Welcome!

Unlock your personalized experience.
Sign Up

ତିଥି ନଥାଇ ବିଦେଶରେ ଇସ୍କନ କରୁଥିବା ରଥଯାତ୍ରା ଏକ ଷଡଯନ୍ତ୍ର : ଆମ ଜଗନ୍ନାଥ ପକ୍ଷରୁ କ୍ଷୋଭ

Jul 12, 2026 - 19:25
ତିଥି ନଥାଇ ବିଦେଶରେ ଇସ୍କନ କରୁଥିବା ରଥଯାତ୍ରା ଏକ ଷଡଯନ୍ତ୍ର : ଆମ ଜଗନ୍ନାଥ ପକ୍ଷରୁ କ୍ଷୋଭ

ଭୁବନେଶ୍ବର, ୧୨।୭ : ବିଶ୍ଵନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ପ୍ରତ୍ୟେକ ପର୍ବ ବା ଯାତ୍ରା ନିର୍ଦ୍ଧିଷ୍ଟ ତିଥି ଅନୁଯାୟୀ ବିଶ୍ୱବ୍ୟାପୀ ଅନୁଷ୍ଠିତ ହେବା ଶାସ୍ତ୍ରସମ୍ମତ। କୌଣସି ବି ଯାତ୍ରା (ସ୍ନାନ ଅବା ଗୁଣ୍ଡିଚା) ତିଥି ଅନୁଯାୟୀ ନହେଲେ ତାହା ଓଡ଼ିଆ ଜାତି ପ୍ରତି, ମହାପ୍ରଭୁ ଙ୍କ ପ୍ରତି ଓ ଓଡ଼ିଶାର ତମାମ ଜନଜୀବନର ଜଗନ୍ନାଥ ମନସ୍କ ଭାବନା ପ୍ରତି ଏକ କୁଠାରଘାତ। ତେବେ ତିଥି ନଥାଇ ବିଦେଶ ରେ ମହାପ୍ରଭୁ ଙ୍କୁ ଯେକୌଣସି ଦିନ ରଥ ରେ ବସାଇ ପର୍ବ ଆୟୋଜନ କରିଦେଲେ ଯେ ଏହା ଶ୍ରୀଗୁଣ୍ଡିଚା ହେବ ସେକଥା ଭୁଲ୍। ଏସବୁ ପାଇଁ ଆୟୋଜକ ଇସ୍କନ ହିଁ ଦାୟୀ। ଏହା ନିଶ୍ଚିତ ଭାବେ ଆମ ସଂସ୍କୃତି କୁ ଏକ ବିଭ୍ରାନ୍ତିକର ଦିଗ ଆଡ଼କୁ ଠେଲି ନେବ ବୋଲି କହିଛନ୍ତି ଓଡ଼ିଶା ର ଅଗ୍ରଣୀ ଆଧ୍ୟାତ୍ମିକ ସାମାଜିକ ଅନୁଷ୍ଠାନ ଆମ ଜଗନ୍ନାଥ ଆଧ୍ୟାତ୍ମିକ ପ୍ରତିଷ୍ଠାନର କର୍ମକର୍ତ୍ତାମାନେ।

ଶ୍ରୀଜଗନ୍ନାଥଙ୍କ ଆଦ୍ୟ ସେବକ ଆମ ଜାତିର ଚିର ନମସ୍ୟ ଗଜପତି ମହାରାଜଙ୍କ ବିରୋଧ ସତ୍ତ୍ବେ ଇସ୍କନର ଏପରି ପଦକ୍ଷେପ ଓଡ଼ିଆ ମାନଙ୍କୁ ଖୁବ୍ କଷ୍ଟ ଦେଇଛି  ବୋଲି କହିଛନ୍ତି ଅନୁଷ୍ଠାନ ର ସଭାପତି ତଥା ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ ଡ଼. ଭୁବନାନନ୍ଦ ଅଧିକାରୀ। ସମ୍ପାଦକ ତଥା ସମାଜସେବୀ ଲୋପାମୁଦ୍ରା ମହାନ୍ତି, ଉପସଭାପତି ତଥା କବି ଲଳିତ ମୋହନ ରାୟ, ଯୁଗ୍ମ ସମ୍ପାଦକ ତଥା ଗୀତିକାର ମାନସ ଦାସ ଇସ୍କନ ର ଏପରି ଆଚରଣ କୁ ଘୋର ନିନ୍ଦା କରିବା ସହ ଜଗନ୍ନାଥ ସଂସ୍କୃତି କୁ ଅକ୍ଷୁର୍ଣ୍ଣ ରଖିବାକୁ ସମସ୍ତେ ଯତ୍ନଶୀଳ ହେବା ଆବଶ୍ୟକ ବୋଲି କହିଛନ୍ତି। ଅନୁଷ୍ଠାନର ଉପଦେଷ୍ଟା ଡ଼ା ରମେଶ ଚନ୍ଦ୍ର ଦାସ, ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଜୀବନାନନ୍ଦ ଅଧିକାରୀ ଏବଂ ଅନ୍ୟାନ୍ୟ କର୍ମକର୍ତ୍ତା ଲଳିତ ସାମଲ, ଡ଼. ରାକେଶ ଶତପଥୀ, ଡ଼. ବିଶ୍ୱଜିତ୍ ଲେଙ୍କା, ଡ଼. ବିଦ୍ୱାନ ରଞ୍ଜନ ସାହୁ , ଦେବେନ୍ଦ୍ର ରାଉଳ ପ୍ରମୁଖ ମଧ୍ୟ ଶ୍ରୀଜଗନ୍ନାଥ ସଂସ୍କୃତିର ସୁରକ୍ଷା ପାଇଁ ସମସ୍ତେ ଆଗୁସାର ହେବାକୁ ଆହ୍ୱାନ ଦେଇଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।