୍ଲୀ: ଝିଅ, ତୋତେ ଆଇ ଲାଗିଲା । ତୁ ମୋ ମାଆର ସେବା କରିବୁ । ସବୁଦିନ ନିର୍ଯାତନା ସହିସହି ମରିବା ଅପେକ୍ଷା ଗୋଟିଏ ଦିନ ମରିଯିବା ଭଲ । ମୁଁ ଏଭଳି ଏକ କଠୋର ନିଷ୍ପତ୍ତି ନେଉଛି । ମୁଁ ମଲାପରେ ପରେ ମୋ ମୃତଦେହକୁ ଯେମିତି ତୋ ମାଇଁ ଛୁଇଁନପାରେ । ମୁଁ କେବଳ ତା ପାଇଁ ମରୁଛି । ନିଜ ଭାଣିଜୀଙ୍କୁ ଏଭଳି ଶେଷ ମେସେଜ୍ କରିବା ପରେ ଜୀବନ ହାରିଛନ୍ତି ଜଣେ ଜିମ୍ ଟ୍ରେନର । ଯିଏକି କଲେଜରେ କିରାଣୀଭାବେ ମଧ୍ୟ କାର୍ଯ୍ୟରତ ଥିଲେ । ହେଲେ ଶେଷରେ ନିଜର ଜୀବନକୁ ହାରିଛନ୍ତି ଆଉ ଏଭଳି କିଛି ମେସେଜ କରିଛନ୍ତି । ଉତ୍ତରପ୍ରଦେଶର ସହରାନପୁରରୁ ସାମ୍ନାକୁ ଏଭଳି ଏକ ଖବର ଆସିଛି ।
ମିଳିଥିବା ସୂଚନା ଅନୁସାରେ ମୃତକ ଜଣକ ହେଲେ ସାଲେମପୁର ଗାଁର ୫୨ ବର୍ଷୀୟ ଦେବଦତ୍ତ ଶର୍ମା । ଯିଏକି ଶନିବାର ଜିମରେ ଏକ ଦେଶୀ ବନ୍ଧୁକରେ ନିଜକୁ ଗୁଳି କରି ଦେଇଛନ୍ତି । ପୁଲି ଖବର ପାଇବା ପରେ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି । ତେବେ ସେ ଦର୍ଘବର୍ଷ ଧରି ଚଳାଉଥିବା ଜିମରେ ଆତ୍ମହତ୍ୟା କରିଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ତେବେ ତାଙ୍କ ଆତ୍ମହତ୍ୟାର କାରଣ ତାଙ୍କ ସ୍ତ୍ରୀ ବୋଲି ଭାଣିଜୀଙ୍କୁ ପଠାଇଥିବା ମେସେଜରୁ ଜଣାପଡ଼ିଛି । ପୁଲିସ ଏବେ ଏହି ଆଧାରରେ ତଦନ୍ତ ଆରମ୍ଭ କରିଛି । ପୋଲିସ ଘଟଣାସ୍ଥଳରୁ ଦେଶୀ ବନ୍ଧୁକ, ଖାଲି କାର୍ଟ୍ରିଜ୍ (ଗୁଳିର ଖୋଳ) ଏବଂ ମୃତକଙ୍କ ମୋବାଇଲ୍ ଫୋନ୍ ଜବତ କରିଛି। ସବୁ ଦିଗରୁ ଘଟଣାର ତଦନ୍ତ ଜାରି ରହିଛି ବୋଲି ପୋଲିସ ଅଧିକାରୀ କହିଛନ୍ତି।
ମୃତ ଦେବଦତ୍ତ ୩୨ ବର୍ଷ ପୂର୍ବେ ସୀମାରାଣୀଙ୍କୁ ବିବାହ କରିଛନ୍ତି । ତାଙ୍କର ଦୁଇଜଣ ପୁଅ ରହିଛନ୍ତି । ଜଣେ ଏବେ ପାଠ ପଢ଼ୁଥିବାବେଳେ ଅନ୍ୟଜଣେ ବିଦେଶରେ ଚାକିରି କରିଛନ୍ତି । ନିଜେ ଏକ ଜିମ୍ ଚଳାଉଥିବାବେଳେ କଲେଜରେ କିରାଣୀଭାବେ କାମ କରୁଥିଲେ । ଭଲ ରୋଜଗାର ଥିଲେ ମଧ୍ୟ ସ୍ତ୍ରୀ ସବୁବେଳେ ତାଙ୍କୁ ଅପମାନ କରୁଥିବା ତାଙ୍କ ଭାଣିଜୀ ମେସେଜରେ ଦେଖାଇଛନ୍ତି । ଏହାସହ ସେ ମେସେଜରେ ଲେଖିଛନ୍ତି କି, ମୋ ଶେଷକୃତ୍ୟରେ କୌଣସି ଖର୍ଚ୍ଚ କରିବ ନାହିଁ । ମୋ ମୃତଦେହକୁ ନପୋଡ଼ି ପୋତି ଦେବ । କୌଣସି ଧାର୍ମିକସ୍ଥଳରେ କୌଣସି ପୂଜାପାଠ କରିବ ନାହିଁ । ମୋ ଆତ୍ମା ସେଭଳି ଘୂରିବୁଲୁ । କିନ୍ତୁ ନିଜର ମାଆଙ୍କ ଯତ୍ନ ନେବାକୁ ଭାଣିଜୀଙ୍କୁ ଜଣାଇଛନ୍ତି । ସେପଟେ ଏହି ମେସେଜକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।
ଏହାସହ ପଢ଼ନ୍ତୁ : ଜୀବନ ହାରିଲେ ପ୍ରେମୀଯୁଗଳ: ବିବାହରେ ପରିବାର ଲୋକ ହେଲେ ଅରାଜି, ବିଷ ପିଇଦେଲେ...
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।