22 JULY 2026

Welcome!

Unlock your personalized experience.
Sign Up

ବ୍ରାହ୍ମଣୀ ନଦୀକୁ ଡେଇଁ ଯୁବକ ନିଖୋଜ

Jul 21, 2026 - 18:51
ବ୍ରାହ୍ମଣୀ ନଦୀକୁ ଡେଇଁ ଯୁବକ ନିଖୋଜ

ଆଳି, ୨୧।୭ :  କେନ୍ଦ୍ରାପଡା ଜିଲ୍ଲା ଆଳିର ପତ୍ରପୁର ସେତୁ ଉପରୁ ବ୍ରାହ୍ମଣୀ ନଦୀକୁ ଡେଇଁ ଯୁବକ ନିଖୋଜ।ନିଖୋଜ ଯୁବକ  ଜଣକ ହେଉଛନ୍ତି ଆଳି ପତ୍ରପୁର ଗାଁର ସୌମ୍ୟରଂଜନ ବେଜ୍।  ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

ସୌମ୍ୟ ପତ୍ରପୁର ପାଖରେ ଥିବା ଏକ ମଦ ଦୋକାନରେ କାମ କରୁଥିଲେ l ତେବେ ହଠାତ ସୋମବାର  ବିଳମ୍ବିତ ରାତିରେ ସୌମ୍ୟରଂଜନ ପତ୍ରପୁର ସେତୁରୁ ବ୍ରାହ୍ମଣୀ ନଦୀକୁ ଡେଇଁପଡ଼ିଥିଲେ। ସେଠାରେ ଥିବା କିଛି ଲୋକେ ସୌମ୍ୟରଂଜନ ନଦୀକୁ ଡେଇଁ ପଡିଥିବା ଦେଖି  ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ପରିବାର ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀମାନେ ପଂହଁଚି ବୋଟ ସାହାଯ୍ୟରେ ଖୋଜା ଖୋଜି ଜାରିରଖିଛନ୍ତି। ହେଲେ ନିଖୋଜ ସୌମ୍ୟରଂଜନଙ୍କର ଏଯାଏଁ କୌଣସି ପତ୍ତା ମିଳିନାହିଁ। ବର୍ତ୍ତମାନ ସୁଦ୍ଧା ଆତ୍ମହତ୍ୟା ଉଦ୍ୟମ ର କାରଣ ଜଣାପଡ଼ିନାହିଁ l ଏନେଇ ସୌମ୍ୟଙ୍କ ମା’ ଆଳି ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି l

ଆହୁରି ପଢନ୍ତୁ : ଭୋଟର ତାଲିକା ପ୍ରସ୍ତୁତି ନେଇ ଅକ୍ଟୋବରରୁ ରାଜ୍ୟରେ ହେବ ଘରକୁ ଘର ସର୍ଭେ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।