23 JULY 2026

Welcome!

Unlock your personalized experience.
Sign Up

ଖରାପ ଗୋଳା-ବାରୁଦ ଯୋଗୁଁ ୬୨ କୋଟି କ୍ଷତି, ‘ଧନୁଷ’ ପ୍ରୋଜେକ୍ଟକୁ ନେଇ ପିଏସି ଉଠାଇଲା ପ୍ରଶ୍ନ

Jul 23, 2026 - 18:46
ଖରାପ ଗୋଳା-ବାରୁଦ ଯୋଗୁଁ ୬୨ କୋଟି କ୍ଷତି, ‘ଧନୁଷ’ ପ୍ରୋଜେକ୍ଟକୁ ନେଇ ପିଏସି ଉଠାଇଲା ପ୍ରଶ୍ନ

ନୂଆଦିଲ୍ଲୀ,୨୩।୭:  ସଂସଦର ପବ୍ଲିକ ଆକାଉଣ୍ଟ କମିଟି (ପିଏସି)ପୁଣିଥରେ ପ୍ରତିରକ୍ଷା ମନ୍ତ୍ରଣାଳୟକୁ କରିଛି କଡା ଭର୍ତ୍ସନା। ପିଏସିର ୪୯ ତମ ରିପୋର୍ଟ (୧୮ ତମ ଲୋକସଭା,୨୦୨୬-୨୭) ରେ ଅର୍ଡିନାନ୍ସ ଫ୍ୟାକ୍ଟ୍ରି ବଡମାଲ ଦ୍ବାରା ସେନାକୁ ଦେଇଥିବା ଖରାପ ଗୋଳା-ବାରୁଦ ସ୍ଥାନରେ ନୂଆ ଗୋଳାବାରୁଦ ସପ୍ଲାଇ କରିବା ଊପରେ ୬୨.୧୦ କୋଟି ଟଙ୍କା କ୍ଷତି ହୋଇଛି। କମିଟି ଆର୍ଟିଲାରୀ ଗନ୍ କିଣିବାରେ ଦଶକର ବିଳମ୍ବକୁ ମଧ୍ୟ ସେନାର ଅପରେସନାଲ ପ୍ରସ୍ତୁତି ପାଇଁ ବଡ଼ ବିପଦ ବୋଲି କହିଛି।

‘ଧନୁଷ’ ତୋପ, ଯାହାକି ସ୍ବଦେଶୀ ପ୍ରୋଜେକ୍ଟର ଉତ୍ପାଦନ ସମସ୍ୟା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି। ପିଏସି ୫ଟି ପ୍ରମୁଖ ସୁପାରିଶ କରିଛି, ଯାହା ଭିତରେ ଇନଫାଷ୍ଟ୍ରକଚର ସୁଧାର, ସ୍କିଲ ଡେଭଲମପେଣ୍ଟ, ଭଲ ନିଷ୍ପତ୍ତି ପକ୍ରିୟା ଓ ସମୟବଦ୍ଧ ଉତ୍ପାଦନ ରହିଛି। ଏହି ରିପୋର୍ଟ ଆତ୍ମନିର୍ଭର ଭାରତର ପ୍ରତିରକ୍ଷା ଲକ୍ଷ୍ୟକୁ ହାସଲ କରିବାରେ ଆଗକୁ ଆସୁଥିବା ଚ୍ୟାଲେଞ୍ଜକୁ ସାମନାକୁ ଆଣୁଛି।

ଖରାପ ଗୋଳାବାରୁଦ ଯୋଗୁଁ ୬୨ କୋଟିର କ୍ଷତି

ପିଏସି ଅର୍ଡିନାନ୍ସ ଫ୍ୟାକ୍ଟ୍ରି ବଡମାଳ ଦ୍ବାରା ସପ୍ଲାଇ ପାଇଁ କରାଯାଇଥିବା ହେରଫେରକୁ ବଦଳାଇ ୬୨.୧୦ କୋଟି ଟଙ୍କାର କ୍ଷତିକୁ ଗମ୍ଭୀର ବୋଲି କହିଛି। ଏଭଳି ତ୍ରୁଟି ନା କେବଳ ଟଙ୍କାର ନଷ୍ଟ, ବଂର ସେନାର ଗୋଳା-ବାରୁଦ ଷ୍ଟକ୍ର ବିଶ୍ବାସନୀୟତା ଉପରେ ପ୍ରଶ୍ନ ଉଠାଇଛି। କମିଟି ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଦାବି କରିଛି ଯେ, ସପ୍ଳାଇ ଚେନ୍‌କୁ କଡା ଏସ୍ଓପି ଓ ସମୟସୀମା ସହିତ ମଜବୁତ କରାଯାଉ। ଯାହାଫଳରେ ଭବିଷ୍ୟତରେ ଏଭଳି ଘଟଣା ନଘଟୁ।

୨୦ ବର୍ଷର ଆର୍ଟିଲାରୀ କିଣିବାରେ ବିଳମ୍ବ, ପୁରୁଣା ତୋପ ସାହାରାରେ ସେନା

୧୯୮୬ ରେ ବୋଫର୍ସରୁ 155mm/39 କ୍ୟାଲିବର ତୋପ କିଣାଯାଇଥିଲା। ଟେକ୍ନୋଲୋଜି ଟ୍ରାନ୍ସଫର ମଧ୍ୟ ହୋଇଥିଲା। ୧୯୮୯ ରେ ବ୍ୟାନ୍ ପରେ ନୂଆ କ୍ୟାଲିବର ଥିବା ତୋପ କିଣିବାର ଚେଷ୍ଟା ୧୯୯୦ ଦଶକରେ ହୋଇଥିଲା। କିନ୍ତୁ ଆବଶ୍ୟକତାର ନିଷ୍ପତ୍ତି ନହେବା କାରଣରୁ ବିକ୍ରେତାଙ୍କୁ କମ୍ ରେସପନ୍ସରୁ ପକ୍ରିୟା ରୋକି ଦିଆଯାଇଥିଲା।

ପିଏସି ଅନୁସାରେ, ମନ୍ତ୍ରଣାଳୟ ନୂଆ ତୋପ କିଣିବା ଓ ସାମିଲ କରିବାରେ ଦୁଇ ଦଶକ ଲଗାଇଥିଲା। ଏହାଦ୍ବାରା ସେନାରେ ପ୍ରବଳ ଅଭାବ ଓ ପୁରୁଣା ତୋପ ବ୍ୟବହାର ଜାରି ରହିଥିଲା। ଏହାର ଫାୟାର ପାଓ୍ବାର ସୀମିତ ରହିଛି। କମିଟି କହିଛି ଏମ୍ଓଡିକୁ ଷ୍ଟକର ନିୟମିତ ସମୀକ୍ଷା, କାପାବିଲିଟି ଗ୍ୟାପ୍ର ପରିଚୟ ଓ ବଢୁଥିବା ବିପଦ ଅନୁସାରେ, ସମୟ ସମୟରେ କିଣିବାକୁ ମଜବୁତ ତନ୍ତ୍ର ହେବା ଦରକାର।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।