Welcome!

Unlock your personalized experience.
Sign Up

ଚାଉଁରପୁର ପୋଲରୁ ଡେଇଁ ନାବାଳିକା ନିଖୋଜ ଘଟଣା: ଅଗ୍ନିଶମ ଟିମ୍‌ ପକ୍ଷରୁ ସର୍ଚ୍ଚ ଅପରେସନ୍ ଆରମ୍ଭ, ଜଣେ ନାବାଳକ ଅଟକ

Jul 12, 2026 - 11:18
ଚାଉଁରପୁର ପୋଲରୁ ଡେଇଁ ନାବାଳିକା ନିଖୋଜ ଘଟଣା: ଅଗ୍ନିଶମ ଟିମ୍‌ ପକ୍ଷରୁ ସର୍ଚ୍ଚ ଅପରେସନ୍ ଆରମ୍ଭ, ଜଣେ ନାବାଳକ ଅଟକ

ସମ୍ବଲପୁର ୧୨/୦୭: ଚାଉଁରପୁର ପୋଲ ଉପରୁ ଜଣେ ନାବାଳିକା ମହାନଦୀକୁ ଡେଇଁ ନିଖୋଜ ଘଟଣା। ସକାଳୁ ଆରମ୍ଭ ଆରମ୍ଭ ହେଲା ସର୍ଚ୍ଚ ଅପରେସନ୍। ଶନିବାର ସନ୍ଧ୍ୟାରୁ ନଦୀକୁ ଡେଇଁ ନାବାଳିକା ନିଖୋଜ ଅଛନ୍ତି। ତେବେ କାରଣ ସ୍ପଷ୍ଟ ହୋଇନଥିଲେସୁଦ୍ଧା କୌଣସି ତିକ୍ତତାରୁ ନାବାଳିକା ଜଣକ ଏପରି ଚରମ ନିଷ୍ପତ୍ତି ନେଇଥିବା ସନ୍ଦେହ କରାଯାଉଛି ।

ଅଧିକ ପଢ଼ନ୍ତୁ :-  Breaking News: ଥରିଲା ଓଡ଼ିଶା ଉପକୂଳ ! ବଙ୍ଗୋପସାଗର ଅଞ୍ଚଳରେ ମଧ୍ୟମ ଧରଣର ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୪.୫ ରେକର୍ଡ

ସୂଚନା ଅନୁସାରେ, ଶନିବାର ସଂଧ୍ୟାରେ ୧୪ ବର୍ଷୀୟା ନାବାଳିକା ଜଣକ ପୋଲ ଉପରେ ବୁଲାବୁଲି କରୁଥିବା ବେଳେ ହଠାତ୍ ନଦୀକୁ ଡେଇଁ ପଡିଥିଲେ । ପ୍ରତ୍ୟେକ୍ଷଦର୍ଶୀଙ୍କ ଠାରୁ ସୂଚନା ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସଚ୍ଚ୍ର୍ ଅପରେସନ୍ ଜାରି ରଖିଥିବା ବେଳେ ଟାଉନ୍ ଥାନା ପୁଲିସ୍ ମଧ୍ୟ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗତକାଲି ରାତି ହୋଇଯିବା ଖୋଜାଖୋଜି ବନ୍ଦ ଥିଲା। ଆଜି ସକାଳୁ ପୁଣି ଅଗ୍ନିଶମ ଟିମ୍ ମହାନଦୀରେ ସର୍ଚ୍ଚ ଅପରେସନ ଆରମ୍ଭ କରିଛି। ତେବେ ନାବାଳିକା କାହିଁକି ନଈକୁ ଡେଇଁଲେ। ଏବେ ବି ସେ କାରଣ ଅସ୍ପଷ୍ଟ ରହିଛି। ଅନ୍ୟପଟେ ନାବାଳିକା ନଦୀକୁ ଡେଇଁବା ସମୟରେ ଅନ୍ୟ ଜଣେ ନାବାଳକ ତାଙ୍କ ସହ ଥିବା ପୁଲିସ ଜାଣିବାକୁ ପାଇଛି। ଏବେ ତାକୁ ପୁଲିସ ପଚରା ଉଚୁରା କରୁଛି । ନାବାଳିକା ଜଣକ ମାୟାବଗିଚା ଅଞ୍ଚଳର ବୋଲି ଜଣାପଡ଼ିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।