Welcome!

Unlock your personalized experience.
Sign Up

ବିପର୍ଯ୍ୟୟ ସମୟରେ ବିଦ୍ୟୁତ ଭିତ୍ତିଭୂମିକୁ ବଞ୍ଚାଇବାକୁ ସରକାରଙ୍କ ନୂଆ ଯୋଜନା, ଏଣିକି ମାଟିତଳେ ଯିବ ତାର

Jul 20, 2026 - 17:04
ବିପର୍ଯ୍ୟୟ ସମୟରେ ବିଦ୍ୟୁତ ଭିତ୍ତିଭୂମିକୁ ବଞ୍ଚାଇବାକୁ ସରକାରଙ୍କ ନୂଆ ଯୋଜନା, ଏଣିକି ମାଟିତଳେ ଯିବ ତାର

ଭୁବନେଶ୍ବର: ରାଜ୍ୟରେ ବିପର୍ଯ୍ୟୟ ପରିଚାଳନା ନେଇ ସରକାରଙ୍କ ବଡ଼ ପ୍ରସ୍ତୁତି । ଏଣିକି ମାଟିତଳେ ବିଦ୍ୟୁତ ତାର ବିଛାଇବା ପାଇଁ ମୋଡାଲିଟି ପ୍ରସ୍ତୁତ କରାଯାଇଛି । ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ବିସ୍ତୃତ ଭାବେ ପ୍ରକାଶ କରିଛନ୍ତି । ସେ କହିଛନ୍ତି କି, DPR ପ୍ରସ୍ତୁତ ପାଇଁ ଶକ୍ତି ସଚିବଙ୍କୁ ଦାୟିତ୍ୱ ଦିଆଯାଇଛି । ଖୁବଶୀଘ୍ର ମାଟିତଳେ ବିଚାଜିବ ବିଦ୍ୟୁତ ତାର । ସହନଶୀଳତା ପାଇଁ ରାଜସ୍ଵ ବିଭାଗର ଏଭଳି ବଡ଼ ଯୋଜନା ରହିଛି ।

ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସବୁଠାରୁ ଅଧିକ କ୍ଷତି ହୋଇଥାଏ ଶକ୍ତି ବିଭାଗ । ଯାହାର ଆକଳନ କରିଥାଏ ରାଜସ୍ୱ ବିଭାଗ । ତେଣୁ ଆଗକୁ କିଭଳି ଏହି କ୍ଷୟକ୍ଷତି କମ୍ ହେବ ସେଥିପାଇଁ ଚିନ୍ତା କରୁଛି ରାଜସ୍ୱ ବିଭାଗ । ତେଣୁ ସରକାର ଚିନ୍ତା କରୁଛନ୍ତି ମାଟିତଳେ ବିଦ୍ୟୁତ ତାର ବିଛାଯିବା ପାଇଁ । ଏଣୁ ଶକ୍ତି ବିଭାଗ ସଚିବଙ୍କ ସହ ଆଲୋଚନା କରି DPR ପ୍ରସ୍ତୁତ କରିବା ପାଇଁ କୁହାଯାଇଛି । ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ DPR ଦେବେ । ଘରୋଇକରଣ ହୋଇଯାଇଥିବାରୁ ଭିତ୍ତିଭୂମି ଆବଣ୍ଟନ କରିବା ପାଇଁ TATAକୁ ଦିଆଯାଇଛି ।

ଏହାର ଲାଭାଂଶ TATA ପାୱାର ପାଖକୁ ନଯାଇ କିଭଳି ଲୋକଙ୍କ ପାଖରେ ପହଞ୍ଚିବ ସେଥିପାଇଁ ଆଲୋଚନା କରାଯାଇଛି । ପୂର୍ବରୁ କ୍ଷୟକ୍ଷତିର ଭରଣା କରିବାପାଇଁ ୧୨ଶହ କୋଟି ଟଙ୍କା ରାଜସ୍ୱ ବିଭାଗ ଶକ୍ତି ବିଭାଗକୁ ଦେଇଛି । ସେହିପରି ବିପର୍ଯ୍ୟୟ ପରେ ରାଜ୍ୟରେ ପଞ୍ଚାୟତିରାଜ, ପୂର୍ତ୍ତ ଏବଂ nhai କୁ ମଧ୍ୟ ଭିତ୍ତି ଭୂମି ସଜାଡ଼ିବା ପାଇଁ ଦିଆଯାଇଛି । ଏଥିପାଇଁ ବିଶ୍ୱ ବ୍ୟାଙ୍କ୍ ବି ଅନୁଦାନ ଋଣ ଆକାରରେ ଦେଉଛି । ତେଣୁ ଶକ୍ତି ବିଭାଗର ସଚିବଙ୍କ ସହ ଆଲୋଚନା କରାଯାଇଛି । ତୁରନ୍ତ DPR ପ୍ରସ୍ତୁତ କରି ଦେବାପାଇଁ ଯୋଜନା କରାଯାଉଥିବା କଥା କହିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ ।

ଏହାସହ ପଢ଼ନ୍ତୁ : Egg Tension: ଅଙ୍ଗନବାଡି ଦିଦିଙ୍କ ଉପରେ ଅଣ୍ଡା ଚଡ଼କ, ବଜାରରେ ୯ଟଙ୍କା, ପିଲାଙ୍କ ପାଇଁ ମିଳୁଛି ୭ଟଙ୍କା, ଆଉ ଦୁଇ ଟଙ୍କା ଆଣିବେ କେଉଁଠୁ ?

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।