Welcome!

Unlock your personalized experience.
Sign Up

ଧାନ ତଳି ରୋଉଥିଲେ, ବଜ୍ରପାତରେ ଚାଲିଗଲା ବାପା-ପୁଅଙ୍କ ଜୀବନ

Jul 26, 2026 - 17:13
ଧାନ ତଳି ରୋଉଥିଲେ, ବଜ୍ରପାତରେ ଚାଲିଗଲା ବାପା-ପୁଅଙ୍କ ଜୀବନ

କାମାକ୍ଷାନଗର, ୨୬।୭ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଗୁନେଇବିଲି ପଞ୍ଚାୟତର ବାଲିପଡା ଗ୍ରାମରେ ଏକ ହୃଦୟବିଦାରକ ଘଟଣା ଘଟିଛି। ଚାଷ ଜମିରେ ଧାନ ତଳି ରୋଉଥିବା ବେଳେ ବଜ୍ରପାତରେ ବାପା ଓ ପୁଅଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ବାପ ସନ୍ତୋଷ ଦେହୁରୀ ଓ ତାଙ୍କ ପୁଅ ସତ୍ୟ ନାରାୟଣ ଦେହୁରୀ।

ସୂଚନା ଅନୁସାରେ ବାପ ପୁଅ ମିଶି ଠିକାରେ ଅନ୍ୟ ଜଣଙ୍କ ବିଲରେ ତଳି ରୋଇବାକୁ ଯାଇଥିଲେ। ଉଭୟେ ମିଶି ଚାଷ ଜମିରେ ଧାନ ତଳି ଲଗାଉଥିବା ସମୟରେ ହଠାତ୍ ବଜ୍ରାଘାତ ଘଟିଥିଲା। ବଜ୍ରପାତରେ ଅଚେତ ହୋଇ ଉଭୟେ ବାପା-ପୁଅ ଘଟଣାସ୍ଥଳରେ ପଡି ରହିଥିଲେ। ଖବରପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହଯୋଗରେ ସେମାନଙ୍କୁ ତୁରନ୍ତ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଥିଲେ। କିନ୍ତୁ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଏହି ଅକାଳ ବିୟୋଗକୁ ନେଇ ବାଲିପଡା ଗାଁରେ ଶୋକର ଛାୟା ଖେଳିଯାଇଛି।

ଆହୁରି ପଢନ୍ତୁ : ସୋମବାର ଜଗତସିଂହପୁର ଜିଲ୍ଲାରେ ସ୍କୁଲ ଓ ଅଙ୍ଗନଓ୍ବାଡି କେନ୍ଦ୍ର ଛୁଟି

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।