04 AUGUST 2026

Welcome!

Unlock your personalized experience.
Sign Up

କାହିଁକି ବାରମ୍ବାର ଆହତ ହେଉଛନ୍ତି ଭାରତୀୟ ଖେଳାଳି? ଏହିସବୁ ଖେଳାଳିଙ୍କ ଉପରେ ରହିଛି ନଜର..

Aug 03, 2026 - 23:32
କାହିଁକି ବାରମ୍ବାର ଆହତ ହେଉଛନ୍ତି ଭାରତୀୟ ଖେଳାଳି? ଏହିସବୁ ଖେଳାଳିଙ୍କ ଉପରେ ରହିଛି ନଜର..

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ର ସେଣ୍ଟର ଅଫ୍ ଏକ୍ସଲେନ୍ସ (CoE) ଏବଂ ଜାତୀୟ ଚୟନ କମିଟି ମଧ୍ୟରେ ବଡ଼ ଧରଣର ଯୋଗାଯୋଗର ଅଭାବ ପଦାରେ ପଡ଼ିଛି । ଟିମ୍ ଇଣ୍ଡିଆର ପ୍ରମୁଖ ଦ୍ରୁତ ବୋଲର ଜସପ୍ରୀତ ବୁମରା ଶ୍ରୀଲଙ୍କା ବିପକ୍ଷ ଆଗାମୀ ଟେଷ୍ଟ ସିରିଜରୁ ବାଦ୍ ପଡ଼ିବା ପରେ ଏହି ବିବାଦ ତୀବ୍ର ହୋଇଛି । ପ୍ରଥମେ ଚୟନକର୍ତ୍ତାଙ୍କୁ କୁହାଯାଇଥିଲା ଯେ ବୁମରା ଫିଟ୍ ଅଛନ୍ତି, ମାତ୍ର ପରେ ତାଙ୍କ ଆଘାତ ଗୁରୁତର ଥିବା ଜଣାପଡ଼ିଥିଲା ।

ବୁମରା ଅନ୍ତତଃ ଗୋଟିଏ ଟେଷ୍ଟ ମ୍ୟାଚ୍ ପାଇଁ ଉପଲବ୍ଧ ହେବେ ବୋଲି ଚୟନ କମିଟିକୁ ବିଶ୍ୱାସ ଦିଆଯାଇଥିଲା । କିନ୍ତୁ ଶେଷ ମୁହୂର୍ତ୍ତରେ ତାଙ୍କର ଅସୁସ୍ଥତା ଏବଂ ଆଘାତ ସମସ୍ୟା ଯୋଗୁଁ ତାଙ୍କୁ ଦଳରୁ ବାଦ୍ ଦିଆଯାଇଛି। ନିତିନ ପଟେଲ CoE ଛାଡ଼ିବା ପରେ ସ୍ପୋର୍ଟସ ସାଇନ୍ସ ବିଭାଗର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଖେଳାଳିମାନଙ୍କୁ ଫିଟ୍ ଘୋଷଣା କରିବା ଏବଂ 'ରିଟର୍ଣ୍ଣ ଟୁ ପ୍ଲେ' (Return to Play) ପ୍ରୋଟୋକଲ୍ ସଠିକ୍ ଭାବେ ପାଳନ ହେଉଛି କି ନାହିଁ, ସେ ନେଇ ଚିନ୍ତା ବଢ଼ିଛି।

ପରିସ୍ଥିତିକୁ ଗୁରୁତର ସହ ନେଇ CoE ମୁଖ୍ୟ ଭିଭିଏସ୍ ଲକ୍ଷ୍ମଣ ଏବଂ ଚୟନ କମିଟିର ଅଧ୍ୟକ୍ଷ ଅଜିତ୍ ଅଗରକରଙ୍କ ମଧ୍ୟରେ ଏକ ଭର୍ଚୁଆଲ୍ ବୈଠକ ଅନୁଷ୍ଠିତ ହୋଇଯାଇଛି। କେବଳ ବୁମରା ନୁହଁନ୍ତି, ଦଳର ଅନ୍ୟ କେତେକ ଖେଳାଳିଙ୍କ ଆଘାତ ସମସ୍ୟା ଓ ଫିଟନେସ୍ ଟ୍ରାକିଂକୁ ନେଇ ମଧ୍ୟ BCCI ଖୁବଶୀଘ୍ର ଏକ ସମୀକ୍ଷା ବୈଠକ (Review Meeting) କରିବାକୁ ଯାଉଛି । କୋଚ୍ ଗୌତମ ଗମ୍ଭୀର, ଅଜିତ୍ ଅଗରକର ଏବଂ BCCI ସମ୍ପାଦକ ଏହି ସମୀକ୍ଷା ବୈଠକରେ CoE ର କାର୍ଯ୍ୟଶୈଳୀ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବାର ସମ୍ଭାବନା ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।