ଝାରପଡା ଜେଲରେ କୋକୁଆ ଭୟ; ଆଉ ଜଣେ HIV ଆକ୍ରାନ୍ତ ଚିହ୍ନଟ, ଏସଡ୍ ରୋଗୀଙ୍କ ସଂଖ୍ୟା ୯ ବୃଦ୍ଧି
ଭୁବନେଶ୍ବର, ୧୦/୦୮: ଝାରପଡା ଜେଲରେ ଆଉ ଜଣେ HIV ଆକ୍ରାନ୍ତ। ପୂର୍ବରୁ ୮ ଜଣ ଅନ୍ତେବାସୀ HIV ପଜିଟିଭ୍ ଚିହ୍ନଟ ହୋଇଥିଲେ । ଯାହାକୁ ନେଇ ଝାରପଡ଼ା ଜେଲରେ ଅନ୍ୟ ଅନ୍ତେବାସୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଥିଲା । ଏହି ଆକ୍ରାନ୍ତମାନଙ୍କୁ ଏବେ ଜେଲରେ ଚିକିତ୍ସା ଚାଲିଛି । ଗତ କାଲି ଖଣ୍ଡଗିରି ଥାନା ପୁଲିସ ଜଣେ ଅଭିଯୁକ୍ତକୁ ଜେଲ ପଠାଇଥିଲା । ଏହା ପୂର୍ବରୁ ସ୍ବସ୍ଥ୍ୟ ପରୀକ୍ଷା ଯାଞ୍ଚ ପରେ କଏଦୀ ଜଣଙ୍କ HIV ରେ ସଂକ୍ରମିତ ଥିବା ଜଣାପଡିଥିଲା । ଏବେ ଝାରପଡା ଜେଲରେ ମୋଟ୍ HIV ପଜିଟିଭ କଏଦୀଙ୍କ ସଂଖ୍ୟା ୯ରେ ପହଞ୍ଚିଛି ।
ଝାରପଡ଼ା ଜେଲରେ ପୂର୍ବରୁ ଥିବା ଆଠଜଣ ଏଚଆଇଭି ପଜିଟିଭ୍ ଅନ୍ତେବାସୀଙ୍କୁ ପ୍ରତି ଦିନ ଜଣେ ମନସ୍ତତ୍ବବିତ୍ ଜେଲ ଭିତରେ ତଦାରଖ କରୁଛନ୍ତି । ଏମାନଙ୍କୁ ଏଚଆଇଭିରୁ ମୁକ୍ତ କରିବା ପାଇଁ ସ୍ବତନ୍ତ୍ର ମେଡିସିନ ବ୍ୟବସ୍ଥା କରାଯାଇଛି।
ଅଧିକ ପଢନ୍ତୁ- Hirakud Dam : ହୀରାକୁଦର ୭-ନମ୍ବର ଗେଟ୍ରୁ କାହିଁକି ନିଷ୍କାସନ ହୁଏ ପ୍ରଥମ ବନ୍ୟାଜଳ ? କ'ଣ ରହିଛି ଏହା ପଛର ବିଶ୍ଵାସ...
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।