ବାହାହେବାକୁ କହିବାରୁ ପ୍ରେମିକାକୁ ମାରିଦେଲା, ପ୍ରେମିକର ଷଡ଼ଯନ୍ତ୍ର ଶୁଣିଲେ ଉଡ଼ିଯିବ ହୋସ୍...
ନୂଆଦିଲ୍ଲୀ: ମୁଁ ତୁମକୁ ଭଲ ପାଉଛି , ତୁମ ସହ ସାରା ଜୀବନ ରହିବି । ତୁମ ଖୁସିରେ ମୋ ଖୁସି । ଏମିତି କେତେ ଆଶା ରଖିଥିଲେ ପ୍ରେମିକଙ୍କ ଉପରେ । ସୋସିଆଲ ମିଡିଆରୁ ଆରମ୍ଭ ହୋଇଥିବା ପ୍ରେମ ଶେଷରେ ହତ୍ୟାରେ ଶେଷ ହୋଇଛି । ଇନ୍ଦୋରର ପଲକ ହତ୍ୟା ମାମଲାରେ ସାମ୍ନାକୁ ଆସିଛି ସାଙ୍ଘାତିକ ସତ । କୌଣସି ଦୁର୍ଘଟଣା କିମ୍ବା ଆତ୍ମହତ୍ୟା ନୁହେଁ ବରଂ ତାଙ୍କୁ ହତ୍ୟା କରାଯାଇଛି । ପୁଲିସ ହାତରେ ଲାଗିଛି ପ୍ରମାଣ । ଏହି ହତ୍ୟା ଘଟଣାର ମୁଖ୍ୟ ଆସାମୀ ହେଉଛି ତାଙ୍କ ପୁରୁଷ ବନ୍ଧୁ ମୟଙ୍କ । ପୁଲିସ ତାଙ୍କୁ ହେପାଜତକୁ ନେଇଥିବାବେଳେ ପଚରଉଚରା କରୁଛି ।
ମିଳିଥିବା ସୂଚନା ଅନୁଯାୟୀ, ୨୦୨୦ ମସିହାରେ ପଲକ ମୟଙ୍କଙ୍କୁ ସୋସିଆଲ ମିଡିଆରୁ ପ୍ରଥମେ ଜାଣିଥିଲେ । ସୋସିଆଲ ମିଡିଆରୁ ଆରମ୍ଭ ହୋଇଥିବା ଏହି ପ୍ରେମ ଶେଷରେ ନମ୍ବର ଦିଆନିଆ ହୋଇ ବିବାହ ଦିଗରେ ଆଗେଇଥିଲା । ବ୍ୟାଙ୍କରେ କାମ କରୁଥିବା ପଲକ ମୟଙ୍କଙ୍କୁ ମନେ ମନେ ନିଜର ଜୀବନସାଥୀ ମାନିଥିଲେ । ହେଲେ ମୟଙ୍କଙ୍କ ମନରେ ଚାଲିଥିଲା କିଛି ଅଲଗା । ମିଳାମିଶା ଏତେ ବଢ଼ି ଯାଇଥିଲା କି, ପଲକ ମୟଙ୍କଙ୍କୁ ବିବାହ କରିବାକୁ ବାରମ୍ବାର ଚାପ ପକାଉଥିଲେ ।
ମୟଙ୍କ କିନ୍ତୁ ବିବାହ କରିବାକୁ କୌଣସି ଯୋଜନା ରଖିନଥିଲେ । ଯେଉଁ କାରଣରୁ ସେ ପଲଙ୍କଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲେ । ଆଉ ସେ ତାଙ୍କ ଗଳାକାଟି ହତ୍ୟା କରିଥିଲେ । ଆଉ ପରେ ପେଟ୍ରୋଲ ପକାଇ ଜାଳି ଦେଇଥିଲେ । ଆଉ ପ୍ରମାଣକୁ ନଷ୍ଟ କରିବା ପାଇଁ ଗ୍ୟାସ୍ ଖୋଲି ଦେଇଥିଲେ । ଯେକେହି ବି ପ୍ରଥମେ ଘଟଣାସ୍ଥଳକୁ ଯିବ ସେ ଭାବିବ ଗ୍ୟାସ୍ ଲିକ୍ ହେବାକୁ ଅଘଟଣ ଘଟିଛି । ହେଲେ ପୁଲିସ ଘଟଣାକୁ ଗୁରୁତର ସହ ନେଇଥିବାବେଳେ ପଚରାଉଚରା ବେଳେ ସବୁ ସତ ମାନିଛନ୍ତି ମୟଙ୍କ ।
ଏହାସହ ପଢ଼ନ୍ତୁ : Parliament Session: ବିକ୍ଷୋଭରେ କ୍ରୋଧ-ହିଂସା ନଥିଲା ଛାତ୍ରଙ୍କ ଦାବି ଯଥାର୍ଥ କହିଲେ ରାହୁଲ, କମ୍ପିଲା ଗୃହ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।