ଜୁଲାଇ ୨୭ରେ ଜନ ଅଭିଯୋଗ ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ଲୋକଙ୍କ ଅଭିଯୋଗ ଶୁଣିବେ ଲୋକଙ୍କ ମୁଖ୍ୟମନ୍ତ୍ରୀ । ଆଗାମୀ ଜୁଲାଇ ୨୭ ତାରିଖରେ ସୋମାବର ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି । ୟୁନିଟ୍-୨ ଅଶୋକନଗର, ଭୁବନେଶ୍ୱର ସ୍ଥିତ ପୁର୍ବତନ ସରକାରୀ ପ୍ରାଥମିକ ବିଦ୍ୟାଳୟ (କ୍ୟାପିଟାଲ ନର୍ସରୀ ନିକଟସ୍ଥ) ଠାରେସକାଳ ୮ଟାରୁ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିବେ।ଏହି ଅଭିଯୋଗ ଶୁଣାଣି ପାଇଁ ଅନଲାଇନ ପଞ୍ଜୀକରଣଜୁଲାଇ୨୨ ତାରିଖଦିବା ୧୧ ଘଟିକା ଠାରୁ ଆରମ୍ଭ ହେବ ।
ଏଥିନିମନ୍ତେ,ଆଗ୍ରହୀ ଜନସାଧାରଣ ଜନ ଶୁଣାଣି ପୋର୍ଟାଲ(https://janasunani.odisha.gov.in/) ଅଥବା ଜନଶୁଣାଣି ମୋବାଇଲ ଆପ୍ଲିକେଶନ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ପାଇଁ ପଞ୍ଜୀକରଣ କରିପାରିବେ।ଜନସାଧାରଣ ପଞ୍ଜୀକୃତ ପ୍ରାପ୍ତି ସ୍ଵୀକାର ପତ୍ର ଏବଂ ବ୍ୟକ୍ତିଗତ ପରିଚୟ ପତ୍ର ତଥା ନିଜର ଅଭିଯୋଗ ପତ୍ର ସହ ଉପରୋକ୍ତ ସ୍ଥାନରେ ନିର୍ଦ୍ଧାରିତ ସମୟରେ ଉପସ୍ଥିତ ରହି ନିଜର ଅଭିଯୋଗ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇପାରିବେ। ଏ ସମ୍ପର୍କରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ଏହାସହ ପଢ଼ନ୍ତୁ : ରଥଯାତ୍ରା ଦିନ ପୁରୀରେ ଅସୁସ୍ଥତା କାରଣରୁ ୨ ଜଣଙ୍କ ମୃତ୍ୟୁ ଘଟଣା: ଆତ୍ମୀୟଙ୍କ ପାଇଁ ୧୦ ଲକ୍ଷର ଅନୁକମ୍ପା ରାଶି ଘୋଷଣା
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।