ବିସିସିଆଇ ଆଣିଲା ନୂଆ ନିୟମ! ଏମିତି କାମ କଲେ ବୋଲରମାନଙ୍କୁ କରାଯିବ ବ୍ୟାନ
ନୂଆଦିଲ୍ଲୀ,୨୦/୦୭: ଭାରତୀୟ କ୍ରିକେଟରେ ଏକ ନୂଆ ନିୟମ କାର୍ଯ୍ୟକାରୀ ହେବାକୁ ଯାଉଛି। ଲାଲ-ବଲ୍ ମ୍ୟାଚ୍ରେ ଏବେ ଦିନରେ ସମ୍ପୂର୍ଣ୍ଣ ଓଭର ବୋଲିଂ କରାଯିବ। ସାଧାରଣତଃ, ଦିନର ଶେଷ ଓଭର ସମୟରେ ୱିକେଟ୍ ପଡ଼ିଲେ ଏହାକୁ 'ଷ୍ଟମ୍ପ' ଘୋଷଣା କରାଯାଏ, କିନ୍ତୁ ଏବେ ଆଉ ଏପରି ହେବ ନାହିଁ। ସୂଚନାଥାଉକି, ମେରିଲେବୋନ୍ କ୍ରିକେଟ୍ କ୍ଲବ୍ (MCC) ଲାଲ-ବଲ୍ ମ୍ୟାଚ୍ ପାଇଁ ଏହି ନିୟମ ପରିବର୍ତ୍ତନ ପ୍ରସ୍ତାବ ଦେଇଛି ଏବଂ BCCI ଏହାକୁ ଗ୍ରହଣ କରିପାରେ।
ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI) ଆଗାମୀ ଘରୋଇ ସିଜିନ୍ ସମ୍ପର୍କରେ ସମସ୍ତ ରାଜ୍ୟ କ୍ରିକେଟ୍ ସଂଘକୁ ଚିଠି ଲେଖିଛନ୍ତି। ଚିଠିରେ MCC ଦ୍ୱାରା ପ୍ରସ୍ତାବିତ ପରିବର୍ତ୍ତନ ବିଷୟରେ ଉଲ୍ଲେଖ କରାଯାଇଛି, ଯେଉଁଥିରେ ସର୍ତ୍ତ ରଖାଯାଇଛି ଯେ ଓ୍ବିକେଟ ପଡ଼ିବା ସ୍ଥିତିରେ ମଧ୍ୟ ଦିନର ଶେଷ ଓଭର ପୂରା ହେବା ଆବଶ୍ୟକ। ଏମସିସି ଏହି ପରିବର୍ତ୍ତନ ପଛରେ ଯୁକ୍ତି ମଧ୍ୟ ବ୍ୟାଖ୍ୟା କରିଛି, ଏହା ବହୁ-ଦିବସୀୟ କ୍ରିକେଟ୍ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ, ଏହା ନିଶ୍ଚିତ କରେ ଯେ ବ୍ୟାଟିଂ ଦଳ ଦିନର ଖେଳ ଶେଷରେ ନୂଆ ବ୍ୟାଟର ପଠାଇବାକୁ ଏଡାଇ ପାରିବ ନାହିଁ।
ଅଧିକ ପଢ଼ନ୍ତୁ: ସାମ୍ନାକୁ ଆସିଲା ଭିଡିଓ, ବାଲକୋନୀରେ ରୋହିତ-ଗମ୍ଭୀରଙ୍କ ମଧ୍ୟରେ ହେଲା କି ଲଢ଼େଇ?
ସାଧାରଣତଃ, ଯେତେବେଳେ ଶେଷ କିଛି ଓଭରରେ ୱିକେଟ୍ ପଡ଼ିଯାଏ, ଦଳଗୁଡ଼ିକ ଜଣେ ବିଶେଷଜ୍ଞ ବ୍ୟାଟରଙ୍କ ୱିକେଟ୍ ପରଦିନ ପାଇଁ ସଂରକ୍ଷଣ କରିବା ପାଇଁ ଜଣେ ବୋଲରଙ୍କୁ ନାଇଟ୍-ୱାଚମ୍ୟାନ୍ ଭାବରେ ପଠାନ୍ତି। ତେବେ କେଉଁଠି ନା କେଉଁଠି MCC ବ୍ୟାଟିଂ ଦଳକୁ ମିଳୁଥିବା ସେହି ସୁବିଧାକୁ ଦୁର୍ବଳ କରିଦେଇଛି।
ଅନ୍ୟ କିଛି ପରିବର୍ତ୍ତନ ମଧ୍ୟ ପ୍ରଚଳନ କରାଯାଇପାରେ। କ୍ରିକବଜ୍ ଅନୁଯାୟୀ, ଯଦି ଜଣେ ବୋଲର ଜାଣିଶୁଣି ନୋ-ବଲ୍ ବୋଲିଂ କରନ୍ତି - କିମ୍ବା ବୋଲିଂ କରିବାକୁ ଚେଷ୍ଟା କରନ୍ତି, ତେବେ ତାଙ୍କୁ ମ୍ୟାଚ୍ ର ବାକି ସମୟ ପାଇଁ ବୋଲିଂ କରିବାରୁ ବାରଣ କରାଯିବ; ସେମାନେ କେବଳ ଇନିଂସ ନୁହେଁ, ସମଗ୍ର ମ୍ୟାଚ୍ ପାଇଁ ବୋଲିଂ କରିପାରିବେ ନାହିଁ। ବିଭିନ୍ନ ପରିବର୍ତ୍ତନ ମଧ୍ୟରେ, ଆଉ ଏକ ନିୟମ ଅନୁଯାୟୀ ଯଦି ଜଣେ ଫିଲ୍ଡର ଷ୍ଟ୍ରାଇକରଙ୍କ ପାଖରେ ପହଞ୍ଚିବା ପୂର୍ବରୁ ବଲ୍ କୁ ଅଟକାନ୍ତି, ତେବେ ଏହାକୁ ନୋ-ବଲ୍ ଏବଂ ଡେଡ୍ ବଲ୍ ଘୋଷଣା କରାଯିବ।
ପ୍ରମେୟ ପୃଷ୍ଠାର ପ୍ରମୁଖ ଖବର: Fifa World Cup: ସାହାରାରେ ମରିବାକୁ ଛାଡ଼ିଦେଇଥିଲେ ତସ୍କର, ପୁଅ ସାଜିଲା ବିଶ୍ୱ ଚାମ୍ପିଅନ୍
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।