03 AUGUST 2026

Welcome!

Unlock your personalized experience.
Sign Up

ବନ୍ୟା ପରେ ପରିବା ଦର ଆକାଶଛୁଆଁ: ଫୁଲକୋବି ୧୪୦, କାଙ୍କଡ଼ ୨୪୦ ଟଙ୍କା, ଶ୍ରାବଣରେ ଦର ବୃଦ୍ଧିକୁ ନେଇ ଚିନ୍ତାରେ ଖାଉଟ

Aug 03, 2026 - 10:33
ବନ୍ୟା ପରେ ପରିବା ଦର ଆକାଶଛୁଆଁ: ଫୁଲକୋବି ୧୪୦, କାଙ୍କଡ଼ ୨୪୦ ଟଙ୍କା,  ଶ୍ରାବଣରେ ଦର ବୃଦ୍ଧିକୁ ନେଇ ଚିନ୍ତାରେ ଖାଉଟ

କେନ୍ଦୁଝର ୦୩/୦୮:ପରିବାର ଆକାଶଛୁଆଁ ମୂଲ୍ୟବୃଦ୍ଧି ଗରିବ ଓ ମଧ୍ୟବିତ୍ତ ଶ୍ରେଣୀର ପରିବାରବର୍ଗଙ୍କ ପାଇଁ ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି । ଏପଟେ ଶ୍ରାବଣ ମାସ ଚାଲିଥିବା ବେଳେ ଅନ୍ୟପଟରେ ବନ୍ୟା ଯୋଗୁ ପନିପରିବା ଚାଷ ନଷ୍ଟ  ହୋଇପଡିଛି । କେନ୍ଦୁଝର ଜିଲ୍ଲାର ସଦରମହକୁମାରେ ଥିବା  ଖାଉଟି ବଜାର ବ୍ୟବସ୍ଥା ପ୍ରଶାସନର ନିୟନ୍ତ୍ରଣ ବାହାରେ  ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।  ନିୟନ୍ତ୍ରଣହରା ବଜାର ବ୍ୟବସ୍ଥାକୁ ନେଇ ଘୋର ଉଦ୍‌ବେଗ  ପ୍ରକାଶ ପାଇଛି । ଯେକୌଣସି ପରିବା ଶହେ ଟଙ୍କା ତଳେ  ମିଳୁନି । ପ୍ରାୟ ପରିବାର ସେଞ୍ଚୁରୀ ମାରିସାରିଲାଣି ।

ଚଳିତ  ଋତୁରେ ଉତ୍ପାଦନ ହେଉଥିବା ଛୋଟ କାଙ୍କଡ଼ ୨୪୦ ଟଙ୍କା  ଓ ଦେଶୀ ଫୁଲ କୋବି ୧୪୦ ଟଙ୍କାରେ ପହଞ୍ଚିଛି । କିଛିଦିନ  ହେବ ବାଇଗଣ, ଭେଣ୍ଡି, ଜହ୍ନି, ପୋଟଳ, କାକୁଡି ଆଦି  ପରିବା କିଲୋ ପ୍ରତି ୧୦୦ ଟଙ୍କାକୁ ଟପି ଯାଇଛି । ପୋଟଳ  ପିଛା ହୋଲସେଲ ଦର କିଲୋପିଛା ୮୦ ଟଙ୍କା ରହୁଥିବା  ବେଳେ ବେପାରୀମାନେ ତାହାକୁ ନେଇ ୧୨୦ ଟଙ୍କାରେ  ଖାଉଟିଙ୍କୁ ବିକୁଥିବା ଅଭିଯୋଗ ହେଉଛି । ସେହିପରି  ବଲାତି କିଲୋପ୍ରତି ୩୦ ଟଙ୍କାରେ କିଣି ୫୦ ଟଙ୍କା ଓ  କୁନ୍ଦୁରି କିଲୋପ୍ରତି ୮୦ ଟଙ୍କାରେ ବିକ୍ରି କରୁଛନ୍ତି । କଞ୍ଚାଲଙ୍କା  ୨୦୦ ଟଙ୍କାରେ ବିକ୍ରି କରୁଛନ୍ତି । ଫୁଲକୋବି ହୋଲସେଲ  କିଲୋପ୍ରତି ୮୦ ଟଙ୍କାରେ କିଣି ୧୪୦ ଟଙ୍କାରେ ବିକ୍ରି  ହେଉଛି । ବୋଇତାଳୁ କିଲୋପ୍ରତି ୮ ଟଙ୍କା ହୋଲସେଲ  ଦର ଥିବାବେଳେ ବଜାରରେ ୪୦ ଟଙ୍କା ବିକ୍ରି ହେଉଛି। ପରିବା ହୋଲସେଲ ଦର ଓ ବେପାରୀମାନେ ବିକ୍ରି କରୁଥିବା  ଦର ମଧ୍ୟରେ ଆକାଶପାତାଳ ତାରତମ୍ୟ ରହୁଥିବାରୁ  ଖାଉଟିମାନେ ଅଧିକ ମାତ୍ରାରେ ଶୋଷିତ ହେଉଛନ୍ତି।  

କେନ୍ଦୁଝର ଜିଲ୍ଲାରୁ ଉତ୍ପାଦିତ ହେଉଥିବା ପନିପରିବାକୁ  ଶାଗମାଛ ଦରରେ ଚାଷୀଙ୍କଠାରୁ ନେଇ ଖାଉଟିମାନଙ୍କୁ  ଚଢ଼ା ଦରରେ ବିକ୍ରି କରାଯାଉଛି । ଏହି ଜିଲ୍ଲାର ପରିବା  ଉତ୍ପାଦନ ହୋଇ ରାଜ୍ୟ ତଥା ରାଜ୍ୟ ବାହାରେ ଉଚିତ  ମୂଲ୍ୟରେ ଖାଉଟି ପାଉଥିବାବେଳେ ଜିଲ୍ଲାବାସୀ ୨ ଗୁଣା  ଦାମରେ କିଣୁଛନ୍ତି । କେନ୍ଦୁଝର ସହରରେ ଖାଉଟି  ସମସ୍ୟାକୁ ନେଇ ଜିଲ୍ଲା ପ୍ରଶାସନ ନୀରବତା ଅବଲମ୍ୱନ କରୁଥିବାରୁ ଦିନକୁ ଦିନ ସାଧାରଣ ଲୋକଙ୍କ ଆଥି ର୍କ  ସ୍ଥିତି ବିଗିଡିବାରେ ଲାଗିଛି । କେନ୍ଦୁଝର ଜିଲ୍ଲାପାଳ ଏବଂ  ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରୁ ମାତ୍ର ୩୦ମିଟର  ଦୂରରେ ପ୍ରତ୍ୟେକ ଦିନ ଚାଲିଛି ଖାଉଟି ଶୋଷଣ ପ୍ରକ୍ରିୟା । କୃଷକ ବଜାର ବାସ୍ତବରେ ନାଁ ରହିଥିବା ବେଳେ ପ୍ରକୃତରେ ବେପାରୀମାନଙ୍କ କବ୍‌ଜାରେ ରହିଛି ।  ଏହାସହିତ ଜେଲରୋଡ୍‌ ସହିତ ଟେଲିଫୋନ୍‌ ଏକ୍ସଚେଞ୍ଜ ଛକକୁ ବେପାରୀମାନେ ଦୀର୍ଘ ଦିନ ଧରି ନିଜ କବ୍‌ଜାରେ  ରଖିଛନ୍ତି । ସରକାର କୋଟି କୋଟି ଟଙ୍କା ବ୍ୟୟରେ  ଅତ୍ୟାଧୁନିକ କୃଷକ ବଜାର କରିଛନ୍ତି । ଏହାର ରୂପରେଖ  ମଧ୍ୟ ଦିନକୁ ଦିନ ବଦଳିବାରେ ଲାଗିଛି ।

​​​​​​​ଅଧିକ ପଢ଼ନ୍ତୁ  :-  ବନ୍ୟାର କରାଳ ରୂପ ମଧ୍ୟରେ ଦାୟିତ୍ୱବୋଧ ଓ ମାନବିକତାର ନିଆରା ଦୃଷ୍ଟାନ୍ତ, ବିଲହୁଡ଼ାରେ ଚାଲି ଚାଲି ବିପନ୍ନଙ୍କ ପାଖରେ ରିଲିଫ୍‌ ପହଞ୍ଚାଇଲେ ବିଡିଓ

ପିଣ୍ଡି ସହିତ ମୁଣ୍ଡ  ଉପରେ ସ୍ଥାୟୀ ବ୍ୟବସ୍ଥା, ମାତ୍ର ପରିବା ଦୋକାନୀମାନେ  ରାସ୍ତାକଡ଼ରେ ନିଜର ପସରା ମେଲାଉଛନ୍ତି । ପ୍ରଶାସନ ବାରମ୍ବାର ପରିବା ଦୋକାନକୁ ଉଠାଇବାକୁ ଚେଷ୍ଟା କରି  ବିଫଳ ହୋଇଛି । ଫଳରେ ବିଭିନ୍ନ ସ୍ଥାନରେ ପରିବା  ଦୋକାନ ହେତୁ ଏହାର ମୂଲ୍ୟ ନିୟନ୍ତ୍ରଣ ହୋଇପାରୁନି ।  ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ପନିପରିବା ଉତ୍ପାଦନ ହୋଇ  ବାହାରକୁ ରପ୍ତାନୀ ହୋଇ ଶସ୍ତାରେ ବିକ୍ରି ହେଉଥିଲେ ହେଁ  କେନ୍ଦୁଝର ବଜାରରେ ଦୁଇଗୁଣା ଦରରେ ବିକ୍ରି ହେଉଥିବାରୁ  ଲୋକଙ୍କ ଆଥିକ ସ୍ଥିତି ଦିନକୁ ଦିନ ଦୁର୍ବଳ ହେବାରେ  ଲାଗିଛି । ବାହାର ଜିଲ୍ଲା ବେପାରୀଙ୍କ କବ୍‌ଜାରେ ଥିବା  କେନ୍ଦୁଝର ବଜାର ରାଜ୍ୟର ଯେ କୌଣସି ବଜାର ଦର  ଅପେକ୍ଷା ଅଧିକ । ଚଳିତଥର ବନ୍ୟା ପରେ ଅହେତୁକ  ପନିପରିବା ଦର ଖାଉଟିକୁ ନିରାଶ କରିଛି । ଜିଲ୍ଲା ପ୍ରଶାସନ  ଏହି ସମସ୍ୟା ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇ ଏହି ସମସ୍ୟାର  ସମାଧାନ କରିବାକୁ ଖାଉଟି ମହଲରେ ଦାବି ହେଉଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।