WEDNESDAY
01 JULY 2026

Welcome!

Unlock your personalized experience.
Sign Up

ବିଜେପିରେ ମିଶିଲେ ମଞ୍ଜୁଲତା ମଣ୍ଡଳ  ଓ ମୁକ୍ତିକାନ୍ତ  ମଣ୍ଡଳ

Jul 01, 2026 - 18:21
ବିଜେପିରେ ମିଶିଲେ ମଞ୍ଜୁଲତା ମଣ୍ଡଳ  ଓ ମୁକ୍ତିକାନ୍ତ  ମଣ୍ଡଳ

ଭୁବନେଶ୍ବର,୭।୧ :  ବିଜେପିରେ ମିଶିଲେ  ମଣ୍ଡଳ ଦମ୍ପତି । ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ ଏବଂ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ବିଜେପିରେ ସାମିଲ ହୋଇଛନ୍ତି। ବିଜେଡି ଛାଡ଼ିବାର ବେଶ କିଛି ଦିନ ପରେ ସେ ବିଜେପିରେ ସାମିଲ ହୋଇଛନ୍ତି।  ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି।  ଗତ କିଛି ଦିନ ତଳେ ଉଭୟ ଦମ୍ପତି ବିଜେଡି ଛାଡିଥିଲେ।

ସେହିପରି ସିମୁଳିଆ ନିର୍ବାଚନମଣ୍ଡଳୀର ଶଶିକାନ୍ତ ସାହୁ ଓ ସୁବାସିନୀ ସାହୁ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି। ସିମୁଳିଆରୁ ସୁବାସିନୀ ସାହୁ ବିଜେଡି ବିଧାୟିକା ପ୍ରାର୍ଥୀ ହୋଇଥିଲେ। ​​​​​​​ 

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲାର ପୂର୍ବତନ ସାଂସଦ ହେଉଛନ୍ତି ମଞ୍ଜୁଲତା ମଣ୍ଡଳ । ମଞ୍ଜୁଲତା ୨୦୧୯ରୁ ୨୦୨୪ ପର୍ଯ୍ୟନ୍ତ ବିଜେଡି ଟିକେଟରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ସେହିପରି ପୂର୍ବତନ ଧାମନଗର ବିଧାୟକ ହେଉଛନ୍ତି ମୁକ୍ତିକାନ୍ତ ମଣ୍ଡଳ । ମୁକ୍ତିକାନ୍ତ ବିଜୁ ଜନତା ଦଳ ଟିକେଟରେ ୨୦୧୪ ମସିହାରେ ଧାମନଗରରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସେ ବିଷ୍ଣୁ ଚରଣ ସେଠୀଙ୍କୁ ପରାସ୍ତ କରି ଓଡ଼ିଶା ବିଧାନସଭା ସଦସ୍ୟ ହୋଇଥିଲେ ।

ଆହୁରି ପଢନ୍ତୁ : ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ, ଭୀମସାର ୨ ଅଧିକାରୀ ଗିରଫ