Welcome!

Unlock your personalized experience.
Sign Up

ନେପାଳରେ ରାଜନୈତିକ ସଙ୍କଟ ! ଜେନ୍‌-ଜି ପ୍ରଦର୍ଶନ ଜୋରଦାର, ବାଲେନ ଶାହଙ୍କ ଇସ୍ତଫା ଦାବି

Jul 13, 2026 - 11:13
ନେପାଳରେ ରାଜନୈତିକ ସଙ୍କଟ ! ଜେନ୍‌-ଜି ପ୍ରଦର୍ଶନ ଜୋରଦାର, ବାଲେନ ଶାହଙ୍କ ଇସ୍ତଫା ଦାବି

କାଠମାଣ୍ଡୁ,୧୩/୭ : ବେକାରୀକୁ ବିରୋଧ କରି ନେପାଳରେ ଜେନ୍-ଜି ପୁଣି ରାସ୍ତାକୁ ଓହ୍ଲାଇଛନ୍ତି । ବିଗତ ୩ ଦିନ ମଧ୍ୟରେ ସେଠାରେ ୩ ଜଣ ଯୁବକ ନିଜ ଉପରେ ପେଟ୍ରୋଲ ଢାଳି ଆତ୍ମାହୁତି ଲାଗି ପ୍ରୟାସ କରିଥିଲେ । ସେମାନଙ୍କ ମଧ୍ୟରୁ ୨ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ଅନ୍ୟ ଜଣେ ଯୁବକ ଗୁରୁତର ଭାବେ ଜଳିଯାଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ଏହା ପ୍ରଧାନମନ୍ତ୍ରୀ ବାଲେନ ଶାହଙ୍କ ସରକାର ଉପରେ ଚାପ ସୃଷ୍ଟି କରିଛି । ଶାହ ଯୁବ ଭୋଟରଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହୋଇଥିବା ଦର୍ଶାଇ ତାଙ୍କ ଇସ୍ତଫା ଦାବିରେ ରାଜଧାନୀ କାଠମାଣ୍ଡୁ ସମେତ ବିଭିନ୍ନ ସ୍ଥାନରେ ଜେନ୍-ଜିଙ୍କ ବିକ୍ଷୋଭ ତେଜିଛି । ବିକ୍ଷୋଭକାରୀମାନେ ଶାହଙ୍କ ବିରୋଧରେ ଜନବିରୋଧୀ ଏବଂ ନିରଙ୍କୁଶ ଭାବେ ଶାସନ ଚଳାଇବାର ଅଭିଯୋଗ ବି ଆଣିଛନ୍ତି । ଏଥିସହ ବେକାରୀ ଏବଂ ଆର୍ଥିକ ମାନ୍ଦାବସ୍ଥାକୁ ଦୂର କରିବାକୁ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି । ସେମାନଙ୍କ କହିବା କଥା ହେଲା ସଂସ୍କାର ଲାଗି ବାରମ୍ବାର ପ୍ରତିଶ୍ରୁତି ଦିଆଯିବା ସତ୍ତେ୍ୱ ନିଯୁକ୍ତିର ସୁଯୋଗ ସୃଷ୍ଟି ହେଉନାହିଁ । ଇତିମଧ୍ୟରେ ମୁଦ୍ରାସ୍ଫୀତି ଏବଂ ଦୈନନ୍ଦିନ ଖର୍ଚ୍ଚ ବୃଦ୍ଧି ପାଉଥିବାରୁ ପରିବାରଗୁଡି଼କ ଉପରେ ଆର୍ଥିକ ଚାପ ସୃଷ୍ଟି ହେଉଛି । ସରକାରୀ ନୀତି ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ବିଫଳ ହୋଇଛି । ସେଥିଯୋଗୁ ସେମାନେ ପ୍ରତିବାଦ ଲାଗି ରାସ୍ତାକୁ ଓହ୍ଲାଇଛନ୍ତି ।

ଆହୁରି ପଢନ୍ତୁ :- Unidentified Body: ୧୦ ବର୍ଷରେ ୩୧୪ ମୃତଦେହର ମିଳିନି ପରିଚୟ, ଶବ ଚିହ୍ନିବାରେ କଟକ ପୁଲିସ ଫେଲ୍

ଅନ୍ୟପଟେ ବିରୋଧୀ ଦଳ ନେପାଳୀ କଂଗ୍ରେସ ଏହି ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କରିଛି । ସରକାର ଯୁବଗୋଷ୍ଠୀଙ୍କ ମଧ୍ୟରେ ଆସ୍ଥା ଏବଂ ବିଶ୍ୱାସ ସୃଷ୍ଟି କରିବାରେ ବିଫଳ ହୋଇଥିବା ଦଳ ଅଭିଯୋଗ ଆଣିଛି । ସୂଚନାଥାଉକି, ଗତବର୍ଷ ସେପ୍ଟେମ୍ବର ମାସରେ ନେପାଳରେ ଜେନ୍ ଜିଙ୍କ ବିକ୍ଷୋଭ ଏକ ବ୍ୟାପକ ଆନ୍ଦୋଳନର ରୂପ ନେଇଥିଲା । ଏଥିଯୋଗୁ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ । ପରବର୍ତ୍ତୀ ସମୟରେ ବାଲେନ ଶାହ ଦେଶର ମଙ୍ଗ ଧରିଥିଲେ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।