Welcome!

Unlock your personalized experience.
Sign Up

ବାରମ୍ବାର ବିଫଳ ପରେ ଅଭିଷେକଙ୍କୁ ସୁଯୋଗ, ପ୍ରଶ୍ନ ଉଠାଇଲେ ଏହି ଖେଳାଳି

Jul 27, 2026 - 18:35
ବାରମ୍ବାର ବିଫଳ ପରେ ଅଭିଷେକଙ୍କୁ ସୁଯୋଗ, ପ୍ରଶ୍ନ ଉଠାଇଲେ ଏହି ଖେଳାଳି

ନୂଆଦିଲ୍ଲୀ: ଗୋଟିଏ ମାସରେ ସମ୍ପୂର୍ଣ୍ଣ ବିଫଳ । ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ ଆଉ ଏବେ ଜିମ୍ବାଓ୍ବେ ବିପକ୍ଷ ୩ ମ୍ୟାଚରେ ବିଫଳ ହୋଇଛନ୍ତି ଅଭିଷେକ ଶର୍ମା । ଟିମ୍ ଇଣ୍ଡିଆର ଏହି ଓପନର ବ୍ୟାଟ୍ସମ୍ୟାନଙ୍କ ଖରାପ ପ୍ରଦର୍ଶନକୁ ନେଇ ହନୁମା ବିହାରୀ ଉଠାଇଛନ୍ତି ପ୍ରଶ୍ନ । ଟିମ୍ ଇଣ୍ଡିଆର ମ୍ୟାନେଜମେଣ୍ଟ ଉପରେ ଉଠାଇଛନ୍ତି ପ୍ରଶ୍ନ । ସେ କହିଛନ୍ତି କି, ଦଳର ଅନ୍ୟ ଖେଳାଳିଙ୍କ ପାଇଁ ଗୋଟିଏ ନିୟମ ଏବଂ ଅଭିଷେକଙ୍କ ପାଇଁ କ’ଣ ଅଲଗା କି ?

ନିଜ ୟୁଟ୍ୟୁବ୍ ଚ୍ୟାନେଲରେ ହନୁମା ବିହାରୀ କହିଛନ୍ତି କି, ସଞ୍ଜୁ ସାମସନ ୫ଟି ମ୍ୟାଚରେ ଖରାପ ପ୍ରଦର୍ଶନ କରିଥିବାବେଳେ ତାଙ୍କୁ ଦଳରେ ଖେଳିବାର ସୁଯୋଗ ମିଳୁନାହିଁ । କିନ୍ତୁ ଅଭିଷେକ ଶର୍ମା ଲଗାତାର ଖରାପ ପ୍ରଦର୍ଶନ କରୁଛନ୍ତି ତଥାପି ତାଙ୍କୁ ଦଳରେ କେମିତି ଖେଳିବାର ସୁଯୋଗ ମିଳୁଛି ଏହାକୁ ନେଇ ସେ ଉଠାଇଛନ୍ତି ପ୍ରଶ୍ନ । ସଞ୍ଜୁ ଭାରତକୁ ବିଶ୍ବକପ ଜିତାଇଲେ । ସେ ସମ୍ପୂର୍ଣ୍ଣ ଟି-୨୦ ବିଶ୍ବକପରେ ଯେତେବେଳେ ତାଙ୍କୁ ଦଳରେ ଖେଳିବାର ସୁଯୋଗ ମିଳିଲା ସେ କିଭଳି ପ୍ରଦର୍ଶନ କଲେ ତାହା ସମସ୍ତେ ଦେଖିଛନ୍ତି । ମାତ୍ର ଅଭିଷେକ ଶର୍ମା କିଛିଟା ମ୍ୟାଚରେ ଭଲ ପ୍ରଦର୍ଶନ କରିଥିଲେ । ମାତ୍ର ତାଙ୍କୁ ଦଳରେ ବାରମ୍ବାର ସୁଯୋଗ ଦିଆଯାଉଛି ।

ଅଭିଷେକ ଶର୍ମା ୧୮ଟି ମ୍ୟାଚରେ ମାତ୍ର ୩ଟି ଅର୍ଦ୍ଧଶତକ ହାସଲ କରିଥିବାବେଳେ ଶେଷ ୫ ମ୍ୟାଚରେ ସର୍ବାଧିକ ସ୍କୋର ୧୬ ରହିଛି । ତଥାପି ତାଙ୍କ ପାଇଁ ଏତେ ଦରଦ କାହିଁକି ? ସଞ୍ଜୁଙ୍କ ଭଳି ପ୍ରତିଭାବାନ ଖେଳାଳି ଯେତେବେଳେ ଖରାପ ପ୍ରଦର୍ଶନ କାଇଁ ଦଳରେ ସୁଯୋଗ ପାଉନାହାନ୍ତି ସେତେବେଳେ ଅଭିଷେକଙ୍କ ପାଇଁ ନୂଆ ନିୟମ କାହିଁକି ?

ସେପଟେ ଆମେ ଯଦି ଅଭିଷେକ ଶର୍ମାଙ୍କ କଥା କହିବା ତାହେଲେ ବର୍ଷକ ମଧ୍ୟରେ ସେ ୨୩ଟି ମ୍ୟାଚ ଖେଳିଥିବାବେଳେ ୨୩.୩୬ ହାରରେ ୫୧୪ ରନ୍ କରିଛନ୍ତି । ଯେଉଁଥିରେ ୫ଟି ଅର୍ଦ୍ଧଶତକ ରହିଛି । ଅଧିକାଂଶ ମ୍ୟାଚରେ ବିଫଳ ହେଉଛନ୍ତି । ଏବେ ତାଙ୍କ ଉପରେ ଅଧିକ ଚାପ ମଧ୍ୟ ପଡ଼ୁଛି । ଗୋଟିଏ ପଟେ ଯୁବ ତାରକା ବୈଭବ ଦମଦାର ପ୍ରଦର୍ଶନ କରୁଛନ୍ତି । ଜିମ୍ବାଓ୍ବେ ବିପକ୍ଷ ଟି-୨୦ ସିରିଜରେ ସେ ପ୍ଲେୟାର ଅଫ୍ ଦ ସିରିଜ୍ ହୋଇଛନ୍ତି । ଅନ୍ୟପଟେ ଅଭିଷେକ ଲଗାତାର ବିଫଳ ହୋଇଛନ୍ତି ।

ଏହାସହ ପଢ଼ନ୍ତୁ : VVS Laxman: ଗୌତମ ଗମ୍ଭୀରଙ୍କୁ ଭୁଲିଯାଅ ! ଭିଭିଏସ୍ ଲକ୍ଷ୍ମଣଙ୍କ କୋଚିଂରେ ଭାରତର ଦମଦାର ରେକର୍ଡ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।