Welcome!

Unlock your personalized experience.
Sign Up

ଧଉଳି ଏକ୍ସପ୍ରେସରେ ଅଗ୍ନିକାଣ୍ଡ, ମାର୍କୋଣା ଷ୍ଟେସନରେ ଅଟକିଲା ଟ୍ରେନ

Jul 26, 2026 - 23:54
ଧଉଳି ଏକ୍ସପ୍ରେସରେ ଅଗ୍ନିକାଣ୍ଡ, ମାର୍କୋଣା ଷ୍ଟେସନରେ ଅଟକିଲା ଟ୍ରେନ

 

ବାଲେଶ୍ବର, ୨୬।୭ : ପୁରୀରୁ ହାଓ୍ଵଡ଼ା ଅଭିମୁଖେ ଯାଉଥିବା ଧଉଳି ଏକ୍ସପ୍ରେସରେ ଅଗ୍ନିକାଣ୍ଡ। ବାଲେଶ୍ଵର ଜିଲ୍ଲା ମାର୍କୋଣା ରେଳ ଷ୍ଟେସନ ନିକଟରେ ଏହି ନିଆଁ ଲାଗିଛି। ଘଟଣା ସମ୍ପର୍କରେ ଖବର ପାଇବା ପରେ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରିଥିଲେ। ତୁରନ୍ତ ପଦକ୍ଷେପ ଯୋଗୁଁ ଏକ ବଡ଼ ଧରଣର ବିପଦକୁ ଏଡ଼ାଇ ଦିଆଯାଇପାରିଛି।

ସୌଭାଗ୍ୟବଶତଃ ଏହି ଅଗ୍ନିକାଣ୍ଡରେ କୌଣସି ଯାତ୍ରୀ ଆହତ କିମ୍ବା ମୃତାହତ ହୋଇନାହାନ୍ତି। କ୍ଷୟକ୍ଷତି ସମ୍ପର୍କରେ ସମ୍ପୂର୍ଣ୍ଣ ସୂଚନା ମିଳିନଥିବା ବେଳେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି।ଅଗ୍ନିକାଣ୍ଡ ଯୋଗୁଁ ଧଉଳି ଏକ୍ସପ୍ରେସକୁ ମାର୍କୋଣା ଷ୍ଟେସନରେ କିଛି ସମୟ ପାଇଁ ଅଟକାଇ ରଖାଯାଇଛି। ସୁରକ୍ଷା ଯାଞ୍ଚ ଏବଂ ବୈଷୟିକ ଯାଞ୍ଚ ଶେଷ ହେବା ପରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ କରାଯିବ।

ଆହୁରି ପଢନ୍ତୁ : ବର୍ଷା ପାଇଁ ସୋମବାର କେନ୍ଦ୍ରାପଡା ଜିଲ୍ଲାରେ ସ୍କୁଲ, ଅଙ୍ଗନଓ୍ବାଡି କେନ୍ଦ୍ର ଛୁଟି

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।