23 JULY 2026

Welcome!

Unlock your personalized experience.
Sign Up

ଧରାପଡିଲେ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗ : ୪ ଗିରଫ, ୨୭ ମୋବାଇଲ ଫୋନ ଜବତ

Jul 22, 2026 - 19:44
ଧରାପଡିଲେ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗ : ୪ ଗିରଫ, ୨୭ ମୋବାଇଲ ଫୋନ ଜବତ

କରଞ୍ଜିଆ, ୨୨।୭ : ଦିନରେ ରାଜମସ୍ତ୍ରୀ ଆଉ ରାତିରେ ଡକାୟତି। ଏଭଳି ଏକ ଡକାୟତି ଗ୍ୟାଙ୍ଗକୁ ଧରିବାରେ ସଫଳ ସଫଳ ହୋଇଛି ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ପୋଲିସ । ରାତ୍ରୀକାଳୀନ ପାଟ୍ରୋଲିଂ ବେଳେ ୪ ଆନ୍ତରାଜ୍ୟ ଡକାୟତ ଗ୍ୟାଙ୍ଗକୁ ପୁଲିସ ଗିରଫ କରିଛି। ଏମାନେପଶ୍ଚିମବଙ୍ଗରୁ ଆସି ଦିନବେଳା ରାଜମିସ୍ତ୍ରୀ ଓ ରାତିରେ କରୁଥିଲେ ଡକାୟତି । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ପଶ୍ଚିମବଙ୍ଗର ହୁମାୟୁନ ସେକ୍, ଆସଲମ୍ ସେକ୍, ମିଣ୍ଟ ଏସ କେ ଓ ଆଦୁତ ସେକ୍ ।

ସୂଚନା ଅନୁଯାୟୀ ମଙ୍ଗଳବାର ରାତି ପ୍ରାୟ ୨ ଟା ସମୟରେ କରଞ୍ଜିଆ ପୋଲିସ ପାଟ୍ରୋଲିଂ କରୁଥିଲା। ଏହି ସମୟରେ କାଳିକାପୁର ଜଙ୍ଗଲ ନିକଟରେ କରଞ୍ଜିଆ ପଟୁ ୪ ଟି ମୋଟର ସାଇକେଲରେ କିଛି ଲୋକ ଯଶିପୁର ଆଡକୁ ଯାଉଥିବା ଦେଖି ପୋଲିସ୍ ସେମାନଙ୍କୁ ଅଟକାଇଥିଲା। ହେଲେ ପୋଲିସକୁ ଦେଖି ମୋଟର ସାଇକେଲ ଛାଡି ସେମାନେ ଦୌଡ଼ି ପଳାଇଥିଲେ। ପୋଲିସ୍ ବହୁ କଷ୍ଟରେ ତାଙ୍କ ମଧ୍ୟରୁ ୪ ଜଣଙ୍କୁ ଧରିବାରେ ସଫଳ ହୋଇଥିଲା। ସେମାନଙ୍କ ମୋଟର ସାଇକେଲ ଯାଞ୍ଚ କଲାରୁ ବିଭିନ୍ନ ପ୍ରକାରର ହାତ ହତିଆର ଜବତ କରିବା ସହିତ ତାଙ୍କ ନିକଟରୁ ସନ୍ତୋଷ ଜନକ ଉତ୍ତର ପାଇନଥିଲା। ଏନେଇ ଥାନାରେ ଏକ ମାମଲା ରୁଜ୍ଜୁ କରି ସେମାନେ ରହିଥିବା ଘଡାଘାଗୁରି ଗ୍ରାମ ଭଡ଼ାଘରେ ଚଢ଼ାଉ କରିଥିଲା । ଚଢ଼ାଉବେଲେ ସେଠାରୁ ମୋବାଇଲ ଫୋନ ୨୬ଟି , ଗ୍ୟାସ ସିଲିଣ୍ଡର ୭ଟି , ମନିପର୍ସ ୧୫ ଟି,ଭଙ୍ଗା ତାଲା ୪ଟି, ଚାବିକାଠି ୧୫ ଟି,ମୋବାଇଲ ଚାର୍ଜର ୩୭ ଟି , ଆଧାର କାର୍ଡ ୧୮ଟି,ପାନ କାର୍ଡ ୬ ଟି , ଭୋଟର ପରିଚୟ ପତ୍ର ୮ ଟି , ଏ ଟି ଏମ୍ କାର୍ଡ ୮ ଟି , ନଗଦ ୫୧,୯୨୦ ଟଙ୍କା ସହିତ ସୁନା ଅଳଙ୍କାର ଜବତ କରିଥିଲା ପୋଲିସ ।

ଆହୁରି ପଢନ୍ତୁ : ମାଲକାନଗିରିରେ ପରୀକ୍ଷାମୂଳକ ଭାବେ ଅବତରଣ କଲା ପ୍ରଥମ ଯାତ୍ରୀବାହୀ ବିମାନ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।