13 JUNE 2026

Welcome!

Unlock your personalized experience.
Sign Up

କଂଗ୍ରେସରେ ଟିଏମ୍‌ସି ବିଲୟ କରିବେ କି ମମତା ?ସ୍ପଷ୍ଟ କଲେ କଲ୍ୟାଣ ବାନାର୍ଜୀ, ଅଭିଷେକଙ୍କୁ କହିଲେ ପୁଅ ଭଳି

Jun 13, 2026 - 17:46
କଂଗ୍ରେସରେ ଟିଏମ୍‌ସି ବିଲୟ କରିବେ କି ମମତା ?ସ୍ପଷ୍ଟ କଲେ କଲ୍ୟାଣ ବାନାର୍ଜୀ, ଅଭିଷେକଙ୍କୁ କହିଲେ ପୁଅ ଭଳି

କୋଲକାତା,୧୩।୬: ତୃଣମୂଳ କଂଗ୍ରେସରେ କଳହ ଭିତରେ ବରିଷ୍ଠ ନେତା କଲ୍ୟାଣ ବାନାର୍ଜୀ ସ୍ପଷ୍ଟ କରିଛନ୍ତି ଯେ, ମମତା ବାନାର୍ଜୀ ଏବଂ ଟିଏମସି ଛାଡି ସେ କୁଆଡେ ଯିବେନି।କଲ୍ୟାଣ କହିଛନ୍ତି ଏବେ ବର୍ତ୍ତମାନ ତାଙ୍କର ଧ୍ୟାନ ବିଜେପିର ମୁକାବିଲା ପାଇଁ ରହିବ।’ ମମତା ବାନାର୍ଜୀଙ୍କ ପାଇଁ ଏହା ହୁଏତ ଖୁସି ଖବର ହୋଇପାରେ। କାରଣ ଅଭିଷେକ ବାନାର୍ଜୀ ଏବଂ କଲ୍ୟାଣ ବାନାର୍ଜୀଙ୍କ ମଧ୍ୟ ବିବାଦ ଥିଲା। ଏହି କାରଣରୁ କଲ୍ୟାଣ ବାନାର୍ଜୀ ଟିଏମସି ଛାଡିବାର ଚର୍ଚ୍ଚା ହେଉଥିଲା। କିନ୍ତୁ ଏବେ ସେହି ବିବାଦକୁ ପଛରେ ପକାଇ କଲ୍ୟାଣ ନରମ ମନୋଭାବ ଦେଖାଇଛନ୍ତି। ସେ ସମାଧାନର ସଙ୍କେତ ଦେଇଛନ୍ତି। ଏଭଳି ସ୍ଥିତିରେ କୁହାଯାଉଛି ଯେ, ମମତାଙ୍କ ପାଇଁ ବଡ଼ ବିପଦ ଏବେ ଟଳି ଯାଇଛି। ଏହା ସହ କଲ୍ୟାଣ ବାନାର୍ଜୀ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, କଂଗ୍ରେସରେ ଟିଏମସିର ବିଲୟ ହେବ ନାହିଁ।

କଲ୍ୟାଣ କଂଗ୍ରେସରେ ଟିଏମସିର ବିଲୟ ଚର୍ଚ୍ଚା ନେଇ କହିଛନ୍ତି,ଦଳକୁ କଂଗ୍ରେସ ପାର୍ଟି ସହ ବିଲୟ କରିବୁ ନାହିଁ। ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲାଙ୍କ ସହ ଯୋଗାଯୋଗରେ ଥିବା ବିଦ୍ରୋହୀ ସାଂସଦଙ୍କୁ ନେଇ ସେ କହିଛନ୍ତି, ତାଙ୍କର ଯାହା କରିବାର ଅଛି କରନ୍ତୁ। ତାଙ୍କୁ ବିଜେପିର ଶରଣରେ ରହିବାକୁ ହେବ। ଏସବୁ ଗୋଟେ ଚାଲ୍। ସେମାନେ ନିଜ ନିର୍ବାଚନ ମଣ୍ଡଳୀର ବିକାଶ କଥା ହେଉଛନ୍ତି, ଯେଉଁମାନେ ଆଗକୁ ନିଜ ନିର୍ବାଚନ ମଣ୍ଡଳୀକୁ ଯାଇ କାମ କରିପାରିବେନି। ପଶ୍ଚିମବଙ୍ଗରେ ଲୋକତନ୍ତ୍ର ଶେଷ ହୋଇସାରିଛି। ବିଜେପି ଓ ପୋଲିସ ଆମକୁ ସମସ୍ୟାରେ ପକାଉଛନ୍ତି। ଯେଉଁ ୧୯ ସାଂସଦ ବିଜେପି ଯାଉଛନ୍ତି, ତାଙ୍କୁ ବିଜେପି କେବେ ସ୍ବୀକାର କରିବନି।’

୨୪ ଘଣ୍ଟା ପୂର୍ବେ ଅଭିଷେକଙ୍କୁ ଦଳ ପାଇଁ ବିପଦ ଏବଂ ଅହଂକାରୀ ବୋଲି କହୁଥିବା କଲ୍ୟାଣ ଏବେ କହିଛନ୍ତି ମୁଁ ଅଭିଷେକଙ୍କୁ ନିଜ ଆଗରେ ବଡ଼ ହେବାର ଦେଖିଛି। ସେ ମୋ ପୁଅ ଭଳି। ପୁଅର ଭୁଲକୁ କ୍ଷକ୍ଷା କରିବା ପିତାର କର୍ତ୍ତବ୍ୟ। ମୁଁ ତାଙ୍କ ସହ କୌଣସି ବି କଥା ହୋଇପାରିବନି। ଏବେ ସବୁ ଠିକ୍ ଅଛି। ଅନ୍ୟପକ୍ଷେ ଟିଏମ୍ସିର ବହୁ ସାଂସଦ ବିଦ୍ରୋହୀ ପାଲଟିଛନ୍ତି ଓ ମମତାଙ୍କ ବିରୋଧରେ ଲଢେଇ ଆରମ୍ଭ କରିଛନ୍ତି। ଦଳର ବରିଷ୍ଠ ନେତାଙ୍କ ସହ ବୈଠକ ପରେ ମମତା ବାନାର୍ଜୀଙ୍କ କାଳିଘାଟ ବାସଭବନରୁ ବାହାରି ଅଭିଷେକ କହିଛନ୍ତି, କଲ୍ୟାଣ ବାନାର୍ଜୀ ମୋତେ ପିଲାବେଳୁ ଦେଖିଛନ୍ତି। ସେ ଦଳର ବରିଷ୍ଠ ନେତା। ମୋତେ କିଛି ବି କହିବାର ତାଙ୍କର ଅଧିକାର ଅଛି। ଏହାକୁ ନେଇ ବିବାଦ ସୃଷ୍ଟି କରିବା ଅନୁଚିତ। ଆମ ସମସ୍ତଙ୍କୁ ଏକାଠି ହୋଇ ବିଜେପି ସହ ଲଢିବା ଦରକାର।’

ଆହୁରି ପଢନ୍ତୁ :PM Modi Foreign Visit: ଫ୍ରାନ୍ସ ଏବଂ ସ୍ଲୋଭାକିଆ ଗସ୍ତରେ ପ୍ରଧାନମନ୍ତ୍ରୀ, G7 ଶିଖର ସମ୍ମିଳନୀରେ ଯୋଗଦେବେ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।