ତୃତୀୟଥର ବିଫଳ ହେବାପରେ ବୈଭବଙ୍କ ଉପରେ ରାଗିଗଲେ ଗମ୍ଭୀର, ଦେଖନ୍ତୁ ଭାଇରାଲ ଭିଡିଓ...
ନୂଆଦିଲ୍ଲୀ: ବିସ୍ମୟ ବାଳକ ବୈଭବ ସୂର୍ଯ୍ୟବଂଶୀଙ୍କ ଡେବ୍ୟୁକୁ କେବଳ ଭାରତ ନୁହେଁ ସାରା ବିଶ୍ବ ଅପେକ୍ଷା କରିଥିଲା । କାରଣ ଆଇପିଏଲରେ କମାଲ କରିବା ପରେ ଟିମ୍ ଇଣ୍ଡିଆରେ ସ୍ଥାନ ମିଳିଥିଲା । ହେଲେ ଆୟାର୍ଲାଣ୍ଡ ବିପକ୍ଷ ଟି-୨୦ରେ ପ୍ଲେଇଂ ଇଲେଭେନରେ ସ୍ଥାନ ମିଳିନଥିଲା । ଏହାସହ ଇଂଲଣ୍ଡ ବିପକ୍ଷ ପ୍ରଥମ ଟି-୨୦ରେ ମଧ୍ୟ ସମାନ ଦଶା ଭୋଗିଥିଲେ । ଆଉ ଯେତେବେଳେ ସୋସିଆଲ ମିଡିଆରେ ଦାବି ହୋଇଥିଲା ସେତେବେଳେ ସୁଯୋଗ ମିଳିଲା । ଲଗାତାର ତିନୋଟି ମ୍ୟାଚ ଖେଳିଲେଣି । ସବୁ ମ୍ୟାଚରେ ଛକା ମାରିଛନ୍ତି ତଥାପି ବଡ଼ ପାଳି ଖେଳିବାରେ ବିଫଳ ହୋଇଛନ୍ତି । ଯାହାକୁ ନେଇ ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ରାଗିଯାଇଥିବା ଦେଖିବାକୁ ମିଳିଛି ।
After losing the match, a very animated conversation is taking place between Gautam Gambhir, Sitanshu Kotak, and Shreyas Iyer.
— Indian Cricket 🏏 (@navshar54008403) July 10, 2026
- Gautam Gambhir is talking to Vaibhav Sooryavanshi in front of everyone in the field for 10-15 minutes and is looking very angry.
- Ankan Kar , Ray… pic.twitter.com/rxGVa8wjbX
ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଗମ୍ଭୀର ବୈଭବଙ୍କୁ କ୍ଲାସ କରୁଥିବା ଦେଖିବାକୁ ମିଳିଛି । ବାରମ୍ବାର ବିଫଳ ହେବାପରେ ବୈଭବଙ୍କୁ ବୁଝାଉଥିବା ସହ ତୃଟି ସମ୍ପର୍କରେ ବୁଝାଇ ରାଗ ହେଉଛନ୍ତି ବୋଲି କୁହାଯାଉଛି । ଗମ୍ଭୀର ଭାବ ଏବଂ କଥା ହେବାର ଶୈଳୀରୁ ଲାଗୁଥିଲା କି, ସେ ବୈଭବଙ୍କ ଉପରେ ଅସନ୍ତୁଷ୍ଠ ଅଛନ୍ତି । ସେ ଖୋଲାଖୋଲି ଭାବେ ବିରକ୍ତ ହେଉଥିବାବେଳେ ଡଗଆଉଟର ଏକ ଭିଡିଓ ଏବେ ବେଶ ଭାଇରାଲ ହେବାରେ ଲାଗିଛି । ଏହାସହ ଅନେକ ବୈଭବଙ୍କ ସମର୍ଥନ କରୁଥିବାବେଳେ ଆଉ କିଛି ତାଙ୍କୁ ସମାଲୋଚନା ମଧ୍ୟ କରୁଥିବା ଦେଖିବାକୁ ମିଳିଛି ।
ପ୍ରଶିକ୍ଷକ ଗମ୍ଭୀର କେବଳ ବୈଭବଙ୍କ ସହିତ ନୁହେଁ, ବରଂ ଦଳର ଅଧିନାୟକ ଶ୍ରେୟସ ଆୟରଙ୍କ ସହିତ ମଧ୍ୟ ଦୀର୍ଘ ଆଲୋଚନା କରିଥିଲେ। ବୈଭବଙ୍କ କ୍ଲାସ ପୂର୍ବରୁ, ଗମ୍ଭୀର ଏବଂ ବ୍ୟାଟିଂ ପ୍ରଶିକ୍ଷକ ସୀତାଂଶୁ କୋଟକ ସମାନ ଡଗଆଉଟରେ ଆୟରଙ୍କ ସହିତ କଥା ହେଉଥିଲେ। ଏହି ଆଲୋଚନା ସମାନ ଭାବରେ ଉଷ୍ମ ଥିଲା, ଏବଂ ପ୍ରଶିକ୍ଷକ ଗମ୍ଭୀରଙ୍କ ସ୍ୱର ବହୁତ ତୀବ୍ର ଥିଲା। ଏହା ସ୍ପଷ୍ଟ ଥିଲା ଯେ ଗମ୍ଭୀର ଆୟରଙ୍କ ଅଧିନାୟକତ୍ୱ ଏବଂ ଦଳର ସାମଗ୍ରିକ ପ୍ରଦର୍ଶନରେ ଅସନ୍ତୁଷ୍ଟ ଥିଲେ, ଏବଂ ସେ ଖୋଲାଖୋଲି ଭାବରେ ତାଙ୍କର ଅସନ୍ତୋଷ ପ୍ରକାଶ କରିଥିଲେ।
ଏହାସହ ପଢ଼ନ୍ତୁ : ବୈଭବ ବିଫଳ: ଜାଣନ୍ତୁ ବିଦେଶରେ ପ୍ରଥମ ତିନି ମ୍ୟାଚରେ କେମିତି ଥିଲା ରୋ-କୋଙ୍କ ପ୍ରଦର୍ଶନ ?
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।