Welcome!

Unlock your personalized experience.
Sign Up

ଠାକୁରଙ୍କ ପାଇଁ ଚକା, ଅପସର ପ୍ରସ୍ତୁତ କଲେ ଦରଜି ସେବକ,ଶ୍ରୀମନ୍ଦିରକୁ ଗଲା ୪ଟି ଚକା ଆସନ ଓ ତିନୋଟି ଅପସର

Jul 10, 2026 - 12:05
ଠାକୁରଙ୍କ ପାଇଁ ଚକା, ଅପସର ପ୍ରସ୍ତୁତ କଲେ ଦରଜି ସେବକ,ଶ୍ରୀମନ୍ଦିରକୁ ଗଲା ୪ଟି ଚକା ଆସନ ଓ ତିନୋଟି ଅପସର

ପୁରୀ,୧୦/୦୯: ଠାକୁରଙ୍କ ପାଇଁ ପ୍ରସ୍ତୁତ ହେଉଛି  ଚକା, ଅପସର । ଗୋଲାକୃତି ଚକା ଓ ଅପସର ଠାକୁରଙ୍କ ବିଜେ ସ୍ଥଳିରେ ଆବଶ୍ୟକ ହୁଏ । ଚକା ଆସନରେ ଠାକୁରେ  ଅବସ୍ଥାନ କରନ୍ତି । ଶ୍ରୀମସ୍ତକ ତଥା ଶ୍ରୀଅଙ୍ଗ ପଛରେ ରହିଥାଏ ଅପସର । ଚତୁର୍ଦ୍ଧାମୂର୍ତ୍ତିଙ୍କ ଅଧିଷ୍ଠାନ ପାଇଁ ୪ଟି ଚକା ଆସନ ଓ ତିନୋଟି ଅପସର ତିଆରି ହୋଇଛି ।  ମଦନମୋହନଙ୍କ ପାଇଁ ମଧ୍ୟ ଏହିଭଳି ତକିଆ ତିଆରି ହୋଇଛି । ସୁଦର୍ଶନ ମହାପ୍ରଭୁଙ୍କ ଅପସର ନଥାଏ ।  ହଳଦିଆ, ନେଳି ଓ ନାଲି ରଙ୍ଗ କନାରେ ଚକା, ଅପସର  ପ୍ରସ୍ତୁତ ହେଉଛି । ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପସର ସବୁଠାରୁ  ବଡ଼ । ପ୍ରମୁଖ ଦର୍ଜୀ ସେବକ ପ୍ରକାଶ ମହାପାତ୍ରଙ୍କ  ତତ୍ତ୍ୱାବଧାନରେ ଚକା, ଅପସର ପ୍ରସ୍ତୁତ ହୋଇଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।