01 AUGUST 2026

Welcome!

Unlock your personalized experience.
Sign Up

ପୁରୀରେ ପୁଣି ଗଡ଼ିଲା ମୁଣ୍ଡ; ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ହତ୍ୟା କଲେ ଦୁର୍ବୃତ୍ତ

Aug 01, 2026 - 11:35
ପୁରୀରେ ପୁଣି ଗଡ଼ିଲା ମୁଣ୍ଡ; ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ହତ୍ୟା କଲେ ଦୁର୍ବୃତ୍ତ
  • ​​​​​​​ପୁଣି ପୁରୀରେ ଗଡ଼ିଲା ମୁଣ୍ଡ
  • ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ନିର୍ମମ ହତ୍ୟା
  • ଚନ୍ଦନପୁର ଦାମୋଦରପୁର ବଜାରର ଘଟଣା
  • ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ ଚଢ଼ାଉ ଜାରି

​​​​​​​ପୁରୀ,୦୧/୦୮: ପୁଣି ପୁରୀରେ ଗଡ଼ିଲା ମୁଣ୍ଡ। ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ଦୁର୍ବୃତ୍ତ। ଚନ୍ଦନପୁର ଥାନା ଅନ୍ତର୍ଗତ ଦାମୋଦରପୁର ବଜାରରେ ଘଟିଛି ବୀଭତ୍ସ ହତ୍ୟାକାଣ୍ଡ। ଯୁବକଙ୍କୁ ଚିକିତ୍ସା ପାଇଁ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ମୃତ ଯୁବକ ଜଣକ ହେଲେ ଦାମୋଦରପୁର ମହାରଣା ସାହିର କାଳିଆ ମଲ୍ଲିକ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ହତ୍ୟାକାଣ୍ଡର ପ୍ରକୃତ କାରଣ ସ୍ପଷ୍ଟ ହୋଇ ନଥିବା ବେଳେ ଚନ୍ଦନପୁର ଥାନା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି। ଅଭିଯୁକ୍ତମାନେ ଫେରାର ଥିବାବେଳେ ପୋଲିସ ସେମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।

ସୂଚନାଥାଉକି ପୁରୀ ସହରରେ ଗତ କିଛି ମାସ ମଧ୍ୟରେ ଅନେକ ହତ୍ୟା ସମ୍ପର୍କିତ ମାମଲା ସାମ୍ନାକୁ ଆସିଛି। ଗତ ଜୁନ୍ ମାସରେ ପୁରୀର ବଳିଆପଣ୍ଡା ଅଞ୍ଚଳରେ ପବିତ୍ର ନାୟକ (୨୫) ନାମକ ଜଣେ ହୋଟେଲ ମାଲିକଙ୍କୁ ନିର୍ମମଭାବେ ହତ୍ୟା କରାଯାଇଥିଲା। ଗ୍ରାହକ ସେବା ଏବଂ ବ୍ୟବସାୟିକ ବିବାଦକୁ ନେଇ ଓୟୋ ସହ ଜଡ଼ିତ ଚନ୍ଦନ ପଲାର ଓ ତାର ସହଯୋଗୀମାନଙ୍କ ସହ ଝଗଡ଼ା ହୋଇଥିଲା। ଏହାପରେ ପବିତ୍ରଙ୍କୁ ହତ୍ୟା କରାଯାଇଥିଲା। ଘଟଣାର ମାତ୍ର କେଇ ଘଣ୍ଟା ମଧ୍ୟରେ ପୁରୀ ପୋଲିସ ମୁଖ୍ୟ ଅଭିଯୁକ୍ତ ଚନ୍ଦନ ପଲାରକୁ ମାତା ମଠ ରୋଡ୍ରେ ଏନକାଉଣ୍ଟର କରି ଗିରଫ କରିଥିଲା

ସେହପରି ମାର୍ଚ୍ଚ ୨୦୨୬ରେ ହତ୍ୟାକାଣ୍ଡ ନ ହେଲେ ମଧ୍ୟ ଏକ ବଡ଼ ଅପରାଧିକ ଘଟଣାରେ ମୃତ୍ୟୁଞ୍ଜୟ ଭାରିମଲ ନାମକ ଜଣେ ଯୁବକଙ୍କୁ ଜନଗହଳି ପୂର୍ଣ୍ଣ ବଜାରରେ ମରଣାନ୍ତକ ଆକ୍ରମଣ କରାଯାଇଥିଲା। ପୂର୍ବ ଅପରାଧିକ ଶତ୍ରୁତା ଯୋଗୁଁ ଦୁର୍ବୃତ୍ତମାନେ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିବା ସହ ବହୁ ଦୂର ଘୋଷାଡ଼ି ନେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା। ସେହି ସମାନ ମାସରେ ପୁରୀରେ ପରକିୟା ପ୍ରୀତିକୁ ନେଇ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଥିଲା।ଅତିନୃଶଂସ ଭାବେ ଯୁବକକୁ ହାଣି ହତ୍ୟା କରାଯାଇଥିଲା। ପୁରୀ ସମୁଦ୍ରକୁଳ ଥାନା ଅନ୍ତର୍ଗତ ପେଣ୍ଠକଟା ଧୋବାଖାଲର ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିଲା। ଖବରପାଇ ଘଟଣାସ୍ଥଳରେ ସମୁଦ୍ରକୁଳ ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା।

ବିଗତ କିଛି ମାସ ଭିତରେ ପୁରୀ ଭଳି ତୀର୍ଥସ୍ଥାନରେ ଏଭଳି ହିଂସାତ୍ମକ ଘଟଣା ଘଟିବାକୁ ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଇଥିଲା। ଅପରାଧିମାନେ ବେଖାତିର ଭାବେ ହିଂସା ଘଟାଉଥିବା ସ୍ଥାନୀୟ ଲୋକେ ପ୍ରତିକ୍ରିୟା ରଖିଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।